ପାତ୍ର ଥିଲେ ସିନା

ବିହାର ବିଧାନସଭା ନିର୍ବାଚନ ଫଳ ଭାରତୀୟ ରାଜନୈତିକ ଇତିହାସ ପାଇଁ ଏକ ନୂଆ ପାଣ୍ଡୁଲିପି ଲେଖିଛି। ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ କୁମାର ଓ କ୍ଷମତା ରାଜନୀତିରେ ସହଯୋଗୀ ଭାଜପା ସରକାରୀ ବିରୋଧୀ ପବନର ସମ୍ମୁଖୀନ ହୋଇପାରନ୍ତି ବୋଲି ଭୋଟ ଗ୍ରହଣ ପୂର୍ବରୁ ଆଲୋଚନା ହେଉଥିଲା। ତେବେ ଏକ୍‌ଜିଟ ପୋଲ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ଅଧିକ ସିଟ୍‌ ମିଳିବ ବୋଲି ଆକଳନ କରିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି), କଂଗ୍ରେସ ସହ ମିଶି ସୃଷ୍ଟି ହୋଇଥିବା ମହାଗଠବନ୍ଧନ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଅନୁମାନ ଲଗାଯାଇଥିଲା। ହେଲେ ୧୪ ନଭେମ୍ବରରେ ପ୍ରକାଶିତ ଫଳାଫଳ ଆଶଙ୍କା କିମ୍ବା ସମ୍ଭାବନା ଆଦି ସୀମା ଅତିକ୍ରମ କରି ଏନ୍‌ଡିଏକୁ ବିପୁଳ ବିଜୟ ଦେଇଦେଲା। ଫଳ ଦେଖି ଏନ୍‌ଡିଏ ନେତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୪୩ ଆସନ ମଧ୍ୟରୁ ୨୦୨ ଆସନ ଜିତି ଏନ୍‌ଡିଏ ଯେଉଁ ଅପ୍ରତ୍ୟାଶିତ ବିଜୟ ହାସଲ କଲା ସେଥିରେ ଭାଜପା ୮୯ ଆସନ ପାଇ ଆଗରେ ଥିବା ବେଳେ ଜେଡିୟୁ ୮୫ ସିଟ୍‌ ଜିଣି ତା’ ପାଖାପାଖି ରହିଲା। ଉଲ୍ଲେଖଯୋଗ୍ୟ ଯେ, ଉଭୟ ଦଳ ସମାନ ସଂଖ୍ୟକ ୧୦୧ ଆସନରେ ଲଢ଼ିଥିଲେ। ନିର୍ବାଚନ ଆରମ୍ଭ ବେଳୁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ଆର୍‌ଜେଡିର ତେଜସ୍ବୀ ଯାଦବ ଅତି କଷ୍ଟରେ ନିଜ ଆସନ ବଞ୍ଚାଇପାରିଥିବା ବେଳେ ଦଳ ପାଇଁ ମାତ୍ର ୨୫ ସିଟ୍‌ ଗୋଟାଇବାରେ ସକ୍ଷମ ହେଲେ। ସହଯୋଗୀ କଂଗ୍ରେସ ଭାଗରେ ପଡ଼ିଲା କେବଳ ୬। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିରୋଧୀମାନେ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌), ଇଭିଏମ୍‌ ଜାଲିଆତି ଓ ସର୍ବୋପରି ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଗକୁ ବିରୋଧୀ ଆହୁରି କେତେ ଅଭିଯୋଗ ଆଣିପାରନ୍ତି। କିନ୍ତୁ ସାଧାରଣରେ କୁହାଯାଇଥାଏ-ଯିଏ ଜିତିଲେ ସିଏ ସମ୍ରାଟ।
ହିନ୍ଦୀ ଭାଷୀ ଅଞ୍ଚଳ ବିଶେଷକରି ବିହାର ଓ ଉତ୍ତର ପ୍ରଦେଶର ଭୌଗୋଳିକ ସ୍ଥିତି, ଲୋକସଂଖ୍ୟା ଓ ସେମାନଙ୍କ ଚରିତ୍ର, ଜାତି ଓ ଧର୍ମକୁ ନେଇ ରାଜନୀତି ସର୍ବଦା ଭାରତୀୟ ଗଣତନ୍ତ୍ରକୁ ପ୍ରଭାବିତ କରିଥାଏ। ଗତ ଶତାବ୍ଦୀର ଶେଷ ଦଶକକୁ ଯଦି ଦେଖାଯାଏ ହିଂସା, ବୁଥ୍‌ ଜବରଦଖଲ ଆଦି ବିହାର ନିର୍ବାଚନ ସହ ଯୋଡ଼ି ହୋଇଥିଲା ଏବଂ ଅନେକ ସ୍ଥାନରେ ପୁନଃ ମତଦାନ ହେଉଥିଲା। ୨୦୦୫ରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ପରେ ବିହାର ଅନେକ ପରିବର୍ତ୍ତନ ଦେଖିଲା। ୨୦୨୫ ବିହାର ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଛି। କୌଣସି ସ୍ଥାନରେ ପୁନଃ ଭୋଟଗ୍ରହଣ ହୋଇ ନ ଥିବା ବେଳେ ହିଂସାକାଣ୍ଡ ବିଷୟରେ ଖବର ମିଳି ନାହିଁ। ଦୀର୍ଘ ଶାସନ କରିଥିବା ସତ୍ତ୍ୱେ ନୀତିଶ ବିରୋଧୀ ମତ ନ ବହିବା ଏବେ ବେଶି ଆଲୋଚନାର ବିଷୟବସ୍ତୁ ହୋଇଛି। ଏହାର ସମ୍ଭାବ୍ୟ ଉତ୍ତର ରଖାଯାଉଛି ଯେ, ମହାଗଠବନ୍ଧନ ବିହାରବାସୀଙ୍କ ମନକୁ ପଢ଼ିପାରିଲେ ନାହିଁ। ସାମାଜିକ, ଆର୍ଥିକ ଓ ରାଜ୍ୟର ଉନ୍ନତି ପ୍ରସଙ୍ଗ ବିରୋଧୀ ନ ଉଠାଇ ଜେଡିୟୁ, ଭାଜପାକୁ ଟାର୍ଗେଟ କରିବା ସହ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଅଜାଡ଼ି ଚାଲିଲେ। ଗଣତନ୍ତ୍ରରେ ଦୋଷ ଲଦିବା ଅପେକ୍ଷା ଲୋକଙ୍କ ପାଇଁ ଦଳ କ’ଣ କରିପାରିବ ତାହା ସେମାନଙ୍କ ନିକଟରେ ପହଞ୍ଚାଇବାର ଥିଲା। କିନ୍ତୁ କମ୍‌ ଆଲୋଚନା ହେଉଥିବା ବିନ୍ଦୁଟି ହେଉଛି ବୃଦ୍ଧ ନୀତିଶଙ୍କ ବିକଳ୍ପ ଭାବେ ଯୁବ ତେଜସ୍ବୀ ନିଜକୁ ପ୍ରତିପାଦିତ କରିବାରେ ଅସଫଳ ହେଉଛନ୍ତି। ଲୋକଙ୍କ ପାଖକୁ ଗଲା ବେଳେ ଗୋଟେ ଭଲ ପାତ୍ର ବା ଥାଳ ନେଇ ଯାଇଥିଲେ ଦାନ ପାଇପାରିଥାଆନ୍ତେ। ଏହି ପାତ୍ର ପ୍ରସ୍ତୁତ କରିବା ଲାଗି ଗୋଟେ ସକାରାତ୍ମକ ପରିବେଶ ସୃଷ୍ଟି କରି ନିଜର ବ୍ୟକ୍ତିତ୍ୱ ବିକଶିତ କରାଇପାରିଥିଲେ ଲୋକେ ସେହି ନେତାଙ୍କ ଗୁରୁତ୍ୱ ବୁଝିପାରିଥାଆନ୍ତେ। ଭାରତୀୟ ରାଜନୀତି ଦେଖିଛି ଗୋଟେ ବିକଳ୍ପ ସୃଷ୍ଟି ନ ହେବା ଯାଏ ନେତାମାନେ ଦୀର୍ଘ ବର୍ଷ ଧରି ଶାସନରେ ରହିଥାଆନ୍ତି। ନଚେତ୍‌ ନେତା ନେଉଥିବା କୌଣସି ପଦକ୍ଷେପ ସାଧାରଣରେ ସ୍ବୀକାରଯୋଗ୍ୟ ହେବାରେ ଅସଫଳ ହେଲେ ଭୋଟର ମୁହଁ ମୋଡ଼ିବା ସ୍ବାଭାବିକ। ଏହା ୨୦୨୪ ନିର୍ବାଚନରେ ଓଡ଼ିଶା ଭୋଟର ପ୍ରମାଣ କରିଦେଇଛନ୍ତି। ଓଡ଼ିଶାର ଉଦାହରଣରୁ ବୁଝିବାକୁ ହେବ ଯେ ସବୁବେଳେ ବିକଳ୍ପ ଖୋଜିବା ପାଇଁ ନାଗରିକ ଅପେକ୍ଷା କରି ବସନ୍ତି ନାହିଁ। ବିରକ୍ତ ହେଲେ ଯାହାକୁ ଇଚ୍ଛା ତାହାକୁ ଶାସନ ଗାଦିରେ ବସାଇଦେଇ ପାରୁଛନ୍ତି।
ଆଜିର ସ୍ଥିତିରେ କଂଗ୍ରେସର ରାହୁଲ ଗାନ୍ଧୀ ହୁଅନ୍ତୁ ବା ଆର୍‌ଜେଡିର ତେଜସ୍ବୀ ଯାଦବ ଆତ୍ମସମୀକ୍ଷା କରିବା ଗୁରୁତ୍ୱ ଧାରଣ କଲାଣି। ଏକ ଜାତୀୟ ଦଳ ଭାବେ କଂଗ୍ରେସ ୬ଟି ଆସନ ପାଉଥିବାରୁ ସେଥିରୁ ରାହୁଲ ବୁଝିଯିବା ଦରକାର ଯେ, ଜନସାଧାରଣଙ୍କ ନିକଟରେ ତାଙ୍କର ଗ୍ରହଣୀୟତା ସମ୍ପୂର୍ଣ୍ଣ ଲୋପ ପାଇଲାଣି। ତେଣୁ ସେଭଳି ନେତା ନେତୃତ୍ୱ ନେବାରୁ ଓହରିଯିବା ଉଚିତ। ତେଲଙ୍ଗାନା, କର୍ନାଟକ କିମ୍ବା ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନକୁ ଆସିବା ପଛରେ ସ୍ଥାନୀୟ ନେତାଙ୍କ କସରତ ଥିଲା। ତେଲଙ୍ଗାନାରେ ଏ. ରେଭନ୍ଥ ରେଡ୍ଡୀ, କର୍ନାଟକରେ ଡି.କେ. ଶିବକୁମାର ଏବଂ ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ନିଜ ପ୍ରଚେଷ୍ଟାରେ କଂଗ୍ରେସକୁ ଜିତାଇ ପାରିଥିଲେ। ସେହି ବିଜୟ ସହ ରାହୁଲଙ୍କୁ ଆଦୌ ଯୋଡ଼ା ଯିବା କଥା ନୁହେଁ। ବିହାର କଂଗ୍ରେସରେ ସେଭଳି ଆଞ୍ଚଳିକ ନେତାଙ୍କ ଅଭାବ ଆରମ୍ଭରୁ ଦିଶୁଥିଲା। ତେଣୁ ଯେତେବେଳେ ନେତାମାନେ ଜାଣୁଛନ୍ତି ଯେ ସେମାନଙ୍କ ଦ୍ୱାରା କିଛି ହୋଇପାରୁ ନାହିଁ, ନିଜଆଡ଼ୁ ସେମାନେ ମଇଦାନରୁ ଅପସରି ଯିବା କଥା। ଓଡ଼ିଶା କଥା ଦେଖିଲେ ଦିନେ ସର୍ବମାନ୍ୟ ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖାଯାଉଥିଲା। ଏବେ ବହୁ ଦିଗରୁ ତାଙ୍କ ବ୍ୟକ୍ତିିତ୍ୱ ହ୍ରାସ ପାଇଥିବାରୁ ତାଙ୍କର ଗ୍ରହଣୀୟତା ସମ୍ପୂର୍ଣ୍ଣ ଭାବେ ଚାଲିଗଲାଣି ବୋଲି ନୂଆପଡ଼ା ଉପନିର୍ବାଚନରୁ ପ୍ରମାଣ ମିଳିଲା। ଏହା ସୁନିଶ୍ଚିତ ବିଷୟ ଯେ ଓଡ଼ିଶାରେ ଶୂନ୍ୟ ବିରୋଧୀ ସ୍ଥାନ ସୃଷ୍ଟି ହୋଇଛି। ସେହି ସ୍ଥାନକୁ ନବୀନ ପଟ୍ଟନାୟକ ପୂରଣ କରିବାର ଅକ୍ଷମତା ପ୍ରଦର୍ଶନ କରିସାରିଲେଣି। ତାଙ୍କ ପାଖରେ କୌଣସି ନୂଆ ମନ୍ତ୍ର ଦେଖିବାକୁ ବାକି ନାହିଁ ବୋଲି ନୂଆପଡ଼ା ଦେଖାଇ ଦେଲା। ଅନୁରୂପ ଭାବେ ଓଡ଼ିଶା କଂଗ୍ରେସରେ ମଧ୍ୟ ଡି.କେ. ଶିବକୁମାର କିମ୍ବା ରେଭନ୍ଥ ରେଡ୍ଡୀଙ୍କ ଭଳି ଗ୍ରହଣୀୟ ନେତାଙ୍କ ଉପସ୍ଥିତି ନାହିଁ। ତେଣୁ ବିରୋଧୀ ସ୍ଥାନ ଏବେ ଖାଲି ପଡ଼ିଛି, ଯାହାକୁ କଂଗ୍ରେସ ଏକ ଜାତୀୟ ଦଳ ଭାବେ ପୂରଣ କରିପାରିବ ବୋଲି ବିଶ୍ୱାସ ହେଉନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?