Posted inଖେଳ

୨୫ ବର୍ଷ ପୂର୍ବେ ପାଇଥିବା ଆଘାତର ପ୍ରତିଶୋଧ ନେବ ଭାରତ! ୨୦୦୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…

ନୂଆଦିଲ୍ଲୀ,୬।୩: ରବିବାର ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଖେଳାଯିବ। ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପରକୁ ମୁହାଁମୁହିଁ ହେବେ। ୨୫ ବର୍ଷ ପୂର୍ବେ ପାଇଥିବା ଆଘାତର ପ୍ରତିଶୋଧରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ। ପ୍ରକୃତରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ୨୦୦୦ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପରସ୍ପରକୁ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରିଥିଲା। ହେଲେ ଏଥର କ’ଣ ଟିମ ଇଣ୍ଡିଆ ୨୫ ବର୍ଷ ପରେ ପ୍ରତିଶୋଧ ନେଇପାରିବ? ପୂର୍ବରୁ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା, କିନ୍ତୁ ଭାରତୀୟ ଦଳ ଫାଇନାଲରେ ତା’ର ଉତ୍କୃଷ୍ଟ ପ୍ରଦର୍ଶନ ଦୋହରାଇ ପାରିବ କି ?

୨୦୦୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ, ଭାରତୀୟ ଦଳ ୫୦ ଓଭରରେ ୬ ଉଇକେଟ୍‌ ହରାଇ ୨୬୪ ରନ କରିଥିଲା। ସେହି ମ୍ୟାଚରେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ୧୩୦ ବଲ୍‌ରେ ୧୧୭ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୯ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ଏହା ବ୍ୟତୀତ ସଚିନ ତେନ୍ଦୁଲକର ୮୩ ବଲରେ ୬୯ ରନ କରି ପାଭିଲିୟନ ଫେରିଥିଲେ। ମାଷ୍ଟର ବ୍ଲାଷ୍ଟର ତାଙ୍କ ଇନିଂସରେ ୧୦ଟି ଚୌକା ଏବଂ ୧ଟି ଛକା ମାରିଥିଲେ। ରାହୁଲ ଦ୍ରାବିଡ ୩୫ ବଲ ରୁ ୨୨ ରନ କରିଥିଲେ। ଏହା ସହିତ, ଯୁବରାଜ ସିଂ ୧୯ ବଲରେ ୧୮ ରନ କରିଥିଲେ। ଏହିପରି ଭାରତୀୟ ଦଳ ୫୦ ଓଭରରେ ୨୬୪ ରନ କରିଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

ତାମିଲନାଡୁରେ ବଡ଼ ରାଜନୈତିକ ହଲଚଲ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ, ତ୍ରିଶାଙ୍କୁ ନେଇ କହିଥିଲେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁ ରାଜନୀତିରେ ମଙ୍ଗଳବାର ସକାଳେ ହଠାତ୍‌ ବଡ଼ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ…

ବରଗଡରେ ଚାଞ୍ଚଲ୍ୟ: ନିରାମୟରେ ଦିଆଯାଉଛି ଏକ୍ସପାୟାରୀ ମେଡିସିନ୍‌, ଜଣେ ଆହତ ବାଳକଙ୍କୁ…

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ନିରାମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଏକ୍ସପାୟାରୀ ମେଡିସିନ୍‌ ଦିଆଯାଇଥିବା ଅଭିଯୋଗ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ସୁପ୍ରିମକୋର୍ଟଙ୍କ ଜୋରଦାର ଝଟ୍‌କା! ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ଏମ. କେ. ଷ୍ଟାଲିନ ସରକାରଙ୍କ ପରେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଜୋସେଫ ସରକାର ମଧ୍ୟ ରାଜ୍ୟର ଥିରୁପରନକୁନ୍ଦ୍ରମ ପାହାଡ଼ରେ ପବିତ୍ର ଦୀପ ପ୍ରଜ୍ୱଳନ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri