କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ, ଡେଲଟା ଭାରିଆଣ୍ଟଠୁ ଏହା ସାଂଘାତିକ ହୋଇପାରେ। ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ପ୍ରତିଦିନ ୧୨ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ଲୋକଙ୍କଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡିଛି। ଦକ୍ଷିଣ ଆଫ୍ରିକାରୁ ହଂକଂ ଯାଇଥିବା କିଛି ଲୋକଙ୍କ ମଧ୍ୟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାର ବୈଜ୍ଞାନିକ ନାମକରଣ ବି.୧.୧.୫୨୯ ରଖାଯାଇଛି। ଏହି ନୂଆ ଷ୍ଟ୍ରେନ ପାଇଁ ଭାରତ ସରକାର ସତର୍କ କରାଇଛନ୍ତି। ପ୍ରତ୍ୟେକ ବିମାନବନ୍ଦରରେ ସ୍କ୍ରିନିଂ, ଟେଷ୍ଟିଂ, ଟ୍ରାକିଂକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି। କେହି ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସଂଘରୋଧରେ ରଖିବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ସମସ୍ତ ଦେଶକୁ ଏହି ସମ୍ପର୍କରେ ସୂଚନା ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେବେ ସଂକ୍ରମଣକୁ ରୋକିବାକୁ ଯାତାୟତ କଟକଣାକୁ କଡାକଡି କରାଯିବାର ଆବଶ୍ୟକତା ରହିଥିବା ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ୨୪ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା ସୁସ୍ଥ ହୋଇ ଫେରିଲେ ଘରକୁ

ନୂଆଦିଲ୍ଲୀ,୩୦।୫: ଭାରତରେ ପ୍ରତି ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବାରେ ଏକ ଖୁସି ଖବର...

ମାଂସ ଦୋକାନରେ ମୃତଦେହ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଲେ ହାଇକୋର୍ଟ: ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ…

ଶିଲଂ,୨୭।୫ : ମେଘାଳୟ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଏଲଆଇ) ଉପରେ ମାଂସ ଦୋକାନରେ ପ୍ରାଣୀଙ୍କ ମୃତଦେହ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାରଙ୍କୁ...

ସୀମାରୁ ଚୋରା ଅସ୍ତ୍ରଶସ୍ତ୍ର-ନିଶାଦ୍ରବ୍ୟ ଜବତ…

ବାଡମେର୍‌, ୨୩।୬ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର ଜିଲାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ...

ଟେରର ଫଣ୍ଡିଂ ମାମଲାରେ ଲରେନ୍ସ ବିଶ୍ନୋଇଙ୍କ ନିକଟତର ୨ ବନ୍ଧୁ ଗିରଫ

ନୂଆଦିଲ୍ଲୀ,୧୦।୧୧: ଟେରର ଫଣ୍ଡିଂ ମାମଲାରେ ଏନ୍‌ଆଇଏ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କକରାଯାଇଛି। ଲରେନ୍ସ ବିଶ୍ନୋଇ ଓ ଗୋଲଡି ବ୍ରାରଙ୍କ ଅତି ନିକଟତର ବନ୍ଧୁ ଅନିଲ...

ପାଶ୍ଚାତ୍ୟ-ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତ ଶାନ୍ତି ପ୍ରସ୍ତାବ ଦେଲେ ସ୍ବାଗତ କରିବ ଇରାନ

ନୂଆଦିଲ୍ଲୀ,୮।୧: ପାଶ୍ଚାତ୍ୟ ମଧ୍ୟପ୍ରାଚ୍ୟ ମଧ୍ୟରେ ସଙ୍କଟ ବଢ଼ିଚାଲିଛି। ଆମେରିକା ବାଗଦାଦ୍‌ ଉପରେ କରିଥିବା ଆକ୍ରମଣର ଜବାବ୍‌ ଇରାନ୍‌ ବୁଧବାର ଦେଇଛି। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ପଶ୍ଚିମ...

ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ

ଜାତିସଂଘ, ୧୬ା୫ : ମହାମାରୀ କରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜି୍ୟକ ଓ ଆର୍ଥତ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି...

୯୮ ବର୍ଷ ଇତିହାସରେ ପ୍ରଥମ: ଡିଜ୍‌ନୀର ଅଧ୍ୟକ୍ଷ ହେବେ ଜଣେ ମହିଳା

କାର୍ଲିଫର୍ନିଆ,୩।୧୨: ମନୋରଞ୍ଜନ ଜଗତର ପ୍ରମୁଖ କମ୍ପାନୀ ୱାଲ୍ଟ ଡିଜନି ୯୮ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି। ୬୭...

ଗାଜିପୁର ସୀମାରେ ଚାଷୀଙ୍କୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ,୨୨।୮: ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଦରଦାମ ଆକାଶଛୁଆଁ ହୋଇଛି। ଏହାର ପ୍ରତିବାଦରେ ସୋମବାର ଦିଲ୍ଲୀର ଯନ୍ତରମନ୍ତରରେ ଭାରତୀୟ କିଷାନ ୟୁନିୟନ (ବିକେୟୁ)...

Advertisement
Archives

Model This Week