ନୂଆବର୍ଷ ପାଳନ ଫିକା, ବହୁ ରାଜ୍ୟରେ କଟକଣା ଜାରି …

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୯ ରାଜ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ୧୦ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି। ଫଳରେ ନୂଆବର୍ଷ ପାଳନ ଫିକା ପଡ଼ିବାକୁ ଯାଉଛି।

୧୦ ରାଜ୍ୟ ସରକାରଙ୍କ ପକ୍ଷରୁ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ନୂଆବର୍ଷ ଫିକା ପଡ଼ିଛି। ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାରଙ୍କୁ ପରାମର୍ଶ ଦେଇଥିବାବେଳେ ଏହାର ପାଳନ କରିବା ଆରମ୍ଭ ହୋଇଛି।

ଇତିମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର, ଆସାମ, ଉତ୍ତରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ହରିୟାଣା, ଗୁଜୁରାଟ, ତାମିଲନାଡୁ, ଓଡ଼ିଶା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ହିମାଚଳପ୍ରଦେଶରେ ମଧ୍ୟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତେଣୁ ଖୁୂବ୍‌ ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ଆଶା କରାଯାଉଛି।

ଦିଲ୍ଲୀ ସରକାର ଡିସେମ୍ବର ୨୭ଠାରୁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ରାତି ୧୧ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।

ମହାରାଷ୍ଟ୍ର ସରକାର ରାତି ୯ଟାରୁ ସକାଳ ୬ ଟା ମଧ୍ୟରେ ରାଜ୍ୟରେ ପାଞ୍ଚରୁ ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

କର୍ନାଟକରେ ରାତ୍ରକାଳୀନ କର୍ଫ୍ୟୁ ଡିସେମ୍ବର ୨୮ରୁ କାର୍ଯ୍ୟକାରୀ ହେବ ଏବଂ ଏହ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲାଗୁହେବ। ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଦ୍ୱାରା ଘୋଷିତ କର୍ଫ୍ୟୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ

ନୂଆବର୍ଷକୁ ଦୃଷ୍ଟିରେ ରଖି ଡିସେମ୍ବର ୨୫ଠାରୁ ଉତ୍ତରପ୍ରଦେଶ ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି। ଏହା ରାତି ୧୧ ଟାରୁ ଭୋର୍‌ ୫ ଟା ପର୍ଯ୍ୟନ୍ତ ଜାରି ରହିବ।

ଆସାମ ସରକାର ରାତି ସାଢ଼େ ୧୧ଟାଠାରୁ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି।

ଡିସେମ୍ବର ୨୫ରୁ ହରିୟାଣାରେ ରାତି ୧୧ ଟା ରୁ ଭୋର ୫ ଟା ପର୍ଯ୍ୟନ୍ତ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସରକାରଙ୍କ ଅନୁଯାୟୀ, ଏହି ପ୍ରତିବନ୍ଧକ ଜାନୁୟାରୀ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ।

ମଧ୍ୟପ୍ରଦେଶ ସରକାର ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି। ରାତି ୧୧ ଟାରୁ ଭୋର୍‌ ୫ ଟା ପର୍ଯ୍ୟନ୍ତ ଏହା ଜାରି ରହିବ।

ଗୁଜୁରାଟରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁ ଅହମ୍ମଦାବାଦ, ସୁରଟ, ରାଜକୋଟ, ବଡ଼ୋଦରା, ଜୁନାଗଡ, ଜାମନଗର, ଭାବନଗର ଏବଂ ଗାନ୍ଧିନଗର ଆଦି ସହରରେ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି। ନୂତନ ସମୟ ରାତି ୧୧ ଟାରୁ ଭୋର ୫ଟା ପର୍ଯ୍ୟନ୍ତ ରହିଛି।

ଓଡ଼ିଶାରେ ମଧ୍ୟ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ନିଷେଧାଦେଶ ୨୫ ଡିସେମ୍ବରରୁ ୨ଜାନୁୟାରୀ ପର୍ଯ୍ୟନ୍ତ ଜାରି ରହିବ। ମୁଖ୍ୟ ସଚିବ ଏସ.ସି. ମହାପାତ୍ର ଏକ ଆଦେଶରେ କହିଛନ୍ତି ଯେ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ତଥା ନୂଆ ଭାରିଆଣ୍ଟର ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ପ୍ରତିବନ୍ଧକ ଘୋଷଣା କରିଛନ୍ତି। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟ, ପାର୍କ, କନଭେନଶନ ହଲ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟାନ୍ୟ ସ୍ଥାନରେ ରାତିର ସମାରୋହ ଅନୁଷ୍ଠିତ ହେବ ନାହିଁ। ସେହିପରି ନୂଆ ବର୍ଷର ଉତ୍ସବକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ତାମିଲନାଡୁ ସରକାର ଡିସେମ୍ବର ୧୪ଠାରୁ ଚେନ୍ନାଇର ସମସ୍ତ ବେଳାଭୂମିରେ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତାମିଲନାଡୁ ସରକାର କହିଛନ୍ତି ଯେ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ରେ ସେଠାରେ କୌଣସି ପ୍ରବେଶ ଏବଂ ଭିଡ଼କୁ ଅନୁମତି ଦିଆଯିବ ନାହିଁ। ସରକାର ଏହା ମଧ୍ୟ କହିଛନ୍ତି ଯେ ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଆୟୋଜନ ଉପରେ ପ୍ରତିବନ୍ଧକ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?