Posted inଜାତୀୟ

ଆତଙ୍କବାଦ ବିରୋଧରେ ନୂଆ ଟାର୍ଗେଟ ଧାର୍ଯ୍ୟ…

ନୂଆଦିଲ୍ଲୀ,୨୯।୧୦ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଆତଙ୍କବାଦ ବିରୋଧୀ କମିଟିର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିନ ମୁମ୍ବାଇଠାରେ ଶୁକ୍ରବାର ଏବଂ ଦ୍ୱିତୀୟ ଦିନ ଶନିବାର ନୂଆଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମିଳିତ ଜାତିସଂଘର କାଉଣ୍ଟର-ଆତଙ୍କବାଦ କମିଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶାଳୟର ଶାଖା ମୁଖ୍ୟ ଡେଭିଡ ଶାରିଆ ଦିଲ୍ଲୀରେ କହିଛନ୍ତି ଯେ ଏହି ବୈଠକରେ ଉଚ୍ଚ ସ୍ତରରେ ନୂତନ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆତଙ୍କବାଦ କାର୍ଯ୍ୟକଳାପ ବିପଦ ବଢୁଥିବା ବିଷୟରେ ଆଲୋଚନା କରାଯାଇଛି।

ସେ କହିଛନ୍ତି ଯେ ଭାରତର ଅଧ୍ୟକ୍ଷତାରେ ୟୁଏନଏସସି ନୂତନ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗକୁ ଗୁରୁତ୍ୱ ଭାବରେ ଗ୍ରହଣ କରୁଛି। ଜାତିସଂଘ ସୁରକ୍ଷା ପରିଷଦ ଆସନ୍ତା କିଛି ମାସ ମଧ୍ୟରେ ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଛି।

ବୈଠକରେ ଆତଙ୍କବାଦ ବିରୋଧରେ ଏକ ସ୍ବଚ୍ଛ କାର୍ଯ୍ୟ ଯୋଜନା ପ୍ରସ୍ତୁତ ପାଇଁ ସହମତି ପ୍ରକାଶ ପାଇଛି। କେଉଁ କାର୍ଯ୍ୟକଳାପ ଗ୍ରହଣ କରାଯିବ, କେଉଁ ପ୍ରତିଶ୍ରୁତି ପାଳନ ହେବ ଏବଂ ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ କିପରି ସମର୍ଥନ ଆଧାରରେ କାର୍ଯ୍ୟ କରାଯିବ ସେନେଇ ଟାର୍ଗେଟ ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Farmers Protest: କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର

ନୂଆଦିଲ୍ଲୀ, ୨୩।୨: ସପ୍ତାହ ଧରି ଜାରି ରହିଥିହିବା କୃଷକ ଆନ୍ଦୋଳନ ସୁପ୍ରିମକୋର୍ଟରେ ପହଞ୍ଚିଛିି। କୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଛି, ଆନ୍ଦୋଳନରତ କୃଷକଙ୍କ ଅଧିକାରର ଉଲ୍ଲଂଘନ ହେଉଛି...

Byju: ବାୟଜୁସ୍‌ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍‌

ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍‌ କମ୍ପାନୀ ବାୟଜୁସ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ...

ଭାଜପା ପାଇଁ ଚାନ୍ଦା ଆଦାୟ ଲାଗି ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଛି: କଂଗ୍ରେସ

ନୂଆଦିଲ୍ଲୀ,୨୩।୨: ଘରୋଇ କମ୍ପାନୀଗୁଡ଼ିକରୁ ଭାଜପା ପାଇଁ ଜୋର୍‌ଜବରଦସ୍ତ ଚାନ୍ଦା ଆଦାୟ ନିମନ୍ତେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଥିବା କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି। ସରକାରଙ୍କ ଏହି...

କଂଗ୍ରେସ ଛାଡିବେ ଅଧିର ଚୌଧୁରୀ!

କୋଲକାତା,୨୩।୨: ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ମେଣ୍ଟ ଲାଗି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପଶ୍ଚିମବଙ୍ଗରେ ମେଣ୍ଟକୁ ନେଇ...

ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…

ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର...

ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ନିଜର କହି ପାରିବେନି ସ୍ତ୍ରୀ, କୋର୍ଟଙ୍କ ବଡ଼ ରାୟ

ଲକ୍ଷ୍ନୌ,୨୩।୨: ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ଏନେଇ ବଡ ରାୟ ଦେଇଛନ୍ତି କୋର୍ଟ। ସାଧାରଣତଃ ପୁରୁଷମାନେ କୌଣସି ଜମି କିମ୍ବା ଘରବାଡି ସମ୍ପତ୍ତି କିଣି...

Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୨: ପେଟିଏମ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭...

ବ୍ରିଟେନ ସଂସଦରେ ପାକିସ୍ତାନକୁ ଆଇନା ଦେଖାଇଲେ କଶ୍ମୀର ଝିଅ, କହିଲେ ମୁଁ ମଲାଲା ନୁହେଁ, ଯିଏ…

ନୂଆଦିଲ୍ଲୀ/ଲଣ୍ଡନ,୨୩।୨: କଶ୍ମୀରୀ କର୍ମୀ ତଥା ସାମ୍ବାଦିକ ୟାନା ମିର ବ୍ରିଟିଶ ସଂସଦରେ ପାକିସ୍ତାନକୁ ବିଶ୍ୱ ସ୍ତରରେ ନିଜର ସ୍ଥିତି ଦେଖାଇବା ପାଇଁ କାର୍ଯ୍ୟ କରିଛନ୍ତି। ଲଣ୍ଡନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri