ଚାଇନାରେ ନୂଆ ଆଇନ: ପିଲା ଦିନକୁ ୨ ଘଣ୍ଟା ବ୍ୟବହାର କରିବେ ସ୍ମାର୍ଟଫୋନ…

ବେଜିଂ,୩।୮ : ଚାଇନାର ଇଣ୍ଟରନେଟ ୱାଚଡଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ ଗେମ ଚଳାଉଥିବା ଟେନ୍ସେଣ୍ଟ ଏବଂ ବାଇଟ ଡାନ୍ସ ଭଳି ସଂସ୍ଥାକୁ ବଡ଼ ଝଟକା ଲାଗିଛି। ଏବେ ସରକାର ସ୍ମାର୍ଟଫୋନରେ ପିଲାମାନେ କେତେ ସମୟ ବିତାଉଛନ୍ତି ତାହା ରୋକିବା ପାଇଁ ନିୟମାବଳୀ ପ୍ରଣୟନ କରିଛନ୍ତି।

ଚାଇନାର ସାଇବର ସ୍ପେସ ଆଡମିନିଷ୍ଟ୍ରେସନ ବୁଧବାର ଏହାର ସାଇଟରେ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି ଯେଉଁଥିରେ ଦର୍ଶାଯାଇଛି ଛୋଟପିଲାଙ୍କୁ ମୋବାଇଲ ଡିଭାଇସରେ ଅଧିକାଂଶ ଇଣ୍ଟରନେଟ ସେବା ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ।

ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଛୋଟ ପିଲାଙ୍କୁ ସ୍ମାର୍ଟଫୋନରୁ ଦୂରେଇ ରଖାଯିବ। ୧୬ ରୁ ୧୮ ବର୍ଷ ବୟସର ପିଲାମାନେ କେବଳ ଦିନକୁ ଦୁଇ ଘଣ୍ଟା ପାଇଁ ଇଣ୍ଟରନେଟ ବ୍ୟବହାର କରିପାରିବେ। ୮ ରୁ ୧୫ବର୍ଷ ବୟସର ପିଲାମାନଙ୍କୁ ଦିନକୁ ମାତ୍ର ଏକ ଘଣ୍ଟା ଅନୁମତି ଦିଆଯାଉଥିବାବେଳେ ୮ବର୍ଷରୁ କମ ପିଲାମାନଙ୍କୁ କେବଳ ୪୦ ମିନିଟ ଅନୁମତି ଦିଆଯିବ ।

କେବଳ କିଛି ସେବା, ଆପ କିମ୍ବା ପ୍ଲାଟଫର୍ମ ଯାହା ଛୋଟପିଲା ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯିବ ସେସବୁର ବ୍ୟବହାର, ସେମାନଙ୍କୁ ଛାଡ କରାଯିବ। କେଉଁ ଇଣ୍ଟରନେଟ ସେବାକୁ ଏହି ଅନୁମତି ଦିଆଯିବ ତାହା ସିଏସି ନିର୍ଦ୍ଦିଷ୍ଟ କରି ନାହିଁ ।

ଇଣ୍ଟରନେଟ ନିଶାକୁ ସୀମିତ କରିବାକୁ ଚେଷ୍ଟା କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପ୍ରୟାସ କରାଯାଉଛି। ଏହି ସମସ୍ୟା ଏହାର ଯୁବପିଢ଼ିଙ୍କ ମଧ୍ୟରେ ବ୍ୟାପକ ଭାବରେ ଦେଖାଯାଉଛି। ୨୦୧୯ରେ, ଜାଇନା ସରକାର ପିଲାମାନଙ୍କର ଦୈନିକ ଅନଲାଇନ ଗେମିଂ ସମୟକୁ ଦିନକୁ ୯୦ ମିନିଟ ମଧ୍ୟରେ ସୀମିତ ରଖିଥିଲେ। ୨୦୨୧ ରେ ଏହି ପ୍ରତିବନ୍ଧକକୁ କଡାକଡି କରାଯାଇଥିଲା। ଶୁକ୍ରବାର, ସପ୍ତାହ ଶେଷ ଏବଂ ସାଧାରଣ ଛୁଟିଦିନରେ ପିଲାମାନଙ୍କୁ ଦିନକୁ ଏକ ଘଣ୍ଟା ଅନଲାଇନ ଖେଳ ଖେଳିବାକୁ ଅନୁମତି ପ୍ରଦାନ କରାଯାଇଥିଲା।

 

ଡୋଇନ, ବିଲିବିଲି ଏବଂ କୁଏଶୋ ପରି ସର୍ଟ-ଭିଡିଓ ଏବଂ ଅନଲାଇନ ଭିଡିଓ ପ୍ଲାଟଫର୍ମଗୁଡିକ ୟୁଥ୍‌ ମୋଡ ପ୍ରଦାନ କରିଛନ୍ତି ଯାହା ଛୋଟ ପିଲାଙ୍କୁ ଦେଖାଯାଇଥିବା ବିଷୟବସ୍ତୁର ପ୍ରକାର ଏବଂ ସେମାନେ ଏହି ସେବା ବ୍ୟବହାର କରିବାର ସମୟକୁ ସୀମିତ କରିଥାଏ। ଏହି ପ୍ରତିବନ୍ଧକ ଚୀନ୍ର ସର୍ବ ବୃହତ ଅନ୍ଲାଇନ ଗେମ କମ୍ପାନୀ ଟେନସେଣ୍ଟ ଏବଂ ଲୋକପ୍ରିୟ ସର୍ଟ-ଭିଡିଓ ପ୍ଲାଟଫର୍ମ ଡୋଇନ ଚଳାଉଥିବା ବାଇଟ ଡାନ୍ସ ପରି ସଂସ୍ଥାଗୁଡ଼ିକୁ ପ୍ରଭାବିତ କରିବ।

ଛୋଟପିଲାଙ୍କ ଅନଲାଇନ ସୁରକ୍ଷାକୁ ଫଳପ୍ରଦ ଭାବରେ ମଜବୁତ କରିବା ପାଇଁ ସିଏସିC ନିକଟ ଅତୀତରେ ଇଣ୍ଟରନେଟ ପ୍ଲାଟଫର୍ମରେ ୟୁଥ ମୋଡ ପ୍ରତିଷ୍ଠା, କରିଛି। ଏହାର କଭରେଜ ବିସ୍ତାର କରିବା, ଏହାର କାର୍ଯ୍ୟକୁ ଅପ୍ଟିମାଇଜ କରିବା ଏବଂ ବୟସ ଅନୁଯାୟୀ ବିଷୟବସ୍ତୁ ସହିତ ସମୃଦ୍ଧ କରିବା ପାଇଁ ସିଏସି କହିଛି।

ମୋଡ ଆରମ୍ଭ ହେବା ଦିନଠାରୁ ଯୁବ ଇଣ୍ଟରନେଟ ନିଶା ଏବଂ ଅବାଞ୍ଛିତ ସୂଚନାର ପ୍ରଭାବରେ ଏକ ସକରାତ୍ମକ ପ୍ରଭାବ ପଡିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?