ସଫଳତା ଦେଲା ନୂତନ ମିସୋନିକ୍ସ ଡିଭାଇସ୍‌

ଭୁବନେଶ୍ୱର,୨୨।୮(ବ୍ୟୁରୋ): ପ୍ରାୟ ୧୫ ଦିନ ତଳେ ଦୁର୍ଘଟଣାରେ ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁ ପଶ୍ଚିମବଙ୍ଗର ଜଣେ ୪୫ ବର୍ଷୀୟ ବ୍ୟକ୍ତି ପକ୍ଷାଘାତର ଶିକାର ହେବା ସହ ତାଙ୍କର ମଳ ଓ ମୂତ୍ର ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ଏଭଳି ଜଣେ ଜଟିଳ ରୋଗୀ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେଠାକାର ମୁଖ୍ୟ ମେରୁଦଣ୍ଡ ଶଲ୍ୟ ବିଶେଷଜ୍ଞ ଡା. ସନାତନ ବେହେରା ତାଙ୍କର ସଫଳ ଅସ୍ତ୍ରୋପଚାର କରାଇଛନ୍ତି। ସେ ଏଥିପାଇଁ ପାରମ୍ପରିକ ପଦ୍ଧତି ବଦଳରେ ଏକ ନୂଆ ଡିଭାଇସ୍‌ ବ୍ୟବହାର କରି ଏଭଳି ବିରଳ ଅସ୍ତ୍ରୋପଚାରକୁ ସଫଳ ରୂପ ଦେଇଛନ୍ତି।
ସୂଚନା ଅନୁଯାୟୀ, ବେକରେ ଗଭୀର ଆଘାତ ଲାଗିବା କାରଣରୁ ଉକ୍ତ ବ୍ୟକ୍ତିଙ୍କ ଶରୀରର ଉପର ଓ ତଳଭାଗର ଅଙ୍ଗ ଅକାମୀ ହେବା ସହ ମଳ ଓ ମୂତ୍ର ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। କେତେକ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସମ୍ପୃକ୍ତ ବ୍ୟକ୍ତିଙ୍କ ମେରୁହାଡ଼ ଚାପିହୋଇ ଫୁଲିଯାଇଛି। ଏଭଳି ସ୍ଥିତିରେ ଏହାର ଚିକିତ୍ସା ଉପାୟ ଭାବେ ମେରୁହାଡ଼ ପଛଭାଗରୁ ଫୁଲିଥିବା ଅଂଶକୁ ଡ୍ରିଲ୍‌ ମେଶିନରେ କଟାଯାଏ, ଯାହା ଅତି ଜଟିଳ ଓ ସମୟସାପେକ୍ଷ। ମେରୁଦଣ୍ଡ ଆଘାତ ଚିକିତ୍ସା କ୍ଷେତ୍ରରେ ୨୧ ବର୍ଷର ଅଭିଜ୍ଞତା ରଖିଥିବା ଡା. ସନାତନ ବେହେରା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଡିଭାଇସ୍‌ ବ୍ୟବହାର କରିଥିଲେ ଯାହାର ନାଁ ହେଉଛି ଅଲଟ୍ରାସୋନିକ ବୋନ୍‌ ସ୍କାଲ୍‌ପେଲ୍‌ (ମିସୋନିକ୍ସ)। ଫଳରେ ମାତ୍ର ୨୦ ମିନିଟ୍‌ରେ ଫୁଲିଥିବା ଅସ୍ଥି ଅଂଶକୁ ଅପସାରଣ କରାଯାଇପାରିଲା। ଡା. ସନାତନ ବେହେରା କେବଳ ଅସ୍ଥିରୋଗ କ୍ଷେତ୍ରରେ ନୁହେଁ, ବରଂ ମେରୁଦଣ୍ଡଜନିତ ରୋଗର ଅସ୍ତ୍ରୋପଚାର ପାଇଁ ଜଣେ ଦକ୍ଷ ଓ ତାଲିମପ୍ରାପ୍ତ ଶଲ୍ୟ ଚିକିତ୍ସକ। ଏଯାବତ୍‌ ସେ ମେରୁଦଣ୍ଡଜନିତ ୨୫ଶହରୁ ଅଧିକ ଅସ୍ତ୍ରୋପଚାର ସର୍ବାଧିକ ସଫଳତାର ସହ କରିସାରିଛନ୍ତି।

କମ୍‌ ସମୟରେ ନିରାପଦ ଅସ୍ତ୍ରୋପଚାର

ମିସୋନିକ୍ସ ଡିଭାଇସ୍‌ ପୁରାତନ ପଦ୍ଧତି ଅପେକ୍ଷା ଖୁବ୍‌ କମ୍‌ ସମୟ ଭିତରେ କାମ କରିବା ସହ ଅସ୍ଥିକୁ ଆବଶ୍ୟକ ଓ ଉପଯୁକ୍ତ ଶୈଳୀରେ ଅପସାରିତ କରେ। ଏଥିରେ ଲିଗାମେଣ୍ଟ ବା ସ୍ନାୟୁବନ୍ଧନ ଭଳି ଆଭ୍ୟନ୍ତରୀଣ ନମନୀୟ କୋଷିକା କିମ୍ବା ମେରୁଦଣ୍ଡର କୌଣସି ପ୍ରକାର କ୍ଷତି ହୁଏନାହିଁ। ରକ୍ତସ୍ରାବ ଆଶଙ୍କାକୁ ମଧ୍ୟ ଏହା କମ୍‌ କରେ। ଗ୍ରୀବା ମେରୁହାଡ଼ (ବେକ), ପିଠି (ମଧ୍ୟ ମେରୁହାଡ଼) ଏବଂ ପିଠିର ନିମ୍ନଭାଗର କୌଣସି ଅସ୍ତ୍ରୋପଚାର ପାଇଁ ଏହା ସବୁଠାରୁ ନିରାପଦ ଅଟେ। ଏହି ଡିଭାଇସ୍‌ ବ୍ୟବହାର କରିବା କ୍ଷେତ୍ରରେ ଡା. ସନାତନ ବେହେରା ହେଉଛନ୍ତି ଓଡ଼ିଶାର ପ୍ରଥମ ଡାକ୍ତର। ଭାରତରେ ଏଭଳି ୪ଟି ମାତ୍ର ମେଶିନ ରହିଛି, ଯାହାକୁ ଦେଶର ହାତଗଣତି ସ୍ପାଇନ ସର୍ଜନ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ଯାଏ ଚାଲିଥିଲା ରେଭ୍‌ ପାର୍ଟି

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ପାଣିଓରା ଛତାବରସ୍ଥିତ ହାପି ମୋମେଣ୍ଟ୍‌ସ ରିସର୍ଟରେ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲିଥିଲା ରେଭ୍‌ ପାର୍ଟି। ଜମିଥିଲା...

ମାଟିରେ ମିଶିଲା ୭ ଅପରାଧୀଙ୍କ ଘର

ଭୁବନେଶ୍ୱର,୨୧।୭(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀରେ ସରକାରୀ ଜାଗାକୁ ଜବରଦଖଲ କରି ସେଠାରେ ରହିବା ସହ ହତ୍ୟା, ଚୋରି, ନିଶା କାରବାର ଭଳି ବିଭିନ୍ନ ଅପରାଧ ଘଟାଉଥିଲେ। ସହରରେ...

ତାମଡା ପକ୍ଷରୁ ଜିଲାପାଳଙ୍କୁ ଦିଆଗଲା ରିପୋର୍ଟ

ଅନୁଗୋଳ ସହର, ୪।୨ ଅନୁଗୋଳ ସହର ହୁଲୁରିସିଂହାଠାରେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟକୁ ନେଇ ଅଭିଯୋଗ ଆସିବା ପରେ ତାଳଚେର-ଅନୁଗୋଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ପକ୍ଷରୁ...

୭ ମାସ ପରେ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମହିଳା ଆଇଆଇସି

ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଥାନା ଅଧିକାରୀ ଭାବେ ଦାୟିତ୍ୱରେ...

କାର୍ଯ୍ୟ ବନ୍ଦ, ଭୋଟ୍‌ ବର୍ଜନ କରିବେ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୨୨।୧୧ (ବ୍ୟୁରୋ): କନିଷ୍ଠ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ୨୦୧୫ରୁ ୫ବର୍ଷ ହେବ ଏମାନଙ୍କ ଦରମା ବଢ଼ୁନାହିଁ। ଦାବି ପୂରଣ ପାଇଁ ଦୀର୍ଘଦିନ ହେବ...

ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ

ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ୨୦ ଭିତରେ ସଂକ୍ରମଣ ରହୁଥିବାବେଳେ ଗୁରୁବାର ତାହା ବଢି ୪୧ରେ...

ଏସ୍‌ଟିଏଫ୍‌ ହାତରେ ଲେଡି ବ୍ରାଉନ୍‌ସୁଗାର ବ୍ୟବସାୟୀ: ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆଙ୍କ ସହ ରହିଛି ସମ୍ପୃକ୍ତି

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ଭୁବନେଶ୍ବରର ହଳଦୀପଡ଼ିଆ ବସ୍ତିରୁ ବୁଧବାର ଜନୈକ ଲେଡ଼ି ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ବୁଧବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ସେ ହେଲେ ମୀନା ଓରଫ...

Advertisement
Archives

Model This Week