ନୂଆ ରୂପରେ ଟ୍ରାଫିକ୍‌ ଥାନା-୨

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ଟ୍ରାଫିକ ଥାନା-୨ ନୂଆ ରୂପ ପାଇଛି। ପୂର୍ବରୁ ଚନ୍ଦ୍ରଶେଖରପୁରରେ ଏହି ଥାନା ଥିବାବେଳେ ଗୁରୁବାର ପାତ୍ରପଡ଼ାଠାରେ ଦୁଇ ମହଲା ବିଶିଷ୍ଟ ନୂତନ କୋଠାକୁ ଉଦ୍‌ଘାଟନ କରାଯାଇଛି। ପୂର୍ବାହ୍ନରେ ପୋଲିସ ଡିଜି ସୁନିଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କୋଠାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓପିଏଚ୍‌ଡବ୍ଲ୍ୟୁସିର ପରିଚାଳନା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି କୋଠା ନିର୍ମିତ ହୋଇଛି। ତେବେ ଟ୍ରାଫିକ ଥାନା-୨ କାର୍ଯ୍ୟକାରୀ ହେଉଥିବା ଚନ୍ଦ୍ରଶେଖପୁରସ୍ଥିତ ସ୍ଥାନରେ ଏକ ଫାଣ୍ଡି କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ, ଟ୍ରାଫିକ ଥାନା-୨ ଅଧୀନରେ ୧୧ଟି ଟି ଥାନା ରହିଛି। ସେଗୁଡ଼ିକ ମଧ୍ୟରୁ ଇମ୍‌ଫୋଭ୍ୟାଲି, ଜଟଣୀ, ତମାଣ୍ଡୋ, ଖଣ୍ଡଗିରି, ଭରତପୁର, ଚନ୍ଦକା, ନୟାପଲ୍ଲୀ, ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର, ନନ୍ଦନକାନନ ଓ ଇମ୍‌ଫୋସିଟି ଥାନା ରହିଛି। ଭୁବନେଶ୍ୱରର ସୀମା ବୃଦ୍ଧିକୁ ନଜରରେ ରଖି ଏହି ଥାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୧ ଆରମ୍ଭରୁ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ଏହି କୋଠାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଲ୍ଲଖଯୋଗ୍ୟ, ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ୨ଟି ଟ୍ରାଫିକ ଥାନା ଥିବା ବେଳେ ଟ୍ରାଫିକ ଥାନା-୧ ଏଜି ଛକରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri