Posted inଖେଳ

ଇଂଲଣ୍ଡ ବିପକ୍ଷ ସିରିଜ: ଶାର୍ଦ୍ଦୁଳ, ସୁନ୍ଦର, ସୂର୍ଯ୍ୟକୁମାର, କିଷନ ନୂଆ ଆବିଷ୍କାର

ନୂଆଦିଲ୍ଲୀ,୩୧।୩(ପି.ଟି.): ଭାରତୀୟ କ୍ରିକେଟ ଏବେ ଭଲ ସ୍ଥିତି ଦେଇ ଗତିକରୁଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି କ୍ୱାଲିଟି ଦଳ ବିପକ୍ଷରେ ଭାରତ ଗତ କେତେମାସ ମଧ୍ୟରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛି। ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ଭାରତ ଘରୋଇ ପରିବେଶରେ ଟେଷ୍ଟ, ଟି୨୦ ଓ ଦିନିକିଆ ସିରିଜରେ ପରାସ୍ତ କରି ଏକ ବିରଳ ସଫଳତା ହାସଲ କରିଛି। ଅବଶ୍ୟ ପୂର୍ବରୁ ମଧ୍ୟ ଭାରତ ଇଂଲଣ୍ଡକୁ ହରାଇବାର ଏକାଧିକ ଉଦାହରଣ ରହିଛି। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳରେ ଏକାଧିକ ଆକ୍ରମଣାତ୍ମକ ଖେଳାଳିଙ୍କ ଆବିର୍ଭାବ ହୋଇଛି। ଏହା ଭାରତୀୟ କ୍ରିକେଟର ଉଜ୍ଜ୍ୱଳ ଭବିଷ୍ୟତକୁ ସୂଚାଉଛି।
ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ମୁମ୍ବାଇର ଶାର୍ଦ୍ଦୁଳ ଠାକୁର। ଆଗାମୀ ଦିନରେ ସେ ଜଣେ କ୍ୱାଲିଟି ଅଲରାଉଣ୍ଡର ଭାବେ ଭାରତର ଆବଶ୍ୟକତା ପୂରଣ କରିବେ। ବିଦେଶରେ ତାଙ୍କ ଭଳି ଜଣେ ଅଲରାଉଣ୍ଡର ଭାରତ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଜଣେ କ୍ୱାଲିଟି ପେସ୍‌ ବୋଲର ଭାବେ ସେ ନିଜର ପ୍ରତିଭା ପ୍ରମାଣ କରିଛନ୍ତି। ତାଙ୍କ ପାଖରେ ବ୍ୟାଟିଂର ଉତ୍କୃଷ୍ଟ ଟେକ୍‌ନିକ ମଧ୍ୟ ରହିଛି। ସିମ୍‌ ବୋଲିଂ ଅଲରାଉଣ୍ଡର ଭାବେ ଶାର୍ଦ୍ଦୁଳ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଭାରତ ପାଇଁ ବିକଳ୍ପ ସୃଷ୍ଟି କରିଛନ୍ତି।
ସବୁ ଫର୍ମାଟ୍‌ରେ ଶାର୍ଦ୍ଦୁଳ ସିମ୍‌ ବୋଲିଂ ଅଲରାଉଣ୍ଡର ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ା ଓ୍ବାଶିଂଟନ ସୁନ୍ଦର ମଧ୍ୟ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଭଲ ଅଫ୍‌ସ୍ପିନ ବୋଲିଂ କରିବାର କ୍ଷମତା ରଖୁଛନ୍ତି। ଦିନିକିଆରେ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ କେବେ ଡେବ୍ୟୁ କରିବେ ସେ ନେଇ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଭାରତ ୩-୧ରେ ସିରିଜ ବିଜୟୀ ହୋଇ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ସ୍ଥାନ ହାସଲ କରିଥିଲା। ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ଟେଷ୍ଟ ସିରିଜ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଗାମୀ ଇଂଲଣ୍ଡ ଗସ୍ତରେ ଭାରତ ଓ୍ବାଲର୍‌ଡ ଟେଷ୍ଟ ସିରିଜ ଫାଇନାଲ ସହିତ ମୋଟ ୬ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଇଂଲଣ୍ଡ ବିପକ୍ଷରେ ଭାରତ କେବଳ ୫ଟି ଟେଷ୍ଟ ଖେଳିବ। ତେଣୁ ଇଂଲଣ୍ଡ ଗସ୍ତ ପାଇଁ ଏକ କୋର ଗ୍ରୁପ୍‌ ଖେଳାଳି ସୃଷ୍ଟି କରିବା ମଧ୍ୟ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟର ଲକ୍ଷ୍ୟ ଥିଲା। ପୁଣି ଅକ୍ଟୋବରରେ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଗତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ମଧ୍ୟ ଭାରତ ଏ ଦୃଷ୍ଟିକୋଣରୁ ସଫଳ ରହିଛି। ସେହିପରି ଦିନିକିଆ ସିରିଜରେ ବିକଳ୍ପ ଖେଳାଳି ସୃଷ୍ଟି କରିବା ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା।
ଏବେକାର ଭାରତୀୟ ଦଳକୁ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଇଆନ ଚାପେଲ ୭୦ ଦଶକର ଓ୍ବେଷ୍ଟଇଣ୍ଡିଜ ଓ ୯୦ ଦଶକର ଅଷ୍ଟ୍ରେଲିଆ ଦଳ ସହିତ ତୁଳନା କରିଛନ୍ତି। ଭାରତର ବେଞ୍ଚ୍‌ ଷ୍ଟ୍ରେନ୍ଥ ଜବରଦସ୍ତ ରହିଛି ବୋଲି ଗତ କେତୋଟି ସିରିଜରୁ ପ୍ରମାଣିତ ହୋଇଛି। ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ନିଜ ପ୍ରତିଭା ପ୍ରମାଣ କରିବାର ସୁଯୋଗ ପାଇଛନ୍ତି। ୩ଟି ଟେଷ୍ଟରୁ ସେ ୨୭ଟି ଉଇକେଟ ହାସଲ କରିଥିଲେ। ଜୁନ୍‌ ୧୮ ତାରିଖରେ ଭାରତ ଓ୍ବାଲର୍‌ଡ ଟେଷ୍ଟ ସିରିଜ ଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଜାଡେଜା ଫିଟ୍‌ ହେଲେ ଅକ୍ଷର ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ନ ଖେଳିବା ସମ୍ଭାବନା ରହିଛି।
ବ୍ୟାଟିଂରେ ଶୁବମନ ଗିଲ ଅଷ୍ଟ୍ରେଲିଆରେ ଭଲ ପ୍ରଦାର୍ଶନ କରିଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲେ। ତେବେ କୋହଲି ଏ ନେଇ ଚିନ୍ତିତ ନ ଥିବେ। ଶୁବମନ ଜଣେ ମ୍ୟାଚ୍‌ ଓ୍ବିନର ବୋଲି କୋହଲି ହୃଦୟଙ୍ଗମ କରିଛନ୍ତି। ସେହିପରି ପୃଥ୍ବୀ ଶ, ଲୋକେଶ ରାହୁଲ ଓ ରୋହିତ ଶର୍ମା ଓପନିଂ ପାଇଁ ବିକଳ୍ପ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ରିଷଭ ପନ୍ତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ ଦେଖାଇଛନ୍ତି। ଜଣେ ମ୍ୟାଚ୍‌ ଓ୍ବିନର ଭାବେ ସେ ନିଜକୁ ପ୍ରମାଣିତ କରିଛନ୍ତି। ପ୍ରଥମେ ମହେନ୍ଦ୍ର ସିଂ ଧୋନୀ ଓ ପରେ ପନ୍ତଙ୍କ କାରଣରୁ ରିଦ୍ଧିମାନ ଶାହାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଏବେ ବିପଦରେ ପଡିଛି। ତେବେ ଏହି ରିଜର୍ଭ ଉଇକେଟକିପର ଭାବେ ରିଦ୍ଧିମାନ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ବିବେଚିତ ହେଉଛନ୍ତି। ଟି୨୦ରେ ପନ୍ତଙ୍କ ବିକଳ୍ପ ଭାବେ ଇଶାନ କିଷନ ବିକଳ୍ପ ସୃଷ୍ଟି କରିଛନ୍ତି। ଭାରତୀୟ ଟି୨୦ ଦଳରେ ସବୁ ବିଭାଗରେ ଏକାଧିକ ବିକଳ୍ପ ରହିଛି। ବୋଲିଂରେ ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର ଓ ଶାର୍ଦ୍ଦୁଳ ନିଜର ସ୍ଥାନ ପକ୍କା କରିଛନ୍ତି। ସେହିପରି ଦୀପକ ଚହର, ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ, ନୂଆ ପେସ୍‌ ସେନସେସନ ପ୍ରସିଦ୍ଧ କ୍ରିଷ୍ଣା ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଗତ ୪ ମାସ ହେବ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିଛି। ତେବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଏବେ ବି ବାକି ରହିଛି ବୋଲି ମନେହୁଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri