ଚାଇନା-ଆମେରିକାରେ ବଢ଼ିଲା କରୋନା ସଂକ୍ରମଣ: ସରକାର ସତର୍କ, ଜିନୋମ ସିକ୍ୱେନ୍ସିଂ ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୦।୧୨ : ଚାଇନା ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ସତର୍କ ହୋଇପଡିଛନ୍ତି। କରୋନାର ନୂଆ ଜିନୋମ ସିକ୍ୱେନ୍ସିଂ କରିବାକୁ ସରକାର ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ ଏସିଡିସି ଏବଂ ଆଇସିଏମଆରକୁ ଏକ ଚିଠି ଲେଖାଯାଇଛି।

ଏଥିରେ କୁହାଯାଇଛି ଯେ ସମସ୍ତ ରାଜ୍ୟକୁ ଜିନୋମ ସିକ୍ୱେନ୍ସିଂ ଉପରେ ଗୁରୁତ୍ୱ ଦେବାକୁ ପଡିବ। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣର ଅଧିକ ମାମଲା ନାହିଁ, ମୃତ୍ୟୁ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। କିନ୍ତୁ ଏହି ଭାଇରସ ସାରା ବିଶ୍ୱରେ ବ୍ୟାପିଯାଉଥିବାରୁ ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଅବହେଳା କରିବାକୁ ଚାହୁଁନାହାଁନ୍ତି। କରୋନା ମାମଲା ସମ୍ପର୍କରେ କେନ୍ଦ୍ର ସରକାର ବୁଧବାର ଏକ ସମୀକ୍ଷା ବୈଠକ ଡାକିଛନ୍ତି।

ସୱାସ୍ଥ୍ୟ ସଚିବ କହିଛନ୍ତି ଯେ ଯଦି କରୋନାର ନୂତନ ଭାରିଆଣ୍ଟର ଗୁଡିକ ଠିକ ସମୟରେ ଚିହ୍ନଟ କରାଯାଏ ତେବେ ଚିକିତ୍ସା ପାଇଁ ସୁବିଧା ହେବ। ଏଥିପାଇଁ ଜିନୋମ ସିକ୍ୱେନ୍ସିଂ ଆବଶ୍ୟକ। ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାକୁ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସମସ୍ତ ରାଜ୍ୟକୁ ସଜାଗ ରହିବାକୁ କହିଛନ୍ତି।

କେନ୍ଦ୍ର ସରକାର ସନ୍ଦେହ କରୁଛନ୍ତି ଯେ କରୋନାର ଏକ ନୂତନ ଭାରିଆଣ୍ଟ ଅଛି, ଯେଉଁ କାରଣରୁ ଆଗାମୀ ଦିନରେ ହଠାତ ମାମଲା ବୃଦ୍ଧି ପାଇପାରେ। କେନ୍ଦ୍ର ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ କରୋନା ମାମଲା ଯେପରି ବଢୁଛି, ଏହା ଜଣାପଡୁଛି ଯେ କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏଭଳି ପରିସ୍ଥିତିରେ କରୋନାର ଟ୍ରେଣ୍ଡ ଉପରେ ନଜର ରଖିବା ଆବଶ୍ୟକ ।

ଦେଶରେ ଜିନୋମ ସିକ୍ୱେନ୍ସିଂ ପାଇଁ କେବଳ ୧୦ ଟି ଲ୍ୟାବ ରହିଛି। ସେଥିମଧ୍ୟରେ ଅନ୍ତର୍ଭୁକ୍ତ- ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ ବାୟୋଲୋଜି (ନୂଆଦିଲ୍ଲୀ), ସେଲ୍ୟୁଲାର୍‌ ଏବଂ ମଲିକୁଲାର ବାୟୋଲୋଜି (ହାଇଦ୍ରାବାଦ), ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ (ଭୁବନେଶ୍ୱର), ଇନ ଷ୍ଟେମ-ଏନସିବିଏସ (ବେଙ୍ଗାଲୁରୁ), ଜାତୀୟ ପ୍ରତିଷ୍ଠାନ ଲ୍ୟାବସ ଅଫ ବାୟୋମେଟିକାଲ ଜେନୋମିକ୍ସ (କଲ୍ୟାଣୀ, ପଶ୍ଚିମବଙ୍ଗ), ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ପୁଣେ)।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri