ଗଛମୂଳରୁ ଶୁଭୁଥିଲା ନବଜାତକର କାନ୍ଦ ଶବ୍ଦ, ଆଉ ତା’ ପରେ…

ବାରଙ୍ଗ,୨।୫(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଗ୍ରାମମୁଣ୍ଡ ପୋଖରୀ ହୁଡ଼ା ପଛପଟରୁ ଇନ୍‌ ଫୋସିସ୍‌ ଥାନା ପୋଲିସ ରବିବାର ସକାଳେ ଏକ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ଆଜି ସକାଳେ କଳାରାହଙ୍ଗ ଗ୍ରାମର କିଛି ଲୋକ ଗାଧୋଇବା ପାଇଁ ଗ୍ରାମମୁଣ୍ଡରେ ଥିବା ବଡ଼ପୋଖରୀକୁ ଯାଇଥିଲେ। ହୁଡାକୁ ଲାଗି ତିଆରି ହେଉଥିବା ଏକ ଆପାର୍ଟମେଣ୍ଟ ପଛପଟକୁ ଜଣେ ଯୁବକ ଶୌଚ ଯାଇଥିବାବେଳେ ଛୋଟପିଲାର କାନ୍ଦିବା ଶୁଣିବାକୁ ପାଇଥିଲେ। କାନ୍ଦକୁ ଅନୁସରଣ କରି ଯିବା ପରେ ଏକ ଗଛମୂଳରେ ନବଜାତ ଶିଶୁଟିକୁ ଦେଖିବାକୁ ପାଇଥିଲେ। ଏକ ଶାଢ଼ି ଉପରେ ଶିଶୁଟି ଶୋଇଥିବାବେଳେ ଛୋଟହିଂସ୍ର ଜନ୍ତୁ କାମୁଡ଼ି ମୁହଁ ସହ ଆଙ୍ଗୁଠି ଓ କାନକୁ କ୍ଷତାକ୍ତ କରିଦେଇଥିବାର ଜଣାପଡ଼ିଥିଲା। ଏହା ସତ୍ତ୍ୱେ ପିଲାଟି ବଞ୍ଚିଥିବାର ଜାଣିବା ପରେ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା। ଖବରପାଇ ଇନଫୋସିସ୍‌ ଥାନା ପୋଲିସ ଆସି ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଏସ୍‌ସିି କୋଟାରେ, ପଦୋନ୍ନତି ସାଧାରଣ ବର୍ଗରେ

ନବରଙ୍ଗପୁର,୧୨।୧(ବି.ପ୍ର.): ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ପାଇଲେ। ପଦୋନ୍ନତି ସମୟରେ ସାଧାରଣ ବର୍ଗର ସଂରକ୍ଷଣରେ ଫାଇଦା ନେଲେ। ଏହିଭଳି ଅଭିଯୋଗ ଆସିବା ପରେ ଜିଲା ଶିକ୍ଷା...

ସାମ୍ପ୍ରତିକ ସ୍ଥିତିରେ ଶ୍ରୀମନ୍ଦିର ନ ଖୋଲୁ

ପୁରୀ ଅଫିସ, ୧୦ । ୧୦: ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ...

ଅଖିମୁଠି ଅନୁକୂଳ

ବାରିପଦା ଅଫିସ, ୨୭ା୪- ଅକ୍ଷୟତୃତୀୟା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସବୁଜ ମୟୂରଭଞ୍ଜ ପକ୍ଷରୁ ଏହାର ସଭାପତି ତଥା ରାଜ୍ୟ କୃଷି ଶିଳ୍ପ ନିଗମ...

ଆସୁନାହାନ୍ତି ମିଲର, ଜଗି ବସିଛନ୍ତି ଚାଷୀ

ନୟାଗଡ଼ ଅଫିସ,୯।୨: ନୟାଗଡ଼ ଜିଲାରେ ଧାନ କ୍ରୟ ଶେଷ ହୋଇ ଆସୁଛି । ଏଭଳିସ୍ଥଳେ ଧାନକିଣାରେ ଦେଖା ଦେଇଥିବା ଅବ୍ୟବସ୍ଥା ଦୂର ହୋଇ ପାରୁନି ।...

ଲାଇନ୍‌ଜୁରି ବେବସ୍‌ତା ଫେଲ: ମରନ୍‌ ଯଁତା ପାଲଟିଛେ ରାସ୍‌ତା

ଲାଠୋର, ୩।୩ (ଡି.ଏନ୍‌.ଏ.)- ସରକାର ଲୁକ୍‌କର ଯିବାର ଆଏବାର ଲାଗି କୋଟି କୋଟି ଟଁକା ଖରଚ୍‌ କରି ରାସ୍‌ତାଘାଟ, ରାସ୍‌ତା ତରେ ପାଏନ୍‌ ଯିବାର ଲାଗି...

ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି।...

ଲକ୍‌ଡାଉନ ବେଳେ ଚୋରା ମଦ କାରବାର: ୪ ଗିରଫ

ବଡ଼ବିଲ, ୩୦ା୪(ସ୍ବ.ପ୍ର.)-ଲକ୍‌ଡାଉନ ପାଇଁ ବିଭିନ୍ନ ଦୋକାନ ଖୋଲିବା ନେଇ କଟକଣା ଲାଗିଥିବାବେଳେ ମଦ ବିକ୍ରି ଉପରେ ନିଷେଧାଦେଶ ଲାଗିଛି। ହେଲେ ଲୁଚାଛପାରେ ବିକ୍ରି ହେଉଛି ମହୁଲି...

ଜିଲା ପ୍ରଶାସନର ଦ୍ୱାରସ୍ଥ ପଦ୍ମଶ୍ରୀ ଦୈତାରୀ ନାଏକ: ୧୦ ଗାଁର ବିକାଶ ଲାଗି ଦାବିପତ୍ର

କେନ୍ଦୁଝର, ୨୪ା୭(ଡି.ଏନ.ଏ./ସ୍ବ.ପ୍ର.)-ବିଭିନ୍ନ ସମସ୍ୟା ନେଇ ପଦ୍ମଶ୍ରୀ ଦୈତାରୀ ନାଏକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପଦ୍ମଶ୍ରୀ ନାଏକଙ୍କୁ ଗେଟ୍‌ ପାସ ମିଳିନଥିବାରୁ କଟକ ଓ ଭୁବନେଶ୍ୱରକୁ...

Advertisement
Archives

Model This Week