Posted inଖେଳ

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ବାଂଲାଦେଶ ୨୮ ରନରେ ପରାସ୍ତ

ନାପିଏର,୩୧।୩: ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୨୮ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ସ୍ଥାନୀୟ ମ୍ୟାକଲିନ୍‌ ପାର୍କରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ମ୍ୟାଚ୍‌ର ଓଭର ସଂଖ୍ୟାକୁ କମାଇ ଦିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ୫ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା। ତେବେ ଏହା ପରେ ବର୍ଷା ହୋଇଥିଲା ଓ ଏହି ସ୍କୋରରେ ନ୍ୟୁଜିଲାଣ୍ଡ ଇନିଂସ ସୀମିତ ରହିଥିଲା। ଫଳରେ ବାଂଲାଦେଶ ସମ୍ମୁଖରେ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୧୬ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାଯର୍‌ୟ କରାଯାଇଥିଲା। ଜବାବରେ ବାଂଲାଦେଶ ୭ ଉଇକେଟରେ ୧୪୨ ରନରେ ସୀମିତ ରହି ପରାସ୍ତ ହୋଇଥିଲେ। ଏଥିସହିତ ଘରୋଇ ମାଟିରେ ଚଳିତ ସେସନରେ ନ୍ୟୁଜିଲାଣ୍ଡ ସପ୍ତମ ସିରିଜ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ଟି୨୦ରେ ୪, ଟେଷ୍ଟରେ ୨ ଓ ଦିନିକିଆ ଫର୍ମାଟରେ ଗୋଟିଏ ସିରିଜରେ ବିଜୟୀ ହୋଇଛି। ଗ୍ଲେନ ଫିଲିପ୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୧ ରନ ଟାର୍ଗେଟର ପିଛା କରି ବାଂଲାଦେଶ ଏକଦା ୨ ଉଇକେଟ ହରାଇ ୧୧୦ ରନ କରି ସୁବିଧାଜନକ ସ୍ଥିତିରେ ଥିଲା। ତେବେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବାଂଲାଦେଶ ମ୍ୟାଚ୍‌ ହାତଛଡ଼ା କରିଥିଲା। ଦଳ ତରଫରୁ ସୌମ୍ୟ ସରକାର ୨୭ ବଲରୁ ୫ ଚୌକା ଓ ୩ ଛକା ସହ ୫୧, ଓପନର ମହମ୍ମଦ ନଇମ ୩୫ ବଲରୁ ୩୮, ଅଧିନାୟକ ମହମୁଦୁଲ୍ଲା ୨୧ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ମାହେଦି ହାସନ ୧୨ ରନକରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟିମ୍‌ ସୌଦି, ହାମିଶ ବେନେଟ୍‌ ଓ ଆଡାମ ମିଲନେ ୨ଟି ଲେଖାଏ, ଗ୍ଲେନ୍‌ ଫିଲିପ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଗ୍ଲେନ୍‌ ଫିଲିପ୍ସ ୩୧ଟି ବଲ୍‌ ଖେଳି ୫ ଚୌକା ଓ ୨ଛକା ସହ ୫୮ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେହିପରି ଡାରିଲ ମିଚେଲ ୧୬ ବଲରୁ ୬ ଚୌକା ସହ ୩୪ ରନକରି ଅପରାଜିତ ରହିଥିଲେ। ମାର୍ଟିନ ଗୁପ୍ଟିଲ ୨୧, ଫିନ ଆଲେନ ୧୭, ଡେଭନ କନଓ୍ବେ ୧୫, ଓ୍ବିଲ ୟଙ୍ଗ ୧୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମାହେଦି ହାସନ ୨, ମହମ୍ମଦ ସୌଫୁଦ୍ଦିନ, ତାସ୍କିନ ଅହମ୍ମଦ ଓ ଶୋରିଫୁଲ ଇସ୍‌ଲାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ୧୭୩/୫
(ଫିଲିପ୍ସ- ୫୮*, ଡାରିଲ ମିଚେଲ- ୩୪*, ଗୁପ୍ଟିଲ- ୨୧, ମାହେଦି ହାସନ- ୨/ ୪୫)।
ବାଂଲାଦେଶ ୧୬ ଓଭରରେ ୧୪୨/୭
(ସୌମ୍ୟ- ୫୧, ନଇମ- ୩୮, ମହମୁଦୁଲ୍ଲା- ୨୧, ସୌଦି- ୨/୨୧, ବେନେଟ- ୨/୩୧, ମିଲନେ- ୨/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri