ଭୁବନେଶ୍ୱର,୩୧।୧୨: ଆଜି ୨୦୨୦ ବର୍ଷର ଶେଷ ଦିନ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଏବଂ ଉଦ୍ଦୀପନା ଦେଖାଦେଇଛି। ତେବେ ଏହା ଭିତରେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଗୁରୁବାର ରାତି ଅର୍ଥାତ୍ ଆଜି ରାତିରେ ନାଇଟ୍ କର୍ଫୁ ଲାଗୁ କରାଯିବା ନେଇ ଏସ୍ଆର୍ସି ପ୍ରଦୀପ ଜେନା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଗୁରୁବାର ରାତି ୧୦ରୁ ଶୁକ୍ରବାର ସକାଳ ୫ ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରିବେ ନାହିଁ। ଅତ୍ୟାବଶ୍ୟକ ସୁବିଧାକୁ ବାଦ୍ ଦେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ ବୋଲି ଏସ୍ଆର୍ସି କହିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ଦେଶରେ ଏହାକୁ ନେଇ ଚିନ୍ତା ବଢିଛି। ଫଳରେ ସରକାର ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି।
Govt of Odisha imposing Night curfew from 10pm of tonight to 5AM tomorrow morning across the state. General public requested to cooperate. All essential services& movements are allowed to continue during curfew hours. @CMO_Odisha @IPR_Odisha @SecyChief @odisha_police @SRC_Odisha
— Pradeep Jena IAS (@PradeepJenaIAS) December 31, 2020