ଆମେରିକାରେ ନୂତନ ତରଙ୍ଗ

ଯୁକ୍ତରାଷ୍ଟ୍ର ଆମେରିକାର କେବଳ ନୁହେଁ ସମଗ୍ର ବିଶ୍ୱର ପୁଞ୍ଜିର ରାଜଧାନୀ ହେଉଛି ନ୍ୟୁୟର୍କ। ସେଇଠି ରହିଛି ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟାଳୟ। ୱାର୍ଲଡଷ୍ଟ୍ରିଟର କେନ୍ଦ୍ର। ନ୍ୟୁୟର୍କ ଭିତରେ ବହି ଯାଉଥିବା ହଡସନ ନଦୀ ଭିତରେ ଥିବା ଟାପୁରେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ବିଶାଳ ପ୍ରତିମୂର୍ତ୍ତି। ନ୍ୟୁୟର୍କ ସହରର ମ୍ୟୁନିସିପାଲିଟିର ବାର୍ଷିକ ବଜେଟ ୧୦ହଜାର କୋଟି ଡଲାର ବା ଆଠ ଲକ୍ଷ ଅଶୀ ହଜାର କୋଟି ଟଙ୍କା। ନ୍ୟୁୟର୍କର ଜିଡିପିର ପରିମାଣ ହେଉଛି ୨.୪୪ ଟ୍ରିଲିୟନ ଡଲାର। ଭାରତର ମୋଟ ଜିଡିପି ଅଧାରୁ ଅଧିକ ହେଉଛି ନ୍ୟୁୟର୍କ ସହରର ଜିଡିପି। ଯୁକ୍ତରାଷ୍ଟ୍ର ଆମେରିକାର ପଚାଶଟି ପ୍ରଦେଶ ମଧ୍ୟରୁ ଚାଳିଶଟିର ଲୋକସଂଖ୍ୟା ନ୍ୟୁୟକର୍ର୍ ସହରରୁ କମ୍‌। ଲୋକସଂଖ୍ୟା ପ୍ରାୟ ୮୫ଲକ୍ଷ। ନ୍ୟୁୟକର୍ର୍ ଚଳଣି ଖର୍ଚ୍ଚ ବହୁତ ବେଶି। ଘରଭଡ଼ା, ଟ୍ୟାକ୍ସିଭଡ଼ା, ଗ୍ରୋସରି ଦାମ୍‌ ଖୁବ୍‌ ଅଧିକ। ଗୋଟିଏ ପଟେ ଅତ୍ୟନ୍ତ ପ୍ରାଚୁର୍ଯ୍ୟ ଓ ଅପରପଟେ ସାଧାରଣ ଲୋକଙ୍କ ଜୀବନଯାପନ ଖୁବ୍‌ କଷ୍ଟସାଧ୍ୟ।
୪ ନଭେମ୍ବର୨୦୨୫ରେ ନ୍ୟୁୟର୍କ ମ୍ୟୁନିସିପାଲ ମେୟର ପଦବୀ ପାଇଁ ନିର୍ବାଚନ ହୋଇଥିଲା। ନ୍ୟୁୟର୍କ ସହରର ଭୋଟଦାତାମାନେ ଡେମୋକ୍ରାଟିକ ଦଳକୁ ପ୍ରାୟତଃ ସମର୍ଥନ କରିଥାନ୍ତି। ଡେମୋକ୍ରାଟିକ ଦଳର ବର୍ତ୍ତମାନ ନ୍ୟୁୟର୍କ ମେୟର ଅଛନ୍ତି ଆଣ୍ଡ୍ରେୟୁ କ୍ୟୁମୋ। ତାଙ୍କର କାର୍ଯ୍ୟକାଳ ଜାନୁୟାରୀ ୨୦୨୬ରେ ଶେଷ ହେବ। ନଭେମ୍ବର ୪ ତାରିଖ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ଦଳର ମେୟର ପ୍ରାର୍ଥୀ କିଏ ହେବ, ସେଥିପାଇଁ ଦଳ ଭିତରେ ନିର୍ବାଚନ ହୋଇଥିଲା ଓ ଜୋହରାନ ମାମଦାନି ନିର୍ବାଚିତ ହୋଇଥିଲେ ପ୍ରାର୍ଥୀ ହେବା ପାଇଁ। ଆଣ୍ଡ୍ରେୟୁ କ୍ୟୁମୋଙ୍କ ପଛରେ ବହୁ ପୁଞ୍ଜିପତି ଠିଆ ହୋଇଥିଲେ। ମାତ୍ର ଆଣ୍ଡ୍ରେୟୁ ପରାସ୍ତ ହେଲେ ଓ ଡେମୋକ୍ରାଟିକ ଦଳ ପକ୍ଷରୁ ପ୍ରାର୍ଥୀ ହୋଇପାରିଲେ ନାହିଁ।
ଜୋହରାନଙ୍କ ପିତା ମହମ୍ମଦ ମାମଦାନି ଜଣେ ମହାରାଷ୍ଟ୍ରର ମୁସଲମାନ। ସେ ୧୯୪୬ରେ ବମ୍ବେରେ ଜନ୍ମ ଲାଭ କରିଥିଲେ। ଜଣେ ପ୍ରଫେସର। ଉଗାଣ୍ଡାର ଏକ ବିଶ୍ୱବିଦ୍ୟାଳୟର ସେ କୁଳପତି। ଜୋହରାନଙ୍କ ମା’ ମୀରା ନାୟାର, ଓଡ଼ିଶା ରାଉରକେଲାରେ ୧୯୫୭ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଉଚ୍ଚଶିକ୍ଷିତା ଓ ଫିଲ୍ମ ନିର୍ମାତା। ଜୋହରାନଙ୍କ ମାତାପିତା ଉଗାଣ୍ଡା ଯାଇଥିଲେ ଓ ସେଠାରେ ଜୋହରାନ ଜନ୍ମ ହୋଇଥିଲେ। ତା’ପରବର୍ତ୍ତୀ କାଳରେ ସେମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ ଯାଇ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ।
ନ୍ୟୁୟର୍କ ସହରର ମେୟର ନିର୍ବାଚନ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। କାରଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିଜ ଦଳର ପ୍ରାର୍ଥୀଙ୍କ ପରିବର୍ତ୍ତେ ଡେମୋକ୍ରାଟିକ ଦଳର ସଦସ୍ୟ ଓ ସ୍ବାଧୀନ ମେୟର ପ୍ରାର୍ଥୀ ଆଣ୍ଡ୍ରେୟୁ କ୍ୟୁମୋଙ୍କୁ ସମର୍ଥନ ଜଣାଇଥିଲେ। ଫଳରେ ଏହି ନିର୍ବାଚନ ବିତର୍କିତ ହୋଇ ଉଠିଲା।
ଜୋହରାନ ମମଦାନି ଡେମୋକ୍ରାଟିକ ଦଳର ସଦସ୍ୟ ଓ ଡେମୋକ୍ରାଟିକ ସୋସାଲିଷ୍ଟ ଅଫ୍‌ ଆମେରିକା ଗ୍ରୁପର ମଧ୍ୟ ସଦସ୍ୟ। ଏହି ଡେମୋକ୍ରାଟିକ ସୋସାଲିଷ୍ଟ ଏକ ରାଜନୈତିକ ଦଳ ନୁହେଁ। ଏହା ଏକ ଆନ୍ଦୋଳନ। ମାମଦାନି ନିର୍ବାଚନ ପୂର୍ବରୁ ଘୋଷଣା କଲେ ଯେ, ସେ ଜଣେ ଡେମୋକ୍ରାଟିକ ସୋସାଲିଷ୍ଟ। ସେ ମଧ୍ୟ ନ୍ୟୁୟର୍କବାସୀଙ୍କ ପାଇଁ କେତୋଟି କାର୍ଯ୍ୟକ୍ରମ ଘୋଷଣା କଲେ। ୧-ନ୍ୟୁୟକର୍ର୍ରେ ଘରଭଡ଼ା କମାଇବେ ଓ ଦୁଇଲକ୍ଷ ବାସଗୃହ ନିର୍ମାଣ କରି ଶସ୍ତାରେ ଘର ଯୋଗାଇବେ।୨- ମ୍ୟୁନିସିପାଲିଟି ତରଫରୁ ଗ୍ରୋସରି ଦୋକାନ ଖୋଲାଯିବ ଓ ଶସ୍ତାରେ ସମସ୍ତଙ୍କୁ ଆବଶ୍ୟକ ଜିନିଷ ମିିଳିବ। ୩- ବସ୍‌ରେ ଯାତାୟାତ ବିନାମୂଲ୍ୟରେ ଯୋଗାଇ ଦିଆଯିବ। ୪- ମହିଳା ଶ୍ରମିକଙ୍କ ଶିଶୁମାନଙ୍କ ସମେତ ସମସ୍ତ ଶିଶୁଙ୍କର ଯତ୍ନ ନିଆଯିବ। ଜୋହରାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କେବଳ ନ୍ୟୁୟର୍କକୁ ନୁହେଁ, ସମଗ୍ର ଆମେରିକାକୁ ଦୋହଲାଇ ଦେଲା।
ଏହି ପଟଭୂମିରେ ଟ୍ରମ୍ପଙ୍କ ବୟାନବାଜି ଆରମ୍ଭ ହେଲା। ସେ ଘୋଷଣା କଲେ, ମମଦାନି ଜଣେ କମ୍ୟୁନିଷ୍ଟ ପାଗଳ। ନ୍ୟୁୟର୍କବାସୀ କମ୍ୟୁନିଷ୍ଟକୁ ସ୍ବୀକାର କରିବେ ନାହିଁ। ସେ ନ୍ୟୁୟକର୍ର୍ବାସୀଙ୍କୁ ଆହ୍ବାନ ଦେଲେ, ଆପଣଙ୍କ ପାଖରେ ବିକଳ୍ପ ନାହିଁ। ତେଣୁ ସ୍ବାଧୀନ ପ୍ରାର୍ଥୀ ଆଣ୍ଡ୍ରେୟୁ କ୍ୟୁମୋକୁ ସମର୍ଥନ କରନ୍ତୁ। ଆଉ ଯଦି ମାମଦାନି ନିର୍ବାଚିତ ହୁଅନ୍ତି, ତେବେ ସେ ନ୍ୟୁୟର୍କ ମ୍ୟୁନିସିପାଲିଟିକୁ ଅର୍ଥ ଦେବା ବନ୍ଦ କରିଦେବେ। ଜୋହରାନ ଏକ ଚକ୍ରବୂ୍ୟହକୁ ସାମ୍‌ନା କରିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକାର ବିଲିୟନ କୋଟି ଡଲାରର ମାଲିକ ମାଇକେଲ ବ୍ଲୁମ୍‌ବର୍ଗ, ଜିଓନିଷ୍ଟ କୋଟିପତି ବିଲ୍‌ ଆକ୍‌ମ୍ୟାନ, ଖବରକାଗଜ ନ୍ୟୁୟର୍କ ଟାଇମ୍‌ସ- ଏମାନେ ସମସ୍ତେ ନିଜର ସମସ୍ତ ଶକ୍ତି ଦେଇ ଜୋହରାନଙ୍କୁ ପରାସ୍ତ କରିବାକୁ ଲାଗି ପଡ଼ିଥିଲେ । ହେଲେ ତାଙ୍କୁ ଅଭିମନ୍ୟୁ ସ୍ଥାନରେ ରଖିପାରିଲେ ନାହିଁ ଆମେରିକାର ପୁଞ୍ଜିପତିମାନେ। ବାରମ୍ବାର ପ୍ରଚାର କରାଗଲା ଯେ ମାମଦାନି ଜଣେ ପକ୍କା କମ୍ୟୁନିଷ୍ଟ।
ଏହି ଅବସରରେ କମ୍ୟୁନିଷ୍ଟ ଇସ୍ତାହାରରେ ଲିପିବଦ୍ଧ ହୋଇଥିବା କେଇପଦ କଥା ଏଠାରେ ବର୍ଣ୍ଣନା କରିବା ଆବଶ୍ୟକ। ଇସ୍ତାହାରରେ ଲେଖାଯାଇଛି (୧୮୪୮)- ଆଜି ଏପରି କୌଣସି ବିରୋଧୀ ଦଳ ଅଛି ଯେ କି କ୍ଷମତାସୀନ ତାହାର ବିପକ୍ଷ ଦଳମାନଙ୍କ ଦ୍ୱାରା କମ୍ୟୁନିଷ୍ଟ ବୋଲି ନିନ୍ଦିତ ହୋଇନାହିଁ ? ଏପରି କୌଣସି ବିରୋଧୀ ଦଳ ଅଛି ଯେ କି ଅପେକ୍ଷାକୃତ ଅଧିକ ପ୍ରଗତିଶୀଳ ବିରୋଧୀ ଦଳକୁ ଏବଂ ନିଜର ପ୍ରତିକ୍ରିୟାଶୀଳ ଶତ୍ରୁମାନଙ୍କୁ ମଧ୍ୟ ଓଲଟି କମ୍ୟୁନିଷ୍ଟ ଆଖ୍ୟା ଦେଇ ନିନ୍ଦା କରିବାକୁ ଛାଡିନାହିଁ? ନ୍ୟୁୟକର୍ର୍ ମ୍ୟୁନିସିପାଲ ମେୟର ନିର୍ବାଚନରେ ଯାହାସବୁ ଘଟିଗଲା, ତାହା କ’ଣ ଇସ୍ତାହାରକୁ ଠିକ୍‌ ବୋଲି ପ୍ରତିପାଦନ କରିନାହିଁ?
ବାସ୍ତବରେ ମାମଦାନି ଜଣେ କମ୍ୟୁନିଷ୍ଟ ନ ଥିଲେ କି ସେ ମାକର୍‌ସବାଦୀ ନୁହନ୍ତି। ସେ କହିଛନ୍ତି, ଦେଶବାସୀଙ୍କୁ ମୌଳିକ ସୁବିଧା ଦେବା ରାଷ୍ଟ୍ରର କର୍ତ୍ତବ୍ୟ। ଖାଦ୍ୟ, ବାସଗୃହ, ଚିକିତ୍ସା, ଶିକ୍ଷା ଆଦିକୁ ବ୍ୟବସାୟ କରି ପୁଞ୍ଜିପତିମାନେ ଅଜସ୍ର ଅର୍ଥ ଆୟ କରୁଛନ୍ତି। ମଣିଷର ବଞ୍ଚତ୍ବା ପାଇଁ ଯେଉଁ ମୌଳିକ ଜିନିଷ ଦରକାର, ସେ ସବୁକୁ ଶସ୍ତାରେ ଯୋଗାଇବାକୁ ରାଷ୍ଟ୍ରକୁ ଦାୟିତ୍ୱ ନେବାକୁ ହେବ।
ନଭେମ୍ବର ୪ ନିର୍ବାଚନରେ ମାମଦାନି ବିଜୟୀ ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ‘ସମାଜବାଦ’ ଏକ ଅଛୁଆଁ ରାଜନୀତି ହୋଇ ରହିନାହିଁ ନ୍ୟୁୟର୍କର ନାଗରିକଙ୍କ ପାଇଁ। ମମଦାନି ସ୍ପଷ୍ଟ ଭାବରେ ପାଲେଷ୍ଟାଇନ ରାଷ୍ଟ୍ର ପାଇଁ ଦାବି କରିଛନ୍ତି ଓ ‘ଗାଜା’ ନରସଂହାର ମୁଖ୍ୟ ଅପରାଧୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗିରଫ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ମାମଦାନିଙ୍କ ନାଗରିକତ୍ୱକୁ ଲୋପ କରିଦେବା ପାଇଁ ରିପବ୍ଲିକାନ ପାର୍ଟି ପକ୍ଷରୁ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି। ମମଦାନି ୧୯୯୮ରେ ଉଗାଣ୍ଡାରୁ ଆମେରିକାକୁ ଆସିଥିଲେ। ସେତେବେଳେ ତାଙ୍କର ବୟସ ହୋଇଥିଲା ସାତବର୍ଷ। ୨୦୧୮ରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକତ୍ୱ ହାସଲ କରିଥିଲେ। ନ୍ୟୁୟର୍କ ମେୟର ଭାବେ ଶପଥ ନେବା ପୂର୍ବରୁ ତାଙ୍କୁ ଆମେରିକାରୁ ତଡିଦେବା ପାଇଁ ଉଦ୍ୟମ ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ମାତ୍ର ସେ ନିର୍ବାଚିତ ହେବା ପରେ ଏହି ଉଦ୍ୟମ ବି ଜୋରଦାର ଭାବେ ଚାଲିଛି।
ମାମଦାନିଙ୍କୁ ଇହୁଦୀ ବିରୋଧୀ ବୋଲି ଟ୍ରମ୍ପ ଦାବି କରିଥିଲେ। ମାତ୍ର ନ୍ୟୁୟକର୍ର୍ର ଇହୁଦୀମାନଙ୍କର ଏକ ବଡ଼ ଅଂଶ ମମଦାନିଙ୍କ ସମର୍ଥନରେ ଥିଲେ। ମାମଦାନି ନିର୍ବାଚିତ ହେବା ପରେ ବିଜୟ ଉତ୍ସବରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୯୪୭ ଅଗଷ୍ଟ ୧୫ ମଧ୍ୟରାତ୍ର, ସ୍ବାଧୀନତା ଦିବସର ବକ୍ତବ୍ୟକୁ ତୋଳି ଧରିଥିଲେ।
“A moment comes out but rarely in History, when we step out from the old to the new. When an age ends and the soul of a Nation find utterance. To night we step out from the old to the new.”
ମାମଦାନି ଭାରତକୁ ଖୁବ୍‌ ସମ୍ମାନ କରନ୍ତି। ମାମଦାନିଙ୍କ ଡେମୋକ୍ରାଟିକ ସୋସାଲିଜମ୍‌ ସମଗ୍ର ଆମେରିକାରେ ଏକ ନୂଆ ତରଙ୍ଗ ସୃଷ୍ଟି କରିପାରିଛି।

ଜନାର୍ଦ୍ଦନ ପତି
ମୋ:୯୪୩୭୦୦୭୭୭୦


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri