ଚିନ୍ତା ବଢ଼ାଇଲା ନୂଆ ଷ୍ଟ୍ରେନ୍‌: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଲା

ନୂଆଦିଲ୍ଲୀ,୩୧।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ୨୦ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ରହିଥିବା ନେଇ ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ଗୁରୁବାର ପୁଣି ୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ନୂଆବର୍ଷକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜ୍ୟରେ ଉତ୍ସବ ପାଳନ ଉପରେ କଟକଣା ଜାରି ହୋଇଛି। ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ନମୁନା ପରୀକ୍ଷା କରାଯାଉଛିା। ଦେଶର କୋଲକାତା, ଭୁବନେଶ୍ୱର, ଏନ୍‌ଆଇଭି ପୁଣେ, ସିସିଏସ୍‌ ପୁଣେ, ସିସିଏମ୍‌ବି ହାଇଦ୍ରାବାଦ୍‌, ସିସିଏଫ୍‌ଡ଼ି ହାଇଦ୍ରାବାଦ୍‌, ଇନ୍‌ଷ୍ଟେମ୍‌ ବେଙ୍ଗାଲୁରୁ, ନିମ୍‌ହାନ୍ସ୍‌ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ, ଏନ୍‌ସିଡିସି ଦିଲ୍ଲୀ ଆଦିଠାରେ ଥିବା ୧୦ଟି ଲ୍ୟାବ୍‌ରେ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୪ କଣ୍ଟେନମେଣ୍ଟ ଜୋନ ଘୋଷଣା: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ବଢ଼ିଲା ସରକାରଙ୍କ ଚିନ୍ତା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ଦିନକୁ ଦିନ ତୀବ୍ର ଗତିରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ମାମଲା ଏତେ ସଂଖ୍ୟାରେ ବୃଦ୍ଧି ପାଉଛି ଯେ,...

ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଡାର୍‌ଓ୍ବିନ୍‌ ତତ୍ତ୍ୱ ବାଦ୍‌

ନୂଆଦିଲ୍ଲୀ,୨୩।୪: ଏନ୍‌ସିଇଆର୍‌ଟି ପୁସ୍ତକର ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ଡାର୍‌ଓ୍ବିନ୍‌ଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱକୁ ବାଦ୍‌ ଦିଆଯାଇଥିବାରୁ ବୈଜ୍ଞାନିକମାନେ ଏହାର ନିନ୍ଦା କରିଛନ୍ତି। ପ୍ରାୟ ୧,୮୦୦...

ହିନ୍ଦୁ ଶରଣାର୍ଥୀଙ୍କୁ ଅଧା ଦାମ୍‌ରେ ଜମି ଯୋଗାଇ ଦେଲେ ରାଜସ୍ଥାନ ସରକାର

ଜୟପୁର,୧୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ କିନ୍ତୁ ରାଜସ୍ଥାନର ଅଶୋକ ଗେହଲଟ...

ଏଥର ୧୬ ଲକ୍ଷ ଦୀପରେ ଆଲୋକିତ ହେବ ଅଯୋଧ୍ୟା!

ନୂଆଦିଲ୍ଲୀ,୧୪।୯: ଭଗବାନ ରାମଙ୍କ ସହର ଅଯୋଧ୍ୟା ପୁଣିଥରେ ଦୀପାବଳିରେ ଲକ୍ଷ ଲକ୍ଷ ଦୀପ ଦ୍ୱାରା ଆଲୋକିତ ହେବ। ଚଳିତ ବର୍ଷ ଏହି ଦିନ ଅଯୋଧ୍ୟାର ସରୟୁ...

ମ୍ୟାଜିକ୍‌ ନମ୍ବର ୧୨୨, କିଏ ହାତେଇବ କ୍ଷମତା …

ପାଟନା, ୯।୮ : ବର୍ତ୍ତମାନ ବିହାର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୪୩ ରହିଛି। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୨୨...

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୭: ଜମ୍ମୁ କଶ୍ମୀରର କୁପୱାରା ଜିଲାର ମାଛିଲ ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ପୁଣି ଥରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀ...

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ...

୨ରୁ ୮ବର୍ଷର ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ ଆରମ୍ଭ

ପାଟନା,୨୮।୫: ବିହାର ସମେତ ପୁରା ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ପ୍ରତିଦିନ ହଜାର ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ...

Advertisement
Archives

Model This Week