ରାଜ୍ୟ ସରକାରଙ୍କୁ ଏନ୍‌ଜିଟି ନୋଟିସ

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): ହାତୀ କରିଡର (ହାତୀ ଚଲାପଥ) ପ୍ରସଙ୍ଗ ନେଇ ପୁଣି ରାଜ୍ୟ ସରକାରଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନୋଟିସ ଜାରି କରିଛନ୍ତି। ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ହାତୀ କରିଡର ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସମ୍ପର୍କିତ ମାମଲାରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଆସନ୍ତା ଜାନୁୟାରୀ ୩୦ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୨୧ ଅଗଷ୍ଟ ୧୭ରେ ରାଜ୍ୟରେ ଥିବା ୧୪ଟି ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ଏନ୍‌୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାମକୁ ୨ ମାସ ଭିତରେ ସାରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏନ୍‌ଜିଟିଙ୍କ ରାୟ ଅନୁସାରେ ୨୦୨୧ ଅକ୍ଟୋବର ସୁଦ୍ଧା ବନବିଭାଗ ଓଡ଼ିଶାରେ ହାତୀ କରିଡର ସମ୍ପର୍କରେ ନୋଟିଫିକେଶନ ଜାରି କରିବା କଥା। ହେଲେ ଇତିମଧ୍ୟରେ ଦେଢ଼ବର୍ଷ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ଚୁପ୍‌ ହୋଇ ବସିପଡ଼ିଛି। ତେଣୁ ଚଳିତ ମାସରେ ଓଡ଼ିଶା ବନ୍ୟପ୍ରାଣୀ ସମିତି ପକ୍ଷରୁ ପୁଣି ଥରେ ଏନ୍‌ଜିଟି ନିକଟରେ ଅଭିଯୋଗ କରାଯାଇଥିଲା। ଏ ସମ୍ପର୍କରେ ଶୁଣାଣି କରି ଏନ୍‌ଜିଟି ଏବେ ରାଜ୍ୟ ସରକାରଙ୍କୁ ଆସନ୍ତା ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏ ସମ୍ପର୍କରେ ଓଡ଼ିଶା ବନ୍ୟପ୍ରାଣୀ ସମିତି ସମ୍ପାଦକ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ଏନ୍‌ଜିଟି ଗତବର୍ଷ ଅଗଷ୍ଟରୁ ଏହି ମାମଲାର ରାୟ ଦେବା ସହିତ ମାମଲାର ଅନ୍ତ ଘଟାଇଥିଲେ। କିନ୍ତୁ ବିଭାଗ ତାକୁ ଖାତିର କଲାନାହିଁ। ଏନ୍‌ଜିଟି ୨ମାସ ସମୟ ଦେଇଥିଲେ ମଧ୍ୟ ଖଣି ମାଫିଆଙ୍କ ଚାପରେ ବନ ବିଭାଗ ହାତୀ କରିଡର କଥା ଭୁଲିଯାଉଛି। ହାତୀ କରିଡର ନୋଟିଫିକେଶନ ଜାରି ହେଲେ ସେହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଯଥା ଖଣି ବା କଳକାରଖାନା ସ୍ଥାପନ ପାଇଁ କଟକଣା ଲାଗିଯିବ। ସେଥିପାଇଁ ବନ ବିଭାଗ ଏନ୍‌ଜିଟି ରାୟ ଦେବା ପରେ ମଧ୍ୟ ହାତୀ କରିଡର ବିଜ୍ଞପ୍ତି ଜାରି କରିବାରେ ସମୟ ଗଡ଼େଇ ଚାଲିଛି। ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ସକରାର କୌଣସି ବିଜ୍ଞପ୍ତି ଜାରି ନ କରିବାରୁ ଆମେ ଆଉଥରେ ଏନ୍‌ଜିଟିର ଦ୍ୱାରସ୍ଥ ହେଲୁ ବୋଲି ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri