ଅନଲାଇନ୍‌ କାରବାରରେ ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୨୨।୭: ବର୍ତ୍ତମାନ ସବୁବର୍ଗର ଗ୍ରାହକ ଅନ୍‌ଲାଇନ ପ୍ଲାଟଫର୍ମରେ କାରବାର କରିବାକୁ ପସନ୍ଦ କରୁଥିଲାବେଳେ ପ୍ଲାଟଫର୍ମର ଚାହିଦା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଆମାଜନ ପ୍ରାଇମ ଡେ-୨୦୨୫ ସେଲରେ ଏକ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଫଳରେ ଉପଭୋକ୍ତ ପ୍ରତି ମିନିଟ୍‌ରେ ୧୮,୦୦୦ ଅର୍ଡର ଅନଲାଇନ ପ୍ଲାଟଫର୍ମରେ କରି ଏକ ନୂଆ ମାଇଲଷ୍ଟୋନ ତିଆରି କରିଛନ୍ତି। ଏହି ଅର୍ଡର ସହରାଞ୍ଚଳ ଅପେକ୍ଷା ଟାୟାର-୨ ସହରଗୁଡିକରେ ଦେଖିବାକୁ ମିଳିଛି। ସେହିଭଳି ଏହି ସେଲର ଅବଧି ମଧ୍ୟରେ ଆମାଜନ ଫ୍ରେସ ସର୍ବାଧିକ ୯୦% ଅର୍ଡର ଟାୟାର-୨ ସହରରୁ ଗ୍ରହଣ କରିଥିଲାବେଳେ ସେଥିମଧ୍ୟରୁ ୭୦% ଅର୍ଡର ଅତ୍ୟାବଶ୍ୟକ ସାମଗ୍ରୀର ଚିଠା ରହିଥିଲା। ଏହି ଅର୍ଡର ଦେଶର ପ୍ରମୁଖ ସହରର ଟାୟାର ୨ଓ ୩ ବଜାରରେ ହୋଇଥିଲା ବୋଲି ପ୍ଲାଟଫର୍ମ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିପରି ଏହି ସେଲ ସମସ୍ତ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ ହାସଲ ସହ ଅନଲାଇନ କାରବାରରେ ନୂଆ ମାଇଲଷ୍ଟୋନ ହାସଲ କରିଛି। ୨୦୨୪ରେ ଏହି ସେଲ ୫୦% ପାରକରିଥିଲାବେଳେ ୭୦% ଗ୍ରାହକ ଏହି ସେଲରେ ସାମିଲ ଥିଲେ। ବର୍ତ୍ତମାନ ସମୟରେ ପ୍ଲାଟଫର୍ମର ନେଟଓ୍ବର୍କ ବୃଦ୍ଧି ସହ ଡେଲିଭରି ଓ ପହଞ୍ଚଯୋଗ୍ୟ ସେବାର ସମ୍ପ୍ରସାରଣ ଯୋଗୁ ଅର୍ଡରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଫଳରେ ବାର୍ଷିକଭିତ୍ତିରେ ଏହି ଅର୍ଡର ବୃଦ୍ଧି ପାଇ ୮୦%ରେ ପହଞ୍ଚତ୍ଛି। ଅପରପକ୍ଷରେ ପ୍ଲାଟଫର୍ମର ପ୍ରାଇମ ମେମ୍ବରମାନେ ଅଧିକ ସୁବିଧା ଓ ରିହାତି ପାଇପାରିଥିବାରୁ କାରବାର ପ୍ରାୟ ୨ ଗୁଣା ବୃଦ୍ଧି ଘଟିଛି। ପ୍ଲାଟଫର୍ମର ସମସ୍ତ ସେବାକୁ ସମ୍ପ୍ରସାରଣ କରାଯାଇଛି। ଏ ନେଇ ପ୍ଲାଟଫର୍ମ ପ୍ରାୟ ୨୦୦୦ କୋଟି ଟଙ୍କା ନିକଟରେ ନିବେଶ କରିଥିଲା ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?