ରାଜଧାନୀରେ ବାଉନ୍‌ସର ଗ୍ୟାଙ୍ଗ୍‌, ୭ ଗିରଫ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ ବାଉନ୍‌ସରଙ୍କ ରାଜ୍‌ ଚାଲିଛି। ଗ୍ୟାଙ୍ଗ୍‌ ଗଢ଼ି ବଡ଼ ବଡ଼ ଅପରାଧ ଘଟାଉଛନ୍ତି। ରାତି ଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌ କରିବା ସହ ଜମି ଜବରଦଖଲ କରୁଛନ୍ତି। ଏହି ଗ୍ୟାଙ୍ଗର ସଦସ୍ୟ ଥିବା ୭ ବାଉନ୍‌ସରଙ୍କୁ କମିଶନରେଟ ପୋଲିସ ଗିରଫ କରିବା ସହ ଫେରାର ଏକାଧିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ, ଆଶିଷ ଜେନା, ଦୀପକ କୁମାର ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ କୁମାର ବଳିଆର ସିଂହ ଓ ଆଶିଷ କୁମାର ରାୟ। ଏମାନଙ୍କ ଘର ଭୁବନେଶ୍ୱର ଓ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ବ୍ୟବହୃତ କରିଥିବା ବସ୍‌ ଓ ବାଇକ୍‌କୁ ଜବତ କରାଯାଇଛି। ଗୁରୁବାର ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତଙ୍କୁ ଶାର୍ଟ ଖୋଲି ପାଦରେ ଚଲାଇ ଚଲାଇ ହାତରେ ଦଉଡି ବାନ୍ଧି କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ପଚରାଉଚରାବେଳେ ସେମାନଙ୍କଠାରୁ ବାଉନ୍‌ସର ଗ୍ୟାଙ୍ଗ୍‌ ସମ୍ପର୍କରେ ପୋଲିସକୁ ବଡ଼ ସୁରାକ ମିଳିଛି। ରାଜଧାନୀରେ ଲୋକଙ୍କୁ ଡରାଇ ଧମକାଇ ଜୋରଜବରଦସ୍ତ କିଭଳି ଅନ୍ୟ ଜମିକୁ ନିଜ ଅକ୍ତିଆର କରୁଥିଲେ ତାହା ସାମ୍ନାକୁ ଆସିଛି। ଗ୍ୟାଙ୍ଗର ସଦସ୍ୟମାନେ ବିବାଦୀୟ ଜମି ଅକ୍ତିଆର କରିବାକୁ ସୁପାରି ନେଇଥାନ୍ତି ଓ ବିରୋଧ ତଥା ପୋଲିସର ମୁକାବିଲା ପାଇଁ ସ୍ଥାନୀୟ ବସ୍ତିର ମହିଳାଙ୍କୁ ମଧ୍ୟ ସାମିଲ କରିଥାନ୍ତି ବୋଲି ଜଣାପଡିଛି। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ସହରରେ ଏଭଳି ଅପରାଧୀଙ୍କୁ କେବେ ବି ଆଶ୍ରୟ ନାହିଁ। ଘଟଣାରେ ସମ୍ପୃକ୍ତ କେତେଜଣ ମହିଳାଙ୍କ ସମେତ ଏକାଧିକ ବ୍ୟକ୍ତି ଏବେବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି। ତେବେ ଗ୍ୟାଙ୍ଗ ମୁଖ୍ୟ ନକୁଳ ମହାକୁଡଙ୍କ ନାମରେ ଚୋରି, ଡକାୟତି ଭଳି ଏକାଧିକ ମାମଲା ରହିଥିବାବେଳେ ଏନ୍‌ଏସ୍‌ଏ ମଧ୍ୟ ଲଗାଯାଇଥିବା ତଦନ୍ତ ବେଳେ ଜଣାପଡିଛି। ସେହିପରି ବିବାଦୀୟ ଜମିକୁ ଅକ୍ତିଆର କରିବା ସହ ଜମି ପଜେଶନ ଦେବା ଆଦି କାର୍ଯ୍ୟରେ ଏଭଳି ଗ୍ୟାଙ୍ଗକୁ ନିୟୋଜନ କରାଯାଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଏପରି ୩ରୁ ୪ଟି ଗ୍ୟାଙ୍ଗ ଏବେ ବି ସକ୍ରିୟ ରହିଛି। ସେମାନଙ୍କୁ ଖୁବ୍‌ଶ୍ରୀଘ୍ର ଧରାଯିବ ବୋଲି ଡିସିପି ସିଂ କହିଛନ୍ତି।

ଘଟଣା ପଛରେ…ସୁପାରି

ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ପ୍ଲଟ୍‌ ନଂ.୧୪୭୦ରେ ଥିବା ଘର ଭଡ଼ା ନେଇ ସୁବାସ ଅଗ୍ରୱାଲ ଓ ସୁବାସ ସାମଲ ଦୁଇଟି ଦୋକାନ କରିଥିଲେ। ଗତ ୨୪ ତାରିଖ ବିଳମ୍ବିତ ରାତିରେ ୫୦ରୁ ଅଧିକ ବ୍ୟକ୍ତି ବସ୍‌, ଜେସିବି ଓ ବାଇକରେ ଆସି ଜେସିବି ଲଗାଇ ହଠାତ ଭାଙ୍ଗିବା ଆରମ୍ଭ କରିଥିଲେ। ତେବେ ମୋବାଇଲ୍‌ରେ ଏହାର ଭିଡିଓ ଶୁଟ୍‌ କରୁଥିବା ଲୋକଙ୍କୁ ସେମାନେ ଡରାଇ ଧମକାଇବା ସହ ଫୋନ୍‌ ଛଡାଇ ନେଇଥିଲେ। ପରେ ଉକ୍ତ ଦୋକାନରୁ ବହୁ ଟଙ୍କାର ଜିନିଷ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିବା ପରେ ଜଣାପଡିଲା ଯେ, ଏହା ପଛରେ ରଞ୍ଜିତ ଦାସ ସୁରିଆଙ୍କର ହାତ ରହିଛି। ରଞ୍ଜିତ ଉକ୍ତ ପ୍ଲଟ୍‌ଟିକୁ ପ୍ରଦୀପ କୁମାରଙ୍କ ଭାଇମାନଙ୍କଠାରୁ କିଣିଥିଲେ। ଜମି କିଣିବା ପରେ ବି ସେ ତାହାକୁ ଅକ୍ତିଆରକୁ ନେଇପାରୁ ନ ଥିଲା। ସେହି ଜମି ଉପରେ ଦୁଇଟି ଦୋକାନ ଘର ଥିଲା। ତାହାକୁ ଭାଙ୍ଗି ଏହି ବିବାଦୀୟ ଜମିକୁ ନିଜ ଅକ୍ତିଆରକୁ ନେବା ଲାଗି ରଞ୍ଜିତ ଏହି ବାଉନ୍‌ସର ଗ୍ୟାଙ୍ଗର ସହଯୋଗ ନେଇଥିଲା। ଏଥିପାଇଁ ଗ୍ୟାଙ୍ଗ ମୁଖ୍ୟ ନକୁଳ ମହାକୁଡ଼ ସୁପାରି ନେଇଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri