ରାଜଧାନୀରେ ବାଉନ୍‌ସର ଗ୍ୟାଙ୍ଗ୍‌, ୭ ଗିରଫ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ ବାଉନ୍‌ସରଙ୍କ ରାଜ୍‌ ଚାଲିଛି। ଗ୍ୟାଙ୍ଗ୍‌ ଗଢ଼ି ବଡ଼ ବଡ଼ ଅପରାଧ ଘଟାଉଛନ୍ତି। ରାତି ଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌ କରିବା ସହ ଜମି ଜବରଦଖଲ କରୁଛନ୍ତି। ଏହି ଗ୍ୟାଙ୍ଗର ସଦସ୍ୟ ଥିବା ୭ ବାଉନ୍‌ସରଙ୍କୁ କମିଶନରେଟ ପୋଲିସ ଗିରଫ କରିବା ସହ ଫେରାର ଏକାଧିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ, ଆଶିଷ ଜେନା, ଦୀପକ କୁମାର ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ କୁମାର ବଳିଆର ସିଂହ ଓ ଆଶିଷ କୁମାର ରାୟ। ଏମାନଙ୍କ ଘର ଭୁବନେଶ୍ୱର ଓ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ବ୍ୟବହୃତ କରିଥିବା ବସ୍‌ ଓ ବାଇକ୍‌କୁ ଜବତ କରାଯାଇଛି। ଗୁରୁବାର ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତଙ୍କୁ ଶାର୍ଟ ଖୋଲି ପାଦରେ ଚଲାଇ ଚଲାଇ ହାତରେ ଦଉଡି ବାନ୍ଧି କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ପଚରାଉଚରାବେଳେ ସେମାନଙ୍କଠାରୁ ବାଉନ୍‌ସର ଗ୍ୟାଙ୍ଗ୍‌ ସମ୍ପର୍କରେ ପୋଲିସକୁ ବଡ଼ ସୁରାକ ମିଳିଛି। ରାଜଧାନୀରେ ଲୋକଙ୍କୁ ଡରାଇ ଧମକାଇ ଜୋରଜବରଦସ୍ତ କିଭଳି ଅନ୍ୟ ଜମିକୁ ନିଜ ଅକ୍ତିଆର କରୁଥିଲେ ତାହା ସାମ୍ନାକୁ ଆସିଛି। ଗ୍ୟାଙ୍ଗର ସଦସ୍ୟମାନେ ବିବାଦୀୟ ଜମି ଅକ୍ତିଆର କରିବାକୁ ସୁପାରି ନେଇଥାନ୍ତି ଓ ବିରୋଧ ତଥା ପୋଲିସର ମୁକାବିଲା ପାଇଁ ସ୍ଥାନୀୟ ବସ୍ତିର ମହିଳାଙ୍କୁ ମଧ୍ୟ ସାମିଲ କରିଥାନ୍ତି ବୋଲି ଜଣାପଡିଛି। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ସହରରେ ଏଭଳି ଅପରାଧୀଙ୍କୁ କେବେ ବି ଆଶ୍ରୟ ନାହିଁ। ଘଟଣାରେ ସମ୍ପୃକ୍ତ କେତେଜଣ ମହିଳାଙ୍କ ସମେତ ଏକାଧିକ ବ୍ୟକ୍ତି ଏବେବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି। ତେବେ ଗ୍ୟାଙ୍ଗ ମୁଖ୍ୟ ନକୁଳ ମହାକୁଡଙ୍କ ନାମରେ ଚୋରି, ଡକାୟତି ଭଳି ଏକାଧିକ ମାମଲା ରହିଥିବାବେଳେ ଏନ୍‌ଏସ୍‌ଏ ମଧ୍ୟ ଲଗାଯାଇଥିବା ତଦନ୍ତ ବେଳେ ଜଣାପଡିଛି। ସେହିପରି ବିବାଦୀୟ ଜମିକୁ ଅକ୍ତିଆର କରିବା ସହ ଜମି ପଜେଶନ ଦେବା ଆଦି କାର୍ଯ୍ୟରେ ଏଭଳି ଗ୍ୟାଙ୍ଗକୁ ନିୟୋଜନ କରାଯାଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଏପରି ୩ରୁ ୪ଟି ଗ୍ୟାଙ୍ଗ ଏବେ ବି ସକ୍ରିୟ ରହିଛି। ସେମାନଙ୍କୁ ଖୁବ୍‌ଶ୍ରୀଘ୍ର ଧରାଯିବ ବୋଲି ଡିସିପି ସିଂ କହିଛନ୍ତି।

ଘଟଣା ପଛରେ…ସୁପାରି

ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ପ୍ଲଟ୍‌ ନଂ.୧୪୭୦ରେ ଥିବା ଘର ଭଡ଼ା ନେଇ ସୁବାସ ଅଗ୍ରୱାଲ ଓ ସୁବାସ ସାମଲ ଦୁଇଟି ଦୋକାନ କରିଥିଲେ। ଗତ ୨୪ ତାରିଖ ବିଳମ୍ବିତ ରାତିରେ ୫୦ରୁ ଅଧିକ ବ୍ୟକ୍ତି ବସ୍‌, ଜେସିବି ଓ ବାଇକରେ ଆସି ଜେସିବି ଲଗାଇ ହଠାତ ଭାଙ୍ଗିବା ଆରମ୍ଭ କରିଥିଲେ। ତେବେ ମୋବାଇଲ୍‌ରେ ଏହାର ଭିଡିଓ ଶୁଟ୍‌ କରୁଥିବା ଲୋକଙ୍କୁ ସେମାନେ ଡରାଇ ଧମକାଇବା ସହ ଫୋନ୍‌ ଛଡାଇ ନେଇଥିଲେ। ପରେ ଉକ୍ତ ଦୋକାନରୁ ବହୁ ଟଙ୍କାର ଜିନିଷ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିବା ପରେ ଜଣାପଡିଲା ଯେ, ଏହା ପଛରେ ରଞ୍ଜିତ ଦାସ ସୁରିଆଙ୍କର ହାତ ରହିଛି। ରଞ୍ଜିତ ଉକ୍ତ ପ୍ଲଟ୍‌ଟିକୁ ପ୍ରଦୀପ କୁମାରଙ୍କ ଭାଇମାନଙ୍କଠାରୁ କିଣିଥିଲେ। ଜମି କିଣିବା ପରେ ବି ସେ ତାହାକୁ ଅକ୍ତିଆରକୁ ନେଇପାରୁ ନ ଥିଲା। ସେହି ଜମି ଉପରେ ଦୁଇଟି ଦୋକାନ ଘର ଥିଲା। ତାହାକୁ ଭାଙ୍ଗି ଏହି ବିବାଦୀୟ ଜମିକୁ ନିଜ ଅକ୍ତିଆରକୁ ନେବା ଲାଗି ରଞ୍ଜିତ ଏହି ବାଉନ୍‌ସର ଗ୍ୟାଙ୍ଗର ସହଯୋଗ ନେଇଥିଲା। ଏଥିପାଇଁ ଗ୍ୟାଙ୍ଗ ମୁଖ୍ୟ ନକୁଳ ମହାକୁଡ଼ ସୁପାରି ନେଇଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri