ନ୍ୟାୟ ପ୍ରଦାନରେ ନୂଆ ରେକର୍ଡ

ସାଧାରଣ ଲୋକଙ୍କ ପାଇଁ ବିଚାର ପ୍ରକ୍ରିୟା ଥିଲା ଦୁର୍ବୋଧ୍ୟ ଓ ଅଜ୍ଞାତ। ଏବେ ସବୁ କିଛି ମୁକ୍ତ ଓ ସହଜ ହେବାରେ ଲାଗିଛି। ନାଲିକୋଠା ଭୟ, ଆଶଙ୍କା କି ଉଦ୍‌ବେଗର ଜାଗା ନୁହେଁ ଏଭଳି ବିଶ୍ୱାସ ତିଆରି ହେଉଛି ସାଧାରଣ ଲୋକଙ୍କ ମନରେ। କଟକଣାର କବାଟ ନିଜଆଡ଼ୁ ଖୋଲି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ନ୍ୟାୟିକ ବ୍ୟବସ୍ଥାକୁ ସହଜ, ସରଳ ଓ ସମ୍ପ୍ରସାରିତ କରାଯାଉଛି । ପିଲାମାନେ ବୁଲି ଦେଖୁଛନ୍ତି ହାଇକୋର୍ଟ। ଜାଣୁଛନ୍ତି ନ୍ୟାୟ ପ୍ରକ୍ରିୟାକୁ। ବୈଷୟିକ ଜ୍ଞାନକୌଶଳ ଯୋଗୁ ଆଜି ପ୍ରତି ଜିଲା ଯୋଡ଼ି ହେଉଛି ହାଇକୋର୍ଟଙ୍କ ସହ। ତ୍ୱରିତ ଶୁଣାଣି ହୋଇ ଫଇସଲା ହେଉଛି ମାମଲା। କଏଦୀଙ୍କ ପାଇଁ ମୁକ୍ତିର ବାଟ ପ୍ରଶସ୍ତ ହେଉଛି। ୨୦୨୨ରେ ହାଇକୋର୍ଟଙ୍କ ଏକ ଉଦାର ପରିବର୍ତ୍ତିତ ରୂପ ମୁଗ୍ଧ କରିଛନ୍ତି ସମସ୍ତଙ୍କୁ। ଆହୁରି ଆଶ୍ୱସ୍ତ ହୋଇଛନ୍ତି ନିର୍ଯାତିତ, ନିଷ୍ପେଷିତ ଲୋକ। ଏଇ ଭରସାରେ ଯେ ସେମାନଙ୍କ ପାଇଁ କେହି ଅଛି।
ରାଜ୍ୟ ବିଚାର ବ୍ୟବସ୍ଥା ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନୂଆ ରେକର୍ଡ କରିବାରେ ଲାଗିଛି। ଭିତ୍ତିଭୂମି ଓ ଶୁଣାଣି ବ୍ୟବସ୍ଥାରେ ଗତିଶୀଳତା କାରଣରୁ କେବଳ ହାଇକୋର୍ଟ ନୁହେଁ, ଜିଲା ଜଜ୍‌ କୋର୍ଟଠାରୁ ଆରମ୍ଭ କରି ଫାଷ୍ଟଟ୍ରାକ୍‌ କୋର୍ଟ ସବୁଠି ମାମଲା ଫଇସଲା କ୍ଷେତ୍ରରେ ରେକର୍ଡ ସଫଳତା ମିଳିଛି। ଗତବର୍ଷ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି ଓଡ଼ିଶା ହାଇକୋର୍ଟରେ। ଏଥର ହାଇକୋର୍ଟରେ ରେକର୍ଡ ୧୩୩ ପ୍ରତିଶତ ମାମଲାର ଫଇସଲା ହୋଇଛି। ଅର୍ଥାତ୍‌ ଗତବର୍ଷ ଯେତିକି ମାମଲା ରୁଜୁ ହୋଇଛି ତା’ଠାରୁ ଯଥେଷ୍ଟ ଅଧିକ ମାମଲାର ସମାଧାନ ହୋଇଛି। ପୂର୍ବବର୍ଷ ଅପେକ୍ଷା ଗତବର୍ଷ ଜିଲା କୋର୍ଟରେ ମାମଲା ସମାଧାନ ହାର ୫୩% ଅଧିକ ରହିଥିବାବେଳେ ତ୍ୱରିତ ମାମଲା ଶୁଣାଣି କ୍ଷେତ୍ରରେ ଫାଷ୍ଟଟ୍ରାକ୍‌ କୋର୍ଟ ମାମଲା ସଫଳତା ହାସଲ କରିଛି। ହାଇକୋର୍ଟଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ, ମାମଲା ସମାଧାନ କ୍ଷେତ୍ରରେ ଗତବର୍ଷ ଏହି ଅଦାଲତ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୧୮ରେ ୬୨,୫୬୬ ମାମଲା ରୁଜୁ ହୋଇଥିଲା ଓ ୬୩,୨୩୬ ମାମଲା ସମାଧାନ ହୋଇଥିଲା। ୨୦୧୯ରେ ୮୧,୧୨୧ଟି ମାମଲା ରୁଜୁ ହୋଇ ୯୩,୨୨୪ଟି ମାମଲାର ସମାଧାନ, ୨୦୨୦ରେ ୮୩, ୪୯୯ ମାମଲା ରୁଜୁ ହୋଇ ୬୧,୩୩୫ ମାମଲା ସମାଧାନ ହୋଇଥିଲା।
ତେବେ ୨୦୨୧ରେ କରୋନା ସତ୍ତ୍ୱେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ, ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି, ଇ-ଫାଇଲିଂ ଆଦି ବ୍ୟବସ୍ଥା କାରଣରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାମଲା ଶୁଣାଣି ତ୍ୱରାନ୍ବିତ ହୋଇଥିଲା। ୨୦୨୧ରେ ହାଇକୋର୍ଟରେ ୧ଲକ୍ଷ ୨୮ ହଜାର ୭୮୬ଟି ମାମଲା ରୁଜୁ ହୋଇଥିଲାବେଳେ ୧ଲକ୍ଷ ୫ହଜାର ୧୮୨ଟି ମାମଲାର ସମାଧାନ ହୋଇଥିଲା। କିନ୍ତୁ ଗତବର୍ଷ ଏହି ରେକର୍ଡ ବି ଭାଙ୍ଗିଯାଇଛି। ଚଳିତ ବର୍ଷ ଶୀତ ଅବକାଶ ଭିତରେ ହାଇକୋର୍ଟରେ ୧ଲକ୍ଷ ୨ହଜାର ୨୪୭ଟି ମାମଲା ରୁଜୁ ହୋଇଥିଲାବେଳେ ୧ଲକ୍ଷ ୩୬ହଜାର ୫୯୯ଟି ମାମଲାର ଫଇସଲା ହୋଇପାରିଛି। ରାଜ୍ୟର ବିଭିନ୍ନ ଜିଲା ଜଜ୍‌ କୋର୍ଟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫୩.୨୮% ଅଧିକ ମାମଲା ସମାଧାନ ହୋଇଛି। ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସ୍ଥାନ ୯୬୨ ଥିଲାବେଳେ ସେହି ସ୍ଥାନରେ ୭୬୬ ଜଣ କାର୍ଯ୍ୟ କରୁଥିଲେ। ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୭୭ ଥିଲାବେଳେ ଏହି ସ୍ଥାନରେ ୭୭୬ ଜଣ କାର୍ଯ୍ୟ କରୁଛନ୍ତି। ୨୦୨୧ରେ ଜଣେ ବିଚାରପତି ମୁଣ୍ଡ ପିଛା ୩୧୧ଟି ମାମଲାର ଫଇସଲା କରୁଥିବାବେଳେ ୨୦୨୨ରେ ତାହା ୫୭୭ରେ ପହଞ୍ଚଛି। ଅନ୍ୟପକ୍ଷରେ ବଳାତ୍କାର ଏବଂ ପୋକ୍‌ସୋ ମାମଲାଗୁଡ଼ିକର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରାଯାଇଥାଏ। ଗତବର୍ଷ ଜାନୁୟାରୀ ୨୬ତାରିଖ ମଧ୍ୟରେ ଏହିସବୁ କୋର୍ଟରେ ୧୦୪୨ଟି ବଳାତ୍କାର ମାମଲା ରୁଜୁ କରାଯାଇଛି। ସେଥିରୁ ୧୨୫ଟି ମାମଲାର ସମାଧାନ କରାଯାଇଛି। ପୋକ୍‌ସୋ ଆଇନ ଅଧୀନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରରେ ଗୋଟିଏ ପରିବାର ଅଦାଲତ ଓ ୨ଟି ମହିଳା କୋର୍ଟ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଓଡ଼ିଶାରେ ବିଚାର ବ୍ୟବସ୍ଥା ଅତ୍ୟନ୍ତ ଗତିଶୀଳ ଓ ସୁଦୃଢ଼ ହେବା ସହ ଜନାଭିମୁଖୀ ହୋଇଛି ଏବଂ ଲୋକମାନଙ୍କର ଆଇନ ବ୍ୟବସ୍ଥା ଉପରେ ଅଖଣ୍ଡ ବିଶ୍ୱାସ ବଢ଼ିଛି।

– ସୌର ଚନ୍ଦ୍ର ମହାପାତ୍ର
ବରିଷ୍ଠ ଆଇନଜୀବୀ, ଓଡ଼ିଶା
ହାଇକୋର୍ଟ, କଟକ
soura999mohapatra@gmail.com


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri