ସଫଳତା ଦେଲା ନୂତନ ମିସୋନିକ୍ସ ଡିଭାଇସ୍‌

ଭୁବନେଶ୍ୱର,୨୨।୮(ବ୍ୟୁରୋ): ପ୍ରାୟ ୧୫ ଦିନ ତଳେ ଦୁର୍ଘଟଣାରେ ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁ ପଶ୍ଚିମବଙ୍ଗର ଜଣେ ୪୫ ବର୍ଷୀୟ ବ୍ୟକ୍ତି ପକ୍ଷାଘାତର ଶିକାର ହେବା ସହ ତାଙ୍କର ମଳ ଓ ମୂତ୍ର ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ଏଭଳି ଜଣେ ଜଟିଳ ରୋଗୀ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେଠାକାର ମୁଖ୍ୟ ମେରୁଦଣ୍ଡ ଶଲ୍ୟ ବିଶେଷଜ୍ଞ ଡା. ସନାତନ ବେହେରା ତାଙ୍କର ସଫଳ ଅସ୍ତ୍ରୋପଚାର କରାଇଛନ୍ତି। ସେ ଏଥିପାଇଁ ପାରମ୍ପରିକ ପଦ୍ଧତି ବଦଳରେ ଏକ ନୂଆ ଡିଭାଇସ୍‌ ବ୍ୟବହାର କରି ଏଭଳି ବିରଳ ଅସ୍ତ୍ରୋପଚାରକୁ ସଫଳ ରୂପ ଦେଇଛନ୍ତି।
ସୂଚନା ଅନୁଯାୟୀ, ବେକରେ ଗଭୀର ଆଘାତ ଲାଗିବା କାରଣରୁ ଉକ୍ତ ବ୍ୟକ୍ତିଙ୍କ ଶରୀରର ଉପର ଓ ତଳଭାଗର ଅଙ୍ଗ ଅକାମୀ ହେବା ସହ ମଳ ଓ ମୂତ୍ର ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। କେତେକ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସମ୍ପୃକ୍ତ ବ୍ୟକ୍ତିଙ୍କ ମେରୁହାଡ଼ ଚାପିହୋଇ ଫୁଲିଯାଇଛି। ଏଭଳି ସ୍ଥିତିରେ ଏହାର ଚିକିତ୍ସା ଉପାୟ ଭାବେ ମେରୁହାଡ଼ ପଛଭାଗରୁ ଫୁଲିଥିବା ଅଂଶକୁ ଡ୍ରିଲ୍‌ ମେଶିନରେ କଟାଯାଏ, ଯାହା ଅତି ଜଟିଳ ଓ ସମୟସାପେକ୍ଷ। ମେରୁଦଣ୍ଡ ଆଘାତ ଚିକିତ୍ସା କ୍ଷେତ୍ରରେ ୨୧ ବର୍ଷର ଅଭିଜ୍ଞତା ରଖିଥିବା ଡା. ସନାତନ ବେହେରା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଡିଭାଇସ୍‌ ବ୍ୟବହାର କରିଥିଲେ ଯାହାର ନାଁ ହେଉଛି ଅଲଟ୍ରାସୋନିକ ବୋନ୍‌ ସ୍କାଲ୍‌ପେଲ୍‌ (ମିସୋନିକ୍ସ)। ଫଳରେ ମାତ୍ର ୨୦ ମିନିଟ୍‌ରେ ଫୁଲିଥିବା ଅସ୍ଥି ଅଂଶକୁ ଅପସାରଣ କରାଯାଇପାରିଲା। ଡା. ସନାତନ ବେହେରା କେବଳ ଅସ୍ଥିରୋଗ କ୍ଷେତ୍ରରେ ନୁହେଁ, ବରଂ ମେରୁଦଣ୍ଡଜନିତ ରୋଗର ଅସ୍ତ୍ରୋପଚାର ପାଇଁ ଜଣେ ଦକ୍ଷ ଓ ତାଲିମପ୍ରାପ୍ତ ଶଲ୍ୟ ଚିକିତ୍ସକ। ଏଯାବତ୍‌ ସେ ମେରୁଦଣ୍ଡଜନିତ ୨୫ଶହରୁ ଅଧିକ ଅସ୍ତ୍ରୋପଚାର ସର୍ବାଧିକ ସଫଳତାର ସହ କରିସାରିଛନ୍ତି।

କମ୍‌ ସମୟରେ ନିରାପଦ ଅସ୍ତ୍ରୋପଚାର

ମିସୋନିକ୍ସ ଡିଭାଇସ୍‌ ପୁରାତନ ପଦ୍ଧତି ଅପେକ୍ଷା ଖୁବ୍‌ କମ୍‌ ସମୟ ଭିତରେ କାମ କରିବା ସହ ଅସ୍ଥିକୁ ଆବଶ୍ୟକ ଓ ଉପଯୁକ୍ତ ଶୈଳୀରେ ଅପସାରିତ କରେ। ଏଥିରେ ଲିଗାମେଣ୍ଟ ବା ସ୍ନାୟୁବନ୍ଧନ ଭଳି ଆଭ୍ୟନ୍ତରୀଣ ନମନୀୟ କୋଷିକା କିମ୍ବା ମେରୁଦଣ୍ଡର କୌଣସି ପ୍ରକାର କ୍ଷତି ହୁଏନାହିଁ। ରକ୍ତସ୍ରାବ ଆଶଙ୍କାକୁ ମଧ୍ୟ ଏହା କମ୍‌ କରେ। ଗ୍ରୀବା ମେରୁହାଡ଼ (ବେକ), ପିଠି (ମଧ୍ୟ ମେରୁହାଡ଼) ଏବଂ ପିଠିର ନିମ୍ନଭାଗର କୌଣସି ଅସ୍ତ୍ରୋପଚାର ପାଇଁ ଏହା ସବୁଠାରୁ ନିରାପଦ ଅଟେ। ଏହି ଡିଭାଇସ୍‌ ବ୍ୟବହାର କରିବା କ୍ଷେତ୍ରରେ ଡା. ସନାତନ ବେହେରା ହେଉଛନ୍ତି ଓଡ଼ିଶାର ପ୍ରଥମ ଡାକ୍ତର। ଭାରତରେ ଏଭଳି ୪ଟି ମାତ୍ର ମେଶିନ ରହିଛି, ଯାହାକୁ ଦେଶର ହାତଗଣତି ସ୍ପାଇନ ସର୍ଜନ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?