Posted inଖେଳ

ପ୍ରଥମ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ, ୧୮।୧୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅତି ସହଜରେ ୫ ଉଇକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ରେ ସର୍ବାଧିକ ଉଇକେଟ ନେଇଥିବା ଘରୋଇ ବୋଲର ଜ୍ୟାକବ ଡଫି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ପ୍ରଥମ ବ୍ୟାଟିଂ କରିଥିବା ପାକିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ନ୍ୟୁଜିଲାଣ୍ଡର ଯୁବ ପେସର ଜ୍ୟାକବ ଡଫି। ସେ ପ୍ରାରମ୍ଭିକ ୪ ଉଇକେଟ ନେଇ ପାକିସ୍ତାନ ଦଳକୁ ବ୍ୟାକ୍‌ ଫୁଟକୁ ଠେଲି ଦେଇଥିଲେ। ଏହାପରେ ଅଧିନାୟକ ଶାଦବ ଖାନ (୪୨) ଓ ଫହିମ ଅଶ୍ରଫ (୩୧)ଙ୍କ ଯୋଗୁ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା ଭ୍ରମଣକାରୀ ଦଳ। ପାକିସ୍ତାନ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସ୍କଟ୍‌ କୁଗ୍ଲେଜିନ୍‌ ୩ ଓ ଇଶ ସୋଧି ଗୋଟିଏ ଉଇକେଟ ହାତେଇଥିଲେ। ଜବାବରେ ଟିମ ସେଫର୍ଟ (୫୭ ରନ୍‌, ୬ ଚୌକା ଓ୧ ଛକା)ଙ୍କ ଅର୍ଦ୍ଧଶତକ ଓ ମାର୍କ ଚାମ୍ପମ୍ୟାନ (୩୪)ଙ୍କ ପାଳି ବଳରେ ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୫ ଉଇକେଟ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପାକିସ୍ତାନ ପକ୍ଷରୁ ହାରିସ ରଫ ୩ ଓ ଶାହିନ ଆଫ୍ରିଦୀ ୨ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ ।…

କ୍ରିକେଟକୁ ଫେରିବେ ପାକିସ୍ତାନର ଏହି ପୂର୍ବତନ ଅଧିନାୟିକା

କରାଚୀ,୧୯।୬- ପାକିସ୍ତାନର ପୂର୍ବତନ ଅଧିନାୟିକା ନିଦା ଦାର ପେସାଦାର କ୍ରିକେଟକୁ ଖୁବ ଶୀଘ୍ର ଫେରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ…

ଟି୨୦ ବିଶ୍ୱକପ୍‌ରୁ ବାହାରିଗଲେ ଶ୍ରେୟଙ୍କା

ଲିଡ୍ସ, ୧୯ା୬: ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଫ୍‌ ସ୍ପିନର ଶ୍ରେୟଙ୍କା ପାଟିଲ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରୁ ବାହାରି ଯାଇଛନ୍ତି। ଏହା ଭାରତୀୟ ଦଳକୁ ଏକ ଶକ୍ତ…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri