୨୦୦ ବର୍ଷ ପରେ ମନ୍ଦିରକୁ ଗଲେ ମା’

କାମାକ୍ଷାନଗର, ୧୯।୧(ଡି.ଏନ୍‌.ଏ.): ଭଙ୍ଗା ଦଦରା ଘର। ସାମାନ୍ୟ ବର୍ଷାରେ ଛାତରୁ ଗଳୁଥିଲା ପାଣି। ଏଭଳି ଅବ୍ୟବସ୍ଥା ଭିତରେ ରାଜରାଜୁଡ଼ା ଅମଳରୁ ସେଠାରେ ପୂଜା ପାଉଥିଲେ ଆଦିଶକ୍ତି ମା’ ପାର୍ବତୀ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପ୍ରାଚୀନ ପୀଠର ଏଭଳି ଦୁରାବସ୍ଥା ଅଞ୍ଚଳବାସୀଙ୍କ ପାଇଁ ହେଲା ଅସହ୍ୟ। ସେମାନେ ଏକାଠି ହେଲେ। କିଏ ଅର୍ଥ ଦାନ କଲା ତ କିଏ ଶ୍ରମ ଦାନ କଲା। ସମସ୍ତେ ମିଳିମିଶି ଛିଡ଼ା କରାଇଲେ ୮୦ ଲକ୍ଷ ଟଙ୍କାରେ ଭବ୍ୟ ମନ୍ଦିର। ଦୀର୍ଘ ୨୦୦ ବର୍ଷ ପରେ ଏବେ ନୂଆ ପୀଠର ଆସ୍ଥାନକୁ ବିଜେ କରିଛନ୍ତି ମା’। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଞ୍ଚାୟତର କନ୍ଦରସିଂହା-ତେନ୍ତୁଳିସିଂହା ଗ୍ରାମବାସୀଙ୍କ ଏଭଳି ପରାକାଷ୍ଠା ପୁରାଣପ୍ରସିଦ୍ଧ ଶ୍ରୀ ରାମେଶ୍ୱର ମହାଦେବ ପୀଠର ଗରିମା ବଢ଼ାଇଥିବାବେଳେ ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

କାମାକ୍ଷାନଗରରୁ ରାମିଆଳ ନଦୀ ମାଳବନ୍ଧ ଦେଇ ୩ କିମି ଗଲେ ପଡ଼େ ରାମେଶ୍ୱର ମହାଦେବଙ୍କ ଆସ୍ଥାନ। ଅଞ୍ଚଳବାସୀଙ୍କ ଆସ୍ଥା ବିଶ୍ୱାସର ପ୍ରତୀକ ସାଜିଥିବା ୨୦୦ ବର୍ଷ ପୁରାତନ ଏହି ଶୈବପୀଠର ଉତ୍ତର ଦିଗରେ ଏକ ପୁରୁଣା ଛାତ ଘରେ ବିରାଜମାନ କରିଥିଲେ ଦେବୀ ପାର୍ବତୀ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ଐତିହାସିକ ଶୈବପୀଠକୁ ଆସୁଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ ହେଉଥିବାବେଳେ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବରାତ୍ରି, କାର୍ତ୍ତିକ ପୂର୍ଣ୍ଣିମା, ୨୬ଦିନ ଧରି ଶାରଦୀୟ ଦୁର୍ଗାପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି। ତେବେ ମରାମତି ଅଭାବରୁ ମା’ ପାର୍ବତୀ ପୂଜା ପାଉଥିବା ଘର ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଅଞ୍ଚଳର ଗୌରବମୟ ଇତିହାସ ବହନ କରୁଥିବା ପୀଠର ଏଭଳି ଅବସ୍ଥା ଗ୍ରାମବାସୀଙ୍କ ପକ୍ଷେ ଅସହ୍ୟ ହୋଇଥିବା ବେଳେ ମା’ଙ୍କ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରିବା ଲାଗି ଅଣ୍ଟା ଭିଡ଼ିଥିଲେ ସଭିଏ। ପରିଚାଳନା କମିଟି ସଭାପତି ଶିଶିରକାନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୦୧୮ ଜାନୁୟାରୀରେ ମନ୍ଦିରର ଭୂମିପୂଜା, ୨୦୧୯ ଜୁନ୍‌ରେ ରତ୍ନମୁଦ ପ୍ରତିଷ୍ଠା ହୋଇଥିଲା। ଗତ ଶନିବାରଠାରୁ ନୂତନ ମନ୍ଦିର ପ୍ରତିଷ୍ଠା, ପାର୍ଶ୍ୱ ଦେବଦେବୀ ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବୁଧବାର ମା’ ଆସ୍ଥାନକୁ ବିଜେ କରିଛନ୍ତି। ନବନିର୍ମିତ ପୀଠରେ ଦ୍ୱାରପାଳ, ନବଗ୍ରହଙ୍କ ବିଗ୍ରହ, ଦଶ ମହାବିଦ୍ୟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ରହଣି ଲାଗି ୨୫ ଲକ୍ଷ ଟଙ୍କା ବ୍ୟୟରେ ଯାତ୍ରୀନିବାସ ନିର୍ମାଣ ହୋଇଛି। ପ୍ରଭୁପାଦ ଜୀ ମହାରାଜ, ଆଚାର୍ଯ୍ୟ ସମରେନ୍ଦ୍ର ନନ୍ଦଶର୍ମାଙ୍କ ନେତୃତ୍ୱରେ ୨୪ ପୁରୋଧା ଯଜ୍ଞକାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରମୋଦ ପଣ୍ଡା, ପଦ୍ମାବତୀ ପଣ୍ଡା, ବିଜୟ ପଣ୍ଡା, ମିହିର ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପୂଜକ ଶୁକଦେବ ମହାପାତ୍ର ଏଥିରେ ସହଯୋଗ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସାଧୁସନ୍ଥ ଆମନ୍ତ୍ରିତ ହୋଇ ଆସିଥିବା ବେଳେ ବହୁ ଲକ୍ଷ ଅଞ୍ଚଳବାସୀ ଏହି ଅଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri