କର୍କଟ ରୋଗୀଙ୍କ ପାଇଁ ନୂଆ ଆଶା

ଭୁବନେଶ୍ୱର, ୮।୧୨(ବ୍ୟୁରୋ): କର୍କଟ ରୋଗୀଙ୍କ ନିମନ୍ତେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ବାଗ୍‌ଚୀ-କରୁଣାଶ୍ରୟ ଗୃହଭିତ୍ତିକ ସେବା (ହୋମ୍‌ କେୟାର ସର୍ଭିସ୍‌) କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ମଙ୍ଗଳବାର ଏହି କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ସରକାର, ବାଙ୍ଗାଲୋର ହସ୍ପିସ୍‌ ଟ୍ରଷ୍ଟ ଏବଂ ବାଗ୍‌ଚୀ କରୁଣାଶ୍ରୟ ମିଳିତ ପ୍ରଚେଷ୍ଟାରେ ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଅନୁଷ୍ଠାନ ଆରମ୍ଭ ହୋଇଛି। ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକର ସହାୟତା ନେଇ ବିଭିନ୍ନ ଅଞ୍ଚଳକୁ ଏହି ସେବା ସମ୍ପ୍ରସାରିତ କରିବା ପାଇଁ ମହାପାତ୍ର ପରାମର୍ଶ ଦେଇଥିଲେ। ଇନ୍‌ଫୋଭ୍ୟାଲି-୨ରେ ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଜମି ଦେଇଛନ୍ତି। ବାଗ୍‌ଚୀ ଶ୍ରୀ ଶଙ୍କର କର୍କଟ ଚିକିତ୍ସାଳୟ ଓ କରୁଣାଶ୍ରୟ ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ। ଏହା ପୂର୍ଣ୍ଣାଙ୍ଗ ହେଲେ କର୍କଟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ କହିଥିଲେ, ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଓଡ଼ିଶାରେ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବ। ବାଙ୍ଗାଲୋର ହସ୍ପିସ୍‌ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଗୁରୁମିତ ସିଂ ରନ୍ଧାୱା କହିଥିଲେ, ଏହି କେନ୍ଦ୍ର ଭୁବନେଶ୍ୱର ଏମ୍ସ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନ ଏବଂ ରାଜଧାନୀ ଚିକିତ୍ସାଳୟ ସହ ସମନ୍ବିତ ଭାବେ କାର୍ଯ୍ୟ କରିବ। ଏହି ଅବସରରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା କେନ୍ଦ୍ର (ଏଏଚ୍‌ଆର୍‌ସିଆର୍‌ସି) ଏବଂ ବାଗ୍‌ଚୀ କରୁଣାଶ୍ରୟ ହସ୍ପିସ୍‌ ଟ୍ରଷ୍ଟ ମଧ୍ୟରେ କର୍କଟ ଚିକିତ୍ସା ନିମନ୍ତେ ସହଯୋଗିତା ପାଇଁ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ବାଙ୍ଗାଲୋର ହସ୍ପିସ୍‌ ଟ୍ରଷ୍ଟର ସହ-ନିର୍ଦ୍ଦେଶକ ଡା. ବବିତା ଭାରକେ କର୍କଟ ରୋଗୀଙ୍କୁ ଗୃହଭିତ୍ତିକ ସେବା ଯୋଗାଉଥିବା କର୍ମଚାରୀ ଏବଂ ଅନୁଷ୍ଠାନ ବିଷୟରେ ବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଏବଂ ମୋ ସ୍କୁଲ୍‌ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଜ୍‌ ଅବଧି ବଢ଼ାଇବାକୁ କହିଥିଲା ଭାଜପା: କଂଗ୍ରେସ

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ବିଧାନସଭାରେ ସୋମବାର ଭାଜପା ଉଠାଇଥିବା ରାଜ୍ୟ ସରକାରଙ୍କ ଖଣି ଦୁର୍ନୀତି ପ୍ରସଙ୍ଗ ମଙ୍ଗଳବାର ଏକ ନୂଆ ମୋଡ଼ ନେଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି...

ରାଉରକେଲାରୁ ସାଇକେଲ ରାଲିରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର,୧୧ା୧(ବ୍ୟୁରୋ): ସାରା ରାଜ୍ୟରେ ଏବେ ହକିର ମାହୋଲ। ପୁରପଲ୍ଲୀ, ସହର ବଜାର ସବୁଆଡ଼େ ଏବେ ହକିକୁ ନେଇ ଚର୍ଚ୍ଚା ଚାଲିଛି। କଟକରୁ ଆରମ୍ଭକରି ସୁନ୍ଦରଗଡ଼ ସମେତ...

ଧରାପଡ଼ିଲା ‘ବ୍ଲାକ୍‌ ଜ୍ୟାକେଟ’ ଗ୍ୟାଙ୍ଗ

ଭୁବନେଶ୍ୱର,୫।୯ (ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲାରେ ସ୍ପିଡ୍‌ ବାଇକରେ ସୁନା ଚେନ୍‌ ଛିନତାଇ କରି ଫେରାର ହୋଇଯାଉଥିବା ‘ବ୍ଲାକ୍‌ ଜ୍ୟାକେଟ’ ଗ୍ୟାଙ୍ଗର...

ସ୍ନାନଯାତ୍ରା ଲାଗି ବଡ଼ଦାଣ୍ଡରେ ୧୪୪ ଧାରା

ପୁରୀ ଅଫିସ,୨।୬: ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। କରୋନା ଲାଗି ଏଥର ବିଭିନ୍ନ କଟକଣା ମଧ୍ୟରେ ମହାପ୍ରଭୁ ସ୍ନାନମଣ୍ଡପରେ କରିବେ ପ୍ରତ୍ୟକ୍ଷ ସ୍ନାନ...

ଜଟଣୀ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବାତ୍ୟା ଫନୀ, ଆବାସ ଯୋଜନା ଚୟନରେ ଅନିୟମିତତା

ଜଟଣୀ,୨୮ା୧୨(ଡି.ଏନ.ଏ.): ଜଟଣୀ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ବନଜା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ...

ରାଜ୍ୟ ସରକାର ଭ୍ରମିତ କରୁଛନ୍ତି: ଭାଜପା

ଭୁବନେଶ୍ୱର,୧୬।୧(ବ୍ୟୁରୋ) : ପରୀ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଏସ୍‌ଆଇଟି ତଦନ୍ତ ପ୍ରସଙ୍ଗରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେମନ୍ତଙ୍କ...

ଯାଜପୁର ଜିଲାରେ ଭୋଟ ଗଣନା ଆରମ୍ଭ

ଯାଜପୁର ଅଫିସ,୨୩।୫: ଯାଜପୁର ଜିଲାର ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ...

କେନ୍ଦୁଝର ଜିଲାରେ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୧୬୨

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ କେନ୍ଦୁଝର ଜିଲାର। ଏନେଇ ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ...

Advertisement
Archives

Model This Week