୫୦ ହେକ୍ଟର ଜମିରେ ହେବ ନୂତନ ଜଙ୍ଗଲ: ବୁଦୁଲିରେ ଓଭର ବ୍ରିଜ ଯୋଜନା

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଖଣି ଖୋଳିବା ଏବଂ ରାସ୍ତା ସମ୍ପ୍ରସାରଣ ସମୟରେ ଯେତିକି ଜଙ୍ଗଲ କ୍ଷୟ ହେଉଛି ତାର ଦୁଇଗୁଣା ନୂତନ ଜଙ୍ଗଲ ରାଜ୍ୟର ଯେକୌଣସି ସ୍ଥାନରେ ସୃଷ୍ଟି କରିବା ନିୟମ ଅଛି। ତେଣୁ ଆଦାନୀ ଗ୍ରୁପ ମହାନଦୀ କୋଲ ବ୍ଲକ ଜଙ୍ଗଲ କ୍ଷତିକୁ ଭରଣ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରେ ୫୦ ହେକ୍ଟର ଜମିରେ ନୂତନ ଜଙ୍ଗଲ କରିବ। ଏଥିପାଇଁ ଆଦାନୀ ଗ୍ରୁପ ବୁଗୁଡ଼ା ଏବଂ ସୋରଡ଼ା ରେଞ୍ଜରେ
୫୦ ହେକ୍ଟର ବେସରକାରୀ ଜମି କିଣିଛି ଚାରା ରୋପଣ ପାଇଁ ଉକ୍ତ ଜମି ଆଦାନୀ ଗ୍ରୁପ ବନ ବିଭାଗକୁ ହସ୍ତାନ୍ତର କରିବ। ଏଥିସହ ସେଠାରେ ଚାରା ଲଗାଇବା ଏବଂ ତାହାର ୧୦ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟ ଟଙ୍କା ଦେବ। ଏହାପରେ ବନ ବିଭାଗ ଚାରା ଲଗାଇବ। ଉକ୍ତ ଜମିରେ ହେକ୍ଟର ପିଛା ୫ ଶହ ଚାରା ରୋପଣ କରାଯିବ।
ଉକ୍ତ ୫୦ ହେକ୍ଟର ସହ ଆହୁରି ୯୦ ହଜାର ଚାରା ରୋପଣ (କ୍ଷତିପୂରଣ ବନୀକରଣ ଯୋଜନାରେ) ଆଦାନୀ ଗ୍ରୁପ ପକ୍ଷରୁ କରାଯିବ। ଏଥିପାଇଁ ଘୁମୁସର ଦକ୍ଷିଣ ବନଖଣ୍ଡ, ଉତ୍ତର ବନଖଣ୍ଡ, ଫୁଲବାଣୀ ଏବଂ ସାତକୋଶିଆ କେନ୍ଦୁପତ୍ର ବନଖଣ୍ଡ, ବଲାଙ୍ଗିର ଓ ବରଗଡ ବନଖଣ୍ଡରେ ଜମି ଖୋଜା ଚାଲିଛି। ତେଣୁ ଆଦାନୀ ଗ୍ରୁପର ଏକ ଟିମ ମଙ୍ଗଳବାର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲ ପରିଦର୍ଶନ କରିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡରେ ୨୦ ହେକ୍ଟର ଜମିରେ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିସହ ରାଞ୍ଚି ବିଜୟୱାଡା କରିଡ଼ର ୨୦୧୭ ମସିହାରେ ସମ୍ପ୍ରସାରଣ ସମୟରେ ଅନେକ ମୂଲ୍ୟବାନ ଗଛ ରାସ୍ତାକଡ଼ରୁ କଟା ଯାଇଥିଲା।

ଫଳରେ ଉତ୍ତର ଘୁମୁସର ବନଖଣ୍ଡ ର ୧୯ ହେକ୍ଟର ଏବଂ ଫୁଲବାଣୀ ବନଖଣ୍ଡର ୭ ରୁ ଉଦ୍ଧର୍‌ବ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା । ତେଣୁ କ୍ଷତିପୂରଣ ବନୀକରଣ ଯୋଜନା (ସିଏ) ରେ ୬୦ ହେକ୍ଟର ଖୋଲା ଜଙ୍ଗଲରେ ଚାରା ରୋପଣ ହେବ। ଏନେଇ ଜାତୀୟ ରାଜପଥ କତୃପକ୍ଷ ୨୦୨୧ରେ ଟଙ୍କା ବାନ୍ଧିଥିଲେ। ୪ ବର୍ଷ ପରେ ଉକ୍ତ ଟଙ୍କାର ବିନିଯୋଗରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ ଉତ୍ତର ଘୁମୁସର ବନଖଣ୍ଡ ରେ ୨୦ ହେକ୍ଟର ଏବଂ ବଉଦ ବନଖଣ୍ଡରେ ଆଉ ୪୦ ହେକ୍ଟର ଚାରା ରୋପଣ ହେବ। ଅନ୍ୟପକ୍ଷରେ ଉତ୍ତର ଘୁମୁସର ବନଖଣ୍ଡ ର ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ଅନେକ ସ୍ଥାନରେ ବିଗତ ଦିନରେ ଗାଡ଼ି ଧକ୍କାରେ ବାଘ, ଭାଲୁ ସମେତ ଅନ୍ୟାନ୍ୟ ପ୍ରାଣୀ ମୃତ୍ୟୁବରଣ କରିଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥର ବୁଦୁଲି ନିକଟରେ ଓଭର ବ୍ରିଜ ର୍ନିମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି। ଏନେଇ ୧୦ କୋଟିରୁ ଉଦ୍ଧର୍‌ବ ଟଙ୍କା ବ୍ୟୟ ହେବ। ଯେଉଁଠି ବ୍ରିଜ ଯୋଜନା ହୋଇଛି ସେଠି ପୂର୍ବରୁ ଗୋଟିଏ କଲରା ପତାରିଆ ବାଘ, ଭାଲୁ, ହରିଣ ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିଲେ। ଓଭର ବ୍ରିଜ ହେଲେ ବନ୍ୟପ୍ରାଣୀ ଅବାଧରେ ତଳେ ସମ୍ପୃକ୍ତ ଅଞ୍ଚଳରେ ଚଳପ୍ରଚଳ କରିପାରିବେ। ଯାନବାହାନ ବ୍ରିଜ ଉପରେ ଚଳପ୍ରଚଳ କରିବ। ଆଗକୁ ଗୋପାଳପୁର ରେଢ଼ାଖୋଲ ରେଳ ଲାଇନ ଉକ୍ତ ଅଞ୍ଚଳ ଦେଇ ଯିବ। ତେଣୁ ଜଙ୍ଗଲ ଅଞ୍ଚଳରେ ଓଭର ବ୍ରିଜ କରି ରେଳ ଲାଇନ ଗଲେ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ଉଭୟ ସୁରକ୍ଷିତ ରହିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ସରକାରଙ୍କ ଯୋଜନା ଭଲ। ଯୋଜନାକୁ କିଭଳି ଶତ ପ୍ରତିଶତ କାର୍ଯ୍ୟକାରି କରାଯିବ ସେନେଇ ଯୋଜନା ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?