Posted inଜାତୀୟ

କେନ୍ଦ୍ର ସରକାର ଏକୁଟିଆ ମିଥ୍ୟା ଖବର ବିରୋଧରେ ଲଢ଼ି ପାରିବେନି: ଏଡିଟର୍ସ ଗିଲ୍ଡ…

ନୂଆଦିଲ୍ଲୀ,୧୯।୧ : ମିଥ୍ୟା ଖବର ଉପରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଏବଂ ଏହାକୁ ରୋକିବା ପାଇଁ କିଛି ଆଇଟି ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି। ତେବେ ଏହାର କାର୍ଯ୍ୟକାରିତା ପୂର୍ବରୁ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ ହୋଇଛି। ୍‌ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପ୍ରେସ ଇନଫରମେଶନ ବ୍ୟୁରୋ (ପିଆଇବି) ଦ୍ୱାରା ମିଥ୍ୟା ବୋଲି ବିବେଚନା କରାଯାଉଥିବା ଆଇଟି ନିୟମରେ ସଂଶୋଧନ ଡ୍ରାଫ୍ଟକୁ ହଟାଇବାକୁ ସରକାରଙ୍କୁ ଅନୁରୋଧ କରିଛି।

ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡିଜିଟାଲ ମିଡିଆ ପାଇଁ ନିୟାମକ ଢାଞ୍ଚାରେ ପ୍ରେସ ସଂସ୍ଥା, ଗଣମାଧ୍ୟମ ସଂଗଠନ ଏବଂ ଅନ୍ୟ ହିତାଧିକାରୀଙ୍କ ସହ ଅର୍ଥପୂର୍ଣ୍ଣ ପରାମର୍ଶ ଆରମ୍ଭ କରିବାକୁ ଗୁଇନ୍ଦା ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ଯାହାଦ୍ୱାରା ଗଣମାଧ୍ୟମର ସ୍ବାଧୀନତା ଉପରେ ଯେପରି ପ୍ରଭାବ ନ ପଡ଼ିବ ସେଥିପ୍ରତି ଧ୍ୟାନ ଦେବାକଚୁ କୁହାଯାଇଛି।
ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମରେ ସଂଶୋଧନ ଡ୍ରାଫ୍ଟକୁ ନେଇ ଗଭୀର ଚିନ୍ତା ପ୍ରକଟ କରି ଏଡିଟର୍ସ ଗିଲ ପକ୍ଷରୁ କୁହାଯାଇଛି ଯେ ମିଥ୍ୟା ଖବର ନିର୍ଣ୍ଣୟ କରିବା ସରକାରଙ୍କ ଏକମାତ୍ର ଦାୟିତ୍ୱ ହୋଇପାରିବ ନାହିଁ। ଏହାଦ୍ୱାରା ଗଣମାଧ୍ୟମର ସେନ୍ସର ହେବ।

ଏଡିଟର୍ସ ଗିଲ କହିଛି ଯେ ବାସ୍ତବରେ ଭୁଲ ଥିବା ଖବରର ମୁକାବିଲା ପାଇଁ ପୂର୍ବରୁ ଅନେକ ନିୟମ ରହିଛି। ଏହି ନୂତନ ପ୍ରକ୍ରିୟା ଏକ ମୌଳିକ ମୁକ୍ତ ପ୍ରେସକୁ ଅଟକାଇବା ପାଇଁ ବ୍ୟବହାର କରାଯାଇପାରିବ ଏବଂ ପିଆଇବିି କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ କୌଣସି ଏଜେନ୍ସିକୁ ସେହି ଅନଲାଇନ ମଧ୍ୟସ୍ଥିମାନଙ୍କୁ ବିଷୟବସ୍ତୁ ହଟାଇବା ପାଇଁ ବାଧ୍ୟ କରାଯାଇପାରିବ। ଯେଉଁଥି ପାଇଁ ସରକାରଙ୍କର ସମସ୍ୟା ହୋଇପାରେ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ପରାମର୍ଶ ପ୍ରଯୁକ୍ତିବିଦ୍ୟା ମଧ୍ୟସ୍ଥି ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଆଚରଣ ସଂହିତା ନିୟମ, ୨୦୨୧ ରେ ସଂଶୋଧନ ଜାରି କରିଛି ଯାହା ପୂର୍ବରୁ ଜନ ପରାମର୍ଶ ପାଇଁ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri