ନୂତନ ଆର୍ଥତ୍କ ମହାଶକ୍ତି

ବିଶ୍ୱରେ ଆଜି ପର୍ଯ୍ୟନ୍ତ ସୁପରପାଓ୍ବାର ବୋଲାଇ ଆସିଥିବା ଆମେରିକା ତା’ର ପ୍ରତିପତ୍ତି ଏବେ ହରାଇବାକୁ ଯାଉଛି। ‘ବିନାଶ କାଳେ ବିପରୀତ ବୁଦ୍ଧି’ ଗୋଟିଏ ପରେ ଗୋଟିଏ ଟ୍ରମ୍ପ୍‌ଙ୍କ ମୁଣ୍ଡକୁ ଜୁଟୁଛି। ଆଜି ପର୍ଯ୍ୟନ୍ତ ଆମେରିକାକୁ ଟକ୍କର ଦେବା ପାଇଁ କୌଣସି ରାଷ୍ଟ୍ର ଚିନ୍ତା କରି ନ ଥିଲେ। ଚାଇନା ହେଉ ଅବା ଅନ୍ୟ ଯେକୌଣସି ରାଷ୍ଟ୍ର ତାଟି ତଳେ ରହି ଆମେରିକା ଉପରେ ପଥର ବୃଷ୍ଟି କରୁଥିଲେ। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଶକ୍ତି ପ୍ରଦର୍ଶନ କିମ୍ବା ପ୍ରତିରୋଧ ଭଳି କାର୍ଯ୍ୟ କରି ନଥିଲେ। ଆମେରିକାର ଟାରିଫ୍‌କୁ ନେଇ ଏସିଆ ମହାଦେଶରେ ଯେଉଁ ଗୁଞ୍ଜରଣ ସୃଷ୍ଟି ହେଲା, ତା’ର ଯଥାର୍ଥ ରୂପ ଦେବାରେ ଭାରତ ସମେତ ରୁଷିଆ, ଚାଇନା, ଅନ୍ୟ ୨୫ଟି ଦେଶକୁ ନେଇ ଏବେ ବିଶ୍ୱ ମଞ୍ଚରେ ଏକ ନୂତନ ଆର୍ଥିକ ଶକ୍ତିର ଅଭ୍ୟୁଦୟ ଘଟିଛି। ଏହା ଏବେ ସମ୍ଭବ ହେଉ ବା ନ ହେଉ, କିନ୍ତୁ ଏବେଠାରୁ ଏହାର ସୂତ୍ରପାତ ଘଟିଲା। ଟ୍ରମ୍ପ୍‌ଙ୍କ ନାଲିଆଖି ପରୋକ୍ଷରେ ଏଭଳି ଏକ ମହାଶକ୍ତିକୁ ଜନ୍ମ ଦେଇଛି ବୋଲି କୁହାଯାଉଛି। ଏହି ମହାଶକ୍ତିର ଉତ୍‌ଥାନକୁ ଆଉ ଭବିଷ୍ୟତରେ ରୋକିବା କଷ୍ଟକର ହେବ। କାରଣ ଏହାର ପ୍ରଚ୍ଛଦରେ ରହିଛି ଏସୀୟ ଏକତାର ସ୍ବପ୍ନ। ଏହି ସ୍ବପ୍ନ କେବଳ ଭାରତର ମୌଳିକ ଚିନ୍ତାଧାରା। ସ୍ବାଧୀନତା ପୂର୍ବରୁ ମହାନ୍‌ ସ୍ବାଧୀନତା ସଂଗ୍ରାମୀ, ଯୋଗୀ ଶ୍ରୀଅରବିନ୍ଦ ଏହା ଘୋଷଣା କରିଯାଇଛନ୍ତି।
ଭାରତ ବିଶ୍ୱର ମଙ୍ଗଳ ଚିନ୍ତା କରେ। ବସୁଧୈବ କୁଟୁମ୍ବକମ୍‌ ଭାରତର ରାଷ୍ଟ୍ରୀୟ ସ୍ବର। ଭାରତର ଇଚ୍ଛାଶକ୍ତି ଯୋଗୁ ବେଜିଂଠାରୁ ମସ୍କୋ ଓ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଅର୍ଥନୈତିକ ଶକ୍ତିର କେନ୍ଦ୍ର ହେବାକୁ ଯାଉଛି। ପ୍ରାଥମିକ ସ୍ତରରେ ଚାଇନାର ଏକଚାଟିଆ ନୀତି ହୁଏତ ଏହି ଅର୍ଥନୈତିକ ବଳୟକୁ ସାକାର କରିବାରେ ସମର୍ଥ ହୋଇ ନ ପାରେ। କିନ୍ତୁ ଆହୁରି ଅନେକ ଦେଶ ଏହି କରିଡରକୁ ସମର୍ଥନ ଯୋଗାଇବା ଆଶା ଜଳ ଜଳ ହୋଇ ଦେଖାଯାଉଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ମରୀଚିକା ପଛରେ ଧାଉଁଥିବା ଅନୁଭବ କରାଯାଉଛି। ଟ୍ରମ୍ପ୍‌ ଗାଦି ଛାଡ଼ିବା ପୂର୍ବରୁ ନୋବେଲ ପୁରସ୍କାର ହସ୍ତଗତ କରିବାକୁ ବେଶ ବିଚଳିତ ଓ ତପତ୍ର। ସେଥିପାଇଁ ୟୁକ୍ରେନ୍‌ ଶାନ୍ତି ଆଲୋଚନାକୁ ପ୍ରାଥମିକତା ଦେଇଛନ୍ତି। ଶାନ୍ତି ପୁରସ୍କାର ଚାହୁଁଥିବା ଆମେରିକାର ରାଷ୍ଟ୍ରପତି ବିଭିନ୍ନ ବିବାଦ ସ୍ଥଳୀରେ ପହଞ୍ଚତ୍ ନିଜକୁ ମଧ୍ୟସ୍ଥ ଭାବେ ଉପସ୍ଥାପନ କରୁଛନ୍ତି। ଏବେ ଏହି ଭୂମିକା ତୁଲାଇବାକୁ ଯାଇ ଭେନେଜୁଏଲା ସହ ଉତ୍ତେଜନା ବଢ଼ାଇଛନ୍ତି। ନିଶା ମାଫିଆଙ୍କ ସହ ମୁକାବିଲା କରିବାକୁ ଯାଇ ଏହି ଦେଶର ଉପକୂଳରେ ତିନି ଯୁଦ୍ଧ ଜାହାଜ ମୁତୟନ କରି ସମାଧାନ ପରିବର୍ତ୍ତେ ଉତ୍ତେଜନା ବଢ଼ାଇ ଚାଲିଛନ୍ତି। ସେଠାକାର ରାଷ୍ଟ୍ରପତି ନିକୋଲାସ୍‌ ମାଦୂରୋ ଏହାକୁ ବିରୋଧ କରି ଆମେରିକା ଏକ ଅବିଶ୍ୱାସର ପାତ୍ର ବୋଲି କହିଛନ୍ତି। ଭେନେଜୁଏଲା ଶାନ୍ତି ଓ ସାର୍ବଭୌମ ସହ ଆଗକୁ ବଢ଼ୁଥିବା ବେଳେ ଆମେରିକା ଏକ ସ୍ବାଧୀନ ଏବଂ ସ୍ବତନ୍ତ୍ର ଦେଶକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛି। ନିଶା ଚୋରାଚାଲାଣର ଦ୍ୱାହି ଦେଇ ଭେନେଜୁଏଲା ଉପରେ ଟ୍ରମ୍ପ୍‌ ଯେଉଁ ରାଗ ଶୁଝାଇବାକୁ ଚେଷ୍ଟା କରୁଛନ୍ତି, ତାକୁ ପ୍ରତିହତ କରିବା ପାଇଁ ତାଙ୍କ ରାଷ୍ଟ୍ରପତି ମଧ୍ୟ ସମାନ ବଳ ଦେଖାଇ ଚାଲିଛନ୍ତି। ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ୍‌ ସ୍ଥିର ହୋଇ ପାରୁନାହାନ୍ତି। ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ସେ ମଧ୍ୟ ଆଶାପୋଷଣ କରିଛନ୍ତି। ଅପରପକ୍ଷରେ ଇରାନ ସହ ଲଢ଼େଇ ନ କରି ଏବେ ଶାନ୍ତିର କଥା କହୁଛନ୍ତି। ମୋଟ ଉପରେ କହିବାକୁ ଗଲେ ଟ୍ରମ୍ପ୍‌ ନିଜ ଦେଶର ଗୁରୁତ୍ୱକୁ ହ୍ରାସ କରି ଚାଲିଛନ୍ତି। ଆମେରିକାର ନୀତି ଯାହା, ତାହା କେବେ ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିପାରିବ ନାହିଁ ବୋଲି ବିଶ୍ୱବାସୀ ଭଲ କରି ଜାଣନ୍ତି।
ଟ୍ରମ୍ପ୍‌ଙ୍କର ଏଭଳି ନାଟକ ମୂଳରେ ରହିଛି ଅନେକ ଅକୁହା କଥା। ସେ ଏଥର ନିର୍ବାଚନରେ ଜିତିବା ପାଇଁ ଆମେରିକାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ପାଳନ କରିବା ସ୍ଥିତିରେ ନାହାନ୍ତି। ବର୍ତ୍ତମାନର ଅବସ୍ଥାରୁ ଯାହା ଜଣାପଡ଼େ, ଆମେରିକୀୟ ଅର୍ଥନୀତି ଭବିଷ୍ୟତରେ ସଙ୍କଟାପନ୍ନ ହେବାକୁ ଯାଉଛି। ବିବର୍ତ୍ତନର ତାଳ ଦେଇ ଦେଶଗୁଡ଼ିକ ଯେପରି ଆଗେଇ ଚାଲିଛନ୍ତି, ଭବିଷ୍ୟତରେ ଅର୍ଥନୀତି ହିଁ କେବଳ ପ୍ରତି ଦେଶର ଆଭିମୁଖ୍ୟ ହେବ। ବାଣିଜ୍ୟ କ୍ଷେତ୍ରରେ ଉପତ୍ାଦନ ଉପରେ ସମସ୍ତେ ନିର୍ଭର କରିବେ। ଅସ୍ତ୍ରଶସ୍ତ୍ର କାରବାର, ସୀମା ବିବାଦ ପ୍ରତି କୌଣସି ଦେଶ ଲକ୍ଷ୍ୟ ରଖିବେ ନାହିଁ। ସେ କ୍ଷେତ୍ରରେ ଆମେରିକା ହିଁ ଶତ୍ରୁ ବୋଲାଉଥିବା ଦେଶ ଉପରେ ନିର୍ଭରଶୀଳ ହୋଇ ରହିବ। ଇତିହାସର ପୃଷ୍ଠା ଲେଉଟାଇଲେ ବିଶ୍ୱରେ ଅଧିକାଂଶ ରାଷ୍ଟ୍ର ଆମେରିକାର ଶତ୍ରୁରାଷ୍ଟ୍ର ହୋଇ ରହିଛନ୍ତି। ବେଳ ଆସିଲେ ଶତ୍ରୁରାଷ୍ଟ୍ର ପୁଣି ଇତିହାସ ପୃଷ୍ଠାକୁ ଯେ ନ ଲେଉଟାଇବେ ତାହା କିଏ କହିବ! ଭାରତ ପ୍ରତି ଟ୍ରମ୍ପ୍‌ ବିଷୋଦ୍‌ଗାର କରିବାର ବାହ୍ୟ କାରଣଟି ହେଲା ପାକିସ୍ତାନ ପ୍ରତି ଭାରତର ସିନ୍ଦୂର ଅପରେଶନ। ଏଥିରେ ଭାରତର ସାମରିକ ଶକ୍ତି ଆମେରିକାକୁ ଟକ୍କର ଦେବା ଭଳି ପ୍ରତ୍ୟୟ ସୃଷ୍ଟି କରିଛି। ୨ୟ କାରଣ ହେଲା, ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତାରେ ପାକସ୍ତାନର ଯୁଦ୍ଧ ବିରତିକୁ ଭାରତ ପକ୍ଷରୁ ପ୍ରାମାଣିକ ତଥ୍ୟ ପ୍ରଦର୍ଶନ କରି ଦୃଢ଼ ଭାବେ ଖଣ୍ଡନ କରିବା। ଟ୍ରମ୍ପ୍‌ ଶାନ୍ତି ପୁରସ୍କାର ପାଇବା ପାଇଁ ଏହାକୁ ଶ୍ରେୟ ନେବାର ଯେଉଁ ଆସ୍ଫାଳନ କରିଥିଲେ, ତାହା ପ୍ରଥମ ପାବଚ୍ଛରେ ବିଫଳ ହେବା ଯୋଗୁ ସେ ସେବେଠୁ ଭାରତ ପ୍ରତି ଅସୂୟା ହୋଇ ପଡ଼ିଲେଣି। ଏବେ ଭାରତ ବିରୋଧରେ ଆମେରିକାର ଚକ୍ରାନ୍ତ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଲାଣି। ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇଗଲେ ରୁଷିଆର କିଛି ଲାଭ ହେଉ ବା ନ ହେଉ ଆମେରିକାର ବହୁ କ୍ଷତିସାଧନ ହେବ। ଆମେରିକାର ଆଖି ୟୁକ୍ରେନ୍‌ର ବ୍ଲାକ ସି ଉପରେ। ତେଣୁ ଉପରେ ଶାନ୍ତି ପ୍ରସ୍ତାବ ଆଗତ କରି ଭିତରେ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଇ ଚାଲିଛି। ପୁଟିନ୍‌ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ଶାନ୍ତି ଚୁକ୍ତି କଥାବାର୍ତ୍ତା ପରେ ପୁଣି ୟୁକ୍ରେନର କ୍ଷେପଣାସ୍ତ୍ର ରୁଷର ପରମାଣୁ ସ୍ଥଳରେ ନିକ୍ଷେପ କରାଯିବା ଆମେରିକାର ମତିଗତିକୁ ସ୍ପଷ୍ଟ କରିଛି। ଅପରପକ୍ଷରେ ଭାରତର ଶକ୍ତିକୁ ଆମେରିକା ନିଜ ସପକ୍ଷରେ ନେବାରେ ବିଫଳ ହେବା ଯୋଗୁ ସେ ଏହି ଦୋଷକୁ ଭାରତ ଉପରେ ଲଦିବାକୁ ଚେଷ୍ଟା ଚଳାଇଛି।
ଟ୍ରମ୍ପ୍‌ଙ୍କ ଧମକକୁ ନ ଡରି ଭାରତ ସମେତ ଯେତେଗୁଡ଼ିଏ ଦେଶ ଏକଜୁଟ ହୋଇଛନ୍ତି, ସେମାନେ ବାଣିଜ୍ୟ କ୍ଷେତ୍ରରେ ଦୃଢ଼ତାର ସହ ମୁକାବିଲା କରିବା ଏକାନ୍ତ ବିଧେୟ। ରୁଷିଆ-ଭାରତ ସମ୍ପର୍କ ବହୁ ପରୀକ୍ଷିତ। କିନ୍ତୁ ଚାଇନାର ଏବେ ସୁଧୁରିବା ବେଳ। ନିଜକୁ ଏକାଙ୍ଗଚକ୍ରବର୍ତ୍ତୀ ହୋଇ ରହିବା ପାଇଁ ୩୦ ବର୍ଷ ଧରି ଆସିଥିବା ସଂଗ୍ରାମ ସଫଳ ହୋଇ ପାରିନଥିବା ବେଳେ ଆଉ ସେ ଆଶା ନରଖି ଏହି ତ୍ରିଶକ୍ତି ମେଣ୍ଟରେ ନିଜର ବିଶ୍ୱସନୀୟତାକୁ ପ୍ରତିପାଦନ କରିବା ଉଚିତ। ବହୁ ଦେଶ ଆମେରିକାର ମିତ୍ର ହେଲେ ହେଁ ସେମାନେ ଭାରତ ସହ ବନ୍ଧୁତ୍ୱ ରଖିଛନ୍ତି। ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରୁ ୪ଟି ଦେଶ ଏବେ ଭାରତ ସପକ୍ଷରେ। ଭାରତର କୂଟନୀତି ରଣକୌଶଳମୂଳକ ହେଲେ ଆମେରିକା ତା’ର କୂଟନୈତିକ ଖେଳ ଦେଖାଇ ପାରିବନି। ନିକଟରେ ଭାରତ ଯେତେଗୁଡ଼ିଏ ବିଦେଶୀ ରାଷ୍ଟ୍ରକୁ ସମ୍ପର୍କର ଡୋରିରେ ବାନ୍ଧି ସାରିଲାଣି, ତାହା ଏହି ମେଣ୍ଟକୁ ଗଢ଼ିବାରେ ସହାୟ ହୋଇପାରିବେ। ଅସଲ କଥା ହେଉଛି ଚାଇନା ନିଜ ଜିଦ୍‌କୁ ଯଦି ଧରି ନ ରଖେ, ପାକିସ୍ତାନକୁ ନେଇ ଭାରତକୁ ଆତଙ୍କବାଦୀ କ୍ଷେତ୍ରରେ ହଇଚଇ ନ କରେ, ତେବେ ଏହି ମେଣ୍ଟକୁ ନେଇ ଏକ ଆର୍ଥିକ ମହାଶକ୍ତି ମୁଣ୍ଡ ଟେକି ଠିଆ ହୋଇପାରିବ। ଆମେରିକା ବେଶୀ ଆଗେଇ ପାରିବ ନାହିଁ। ଜଣାପଡୁଛି, ନିକଟରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ନୂଆଦିଲ୍ଲୀ ଆସି ଭାରତ ସହିତ କଥାବାର୍ତ୍ତା କରିବା ଏବଂ ଭାରତର ବହିର୍ବ୍ୟାପର ମନ୍ତ୍ରୀଙ୍କ ମସ୍କୋ ଗସ୍ତ କରି ପୁଟିନଙ୍କୁ ଭେଟିବା, ରୁଷିଆ ସହିତ ସମ୍ପର୍କକୁ ଅଧିକ ମଜଭୁତ କରିବା, ଚାଇନା ସହିତ ଭାରତର ସୀମା ଉପରେ ସହମତିରେ ପହଞ୍ଚତ୍ବା ଏବଂ ଟ୍ରମ୍ପ୍‌ଙ୍କୁ ସମ୍ମୁଖୀନ ହେବା କ୍ଷେତ୍ରରେ ଭାରତୀୟ କୂଟନୀତି ପାଇଁ ସ୍ବଳ୍ପ ଭିତରେ ଏକ ବଡ଼ ପଦକ୍ଷେପ ବୋଲି ମନେହେଉଛି, ଯାହା ଆର୍ଥିକ ମହାଶକ୍ତି ପାଇଁ ଆଶା ସଂଚାର କରିଛି।

ହରେକୃଷ୍ଣ ପଣ୍ଡା
ସୟେଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?