Posted inଖେଳ

ଇଂଲଣ୍ଡ ବିପକ୍ଷ ସିରିଜ: ଶାର୍ଦ୍ଦୁଳ, ସୁନ୍ଦର, ସୂର୍ଯ୍ୟକୁମାର, କିଷନ ନୂଆ ଆବିଷ୍କାର

ନୂଆଦିଲ୍ଲୀ,୩୧।୩(ପି.ଟି.): ଭାରତୀୟ କ୍ରିକେଟ ଏବେ ଭଲ ସ୍ଥିତି ଦେଇ ଗତିକରୁଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି କ୍ୱାଲିଟି ଦଳ ବିପକ୍ଷରେ ଭାରତ ଗତ କେତେମାସ ମଧ୍ୟରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛି। ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ଭାରତ ଘରୋଇ ପରିବେଶରେ ଟେଷ୍ଟ, ଟି୨୦ ଓ ଦିନିକିଆ ସିରିଜରେ ପରାସ୍ତ କରି ଏକ ବିରଳ ସଫଳତା ହାସଲ କରିଛି। ଅବଶ୍ୟ ପୂର୍ବରୁ ମଧ୍ୟ ଭାରତ ଇଂଲଣ୍ଡକୁ ହରାଇବାର ଏକାଧିକ ଉଦାହରଣ ରହିଛି। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳରେ ଏକାଧିକ ଆକ୍ରମଣାତ୍ମକ ଖେଳାଳିଙ୍କ ଆବିର୍ଭାବ ହୋଇଛି। ଏହା ଭାରତୀୟ କ୍ରିକେଟର ଉଜ୍ଜ୍ୱଳ ଭବିଷ୍ୟତକୁ ସୂଚାଉଛି।
ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ମୁମ୍ବାଇର ଶାର୍ଦ୍ଦୁଳ ଠାକୁର। ଆଗାମୀ ଦିନରେ ସେ ଜଣେ କ୍ୱାଲିଟି ଅଲରାଉଣ୍ଡର ଭାବେ ଭାରତର ଆବଶ୍ୟକତା ପୂରଣ କରିବେ। ବିଦେଶରେ ତାଙ୍କ ଭଳି ଜଣେ ଅଲରାଉଣ୍ଡର ଭାରତ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଜଣେ କ୍ୱାଲିଟି ପେସ୍‌ ବୋଲର ଭାବେ ସେ ନିଜର ପ୍ରତିଭା ପ୍ରମାଣ କରିଛନ୍ତି। ତାଙ୍କ ପାଖରେ ବ୍ୟାଟିଂର ଉତ୍କୃଷ୍ଟ ଟେକ୍‌ନିକ ମଧ୍ୟ ରହିଛି। ସିମ୍‌ ବୋଲିଂ ଅଲରାଉଣ୍ଡର ଭାବେ ଶାର୍ଦ୍ଦୁଳ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଭାରତ ପାଇଁ ବିକଳ୍ପ ସୃଷ୍ଟି କରିଛନ୍ତି।
ସବୁ ଫର୍ମାଟ୍‌ରେ ଶାର୍ଦ୍ଦୁଳ ସିମ୍‌ ବୋଲିଂ ଅଲରାଉଣ୍ଡର ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ା ଓ୍ବାଶିଂଟନ ସୁନ୍ଦର ମଧ୍ୟ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଭଲ ଅଫ୍‌ସ୍ପିନ ବୋଲିଂ କରିବାର କ୍ଷମତା ରଖୁଛନ୍ତି। ଦିନିକିଆରେ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ କେବେ ଡେବ୍ୟୁ କରିବେ ସେ ନେଇ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଭାରତ ୩-୧ରେ ସିରିଜ ବିଜୟୀ ହୋଇ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ସ୍ଥାନ ହାସଲ କରିଥିଲା। ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ଟେଷ୍ଟ ସିରିଜ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଗାମୀ ଇଂଲଣ୍ଡ ଗସ୍ତରେ ଭାରତ ଓ୍ବାଲର୍‌ଡ ଟେଷ୍ଟ ସିରିଜ ଫାଇନାଲ ସହିତ ମୋଟ ୬ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଇଂଲଣ୍ଡ ବିପକ୍ଷରେ ଭାରତ କେବଳ ୫ଟି ଟେଷ୍ଟ ଖେଳିବ। ତେଣୁ ଇଂଲଣ୍ଡ ଗସ୍ତ ପାଇଁ ଏକ କୋର ଗ୍ରୁପ୍‌ ଖେଳାଳି ସୃଷ୍ଟି କରିବା ମଧ୍ୟ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟର ଲକ୍ଷ୍ୟ ଥିଲା। ପୁଣି ଅକ୍ଟୋବରରେ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଗତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ମଧ୍ୟ ଭାରତ ଏ ଦୃଷ୍ଟିକୋଣରୁ ସଫଳ ରହିଛି। ସେହିପରି ଦିନିକିଆ ସିରିଜରେ ବିକଳ୍ପ ଖେଳାଳି ସୃଷ୍ଟି କରିବା ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା।
ଏବେକାର ଭାରତୀୟ ଦଳକୁ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଇଆନ ଚାପେଲ ୭୦ ଦଶକର ଓ୍ବେଷ୍ଟଇଣ୍ଡିଜ ଓ ୯୦ ଦଶକର ଅଷ୍ଟ୍ରେଲିଆ ଦଳ ସହିତ ତୁଳନା କରିଛନ୍ତି। ଭାରତର ବେଞ୍ଚ୍‌ ଷ୍ଟ୍ରେନ୍ଥ ଜବରଦସ୍ତ ରହିଛି ବୋଲି ଗତ କେତୋଟି ସିରିଜରୁ ପ୍ରମାଣିତ ହୋଇଛି। ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ନିଜ ପ୍ରତିଭା ପ୍ରମାଣ କରିବାର ସୁଯୋଗ ପାଇଛନ୍ତି। ୩ଟି ଟେଷ୍ଟରୁ ସେ ୨୭ଟି ଉଇକେଟ ହାସଲ କରିଥିଲେ। ଜୁନ୍‌ ୧୮ ତାରିଖରେ ଭାରତ ଓ୍ବାଲର୍‌ଡ ଟେଷ୍ଟ ସିରିଜ ଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଜାଡେଜା ଫିଟ୍‌ ହେଲେ ଅକ୍ଷର ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ନ ଖେଳିବା ସମ୍ଭାବନା ରହିଛି।
ବ୍ୟାଟିଂରେ ଶୁବମନ ଗିଲ ଅଷ୍ଟ୍ରେଲିଆରେ ଭଲ ପ୍ରଦାର୍ଶନ କରିଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲେ। ତେବେ କୋହଲି ଏ ନେଇ ଚିନ୍ତିତ ନ ଥିବେ। ଶୁବମନ ଜଣେ ମ୍ୟାଚ୍‌ ଓ୍ବିନର ବୋଲି କୋହଲି ହୃଦୟଙ୍ଗମ କରିଛନ୍ତି। ସେହିପରି ପୃଥ୍ବୀ ଶ, ଲୋକେଶ ରାହୁଲ ଓ ରୋହିତ ଶର୍ମା ଓପନିଂ ପାଇଁ ବିକଳ୍ପ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ରିଷଭ ପନ୍ତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ ଦେଖାଇଛନ୍ତି। ଜଣେ ମ୍ୟାଚ୍‌ ଓ୍ବିନର ଭାବେ ସେ ନିଜକୁ ପ୍ରମାଣିତ କରିଛନ୍ତି। ପ୍ରଥମେ ମହେନ୍ଦ୍ର ସିଂ ଧୋନୀ ଓ ପରେ ପନ୍ତଙ୍କ କାରଣରୁ ରିଦ୍ଧିମାନ ଶାହାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଏବେ ବିପଦରେ ପଡିଛି। ତେବେ ଏହି ରିଜର୍ଭ ଉଇକେଟକିପର ଭାବେ ରିଦ୍ଧିମାନ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ବିବେଚିତ ହେଉଛନ୍ତି। ଟି୨୦ରେ ପନ୍ତଙ୍କ ବିକଳ୍ପ ଭାବେ ଇଶାନ କିଷନ ବିକଳ୍ପ ସୃଷ୍ଟି କରିଛନ୍ତି। ଭାରତୀୟ ଟି୨୦ ଦଳରେ ସବୁ ବିଭାଗରେ ଏକାଧିକ ବିକଳ୍ପ ରହିଛି। ବୋଲିଂରେ ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର ଓ ଶାର୍ଦ୍ଦୁଳ ନିଜର ସ୍ଥାନ ପକ୍କା କରିଛନ୍ତି। ସେହିପରି ଦୀପକ ଚହର, ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ, ନୂଆ ପେସ୍‌ ସେନସେସନ ପ୍ରସିଦ୍ଧ କ୍ରିଷ୍ଣା ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଗତ ୪ ମାସ ହେବ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିଛି। ତେବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଏବେ ବି ବାକି ରହିଛି ବୋଲି ମନେହୁଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri