ଭାରତୀୟ ରେଳରେ ଯୋଡି ହେଲା ନୂଆ ଅଧ୍ୟାୟ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ଦେଶର ୧୩୦୯ ରେଳ ଷ୍ଟେଶନ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ରୂପାନ୍ତରଣ ହେବ। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂରେ ଏକକାଳୀନ ସମସ୍ତ ଷ୍ଟେଶନର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଇତିହାସରେ ନୂଆ ଅଧ୍ୟାୟ ଯୋଡି ହୋଇଛି। ଅମୃତକାଳ ଆରମ୍ଭରେ ଏହି ଐତିହାସିକ କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟକୁ ପ୍ରଶଂସା କରୁଛି ଏବଂ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ପୁନର୍ବିକାଶ କରାଯିବ। ଏସବୁ ଷ୍ଟେଶନରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀଙ୍କ ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ। ଭାରତ କେବଳ ୯ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ସ୍ବିଡେନ, ବ୍ରିଟେନ ଭଳି ଦେଶର ରେଳ ନେଟ୍‌ୱାର୍କ ଭଳି ଟ୍ରାକ ନିର୍ମାଣ କରିଛି। ଚଳିତ ବର୍ଷ ରେଲ୍‌ଓ୍ବେକୁ ୨.୫ ଲକ୍ଷ କୋଟିରୁ ଅଧିକ ବଜେଟ ଦିଆଯାଇଛି, ଯାହାକି ୨୦୧୪ ମସିହା ତୁଳନାରେ ପାଞ୍ଚ ଗୁଣା ଅଧିକ ରହିଛି। ସେହିପରି ୧୦ ହଜାରରୁ ଊର୍ଦ୍ଧ୍ୱ ରେଳ ଓଭରବ୍ରିଜ୍‌ ନିର୍ମାଣ କରାଯାଇଥିବାବେଳେ ଏହି ସମୟ ମଧ୍ୟରେ ଟ୍ରେନ୍‌ରେ ବାୟୋ ଟଏଲେଟ୍‌ ୨୮ ଗୁଣା ବୃଦ୍ଧି ପାଇଛି। ଆଗକୁ ଅନେକ ରେଳ ଷ୍ଟେଶନରେ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ୨୦୩୦ ସୁଦ୍ଧା ଦେଶରେ ଭାରତୀୟ ରେଳ ନେଟ୍‌ଓ୍ବର୍କ ବିଶ୍ୱରେ ଏକ ନମ୍ବରରେ ସ୍ଥାନ ପାଇବ।
ସେହିପରି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ବିରୋଧୀଙ୍କ କାମ ହେଲା କେବଳ ବିରୋଧ କରିବା। ଭଲ କାମରେ ବି ସେମାନେ ବିରୋଧ କରନ୍ତି। ବିରୋଧୀ ନୂଆ ସଂସଦ ନିର୍ମାଣରେ ବିରୋଧ କରିଥିଲେ। ଏପରି କି ଦୀର୍ଘବର୍ଷ ଶାସନରେ ଶହୀଦଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରି ନ ଥିଲେ। କିନ୍ତୁ ଭାଜପା ସରକାର ଗତ ୯ ବର୍ଷ ଧରି ବିନା ରାଜନୀତିରେ ଲୋକଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ବୋଲି ମୋଦି କହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ସମସ୍ତ ଷ୍ଟେଶନର ମାଷ୍ଟର ପ୍ଲାନିଂ ହୋଇସାରିଥିବାବେଳେ ପୁନର୍ବିକାଶ କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଏପଟେ ଓଡ଼ିଶାରେ ମଧ୍ୟ ବିଭିନ୍ନ ରେଳ ଷ୍ଟେଶନରେ ସ୍ବତନ୍ତ୍ର ଶିଳାନ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ବଲପୁରର ହୀରାକୁଦ୍‌ ରେଳ ଷ୍ଟେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ବିମାନବନ୍ଦର ଭଳି ଦେଶରେ ରେଳ ଷ୍ଟେଶନକୁ ଅତ୍ୟାଧୁନିକ ଷ୍ଟେଶନରେ ପରିଣତ କରିବା ପୂର୍ବରୁ କେବେ କଳ୍ପନା କରାଯାଇପାରି ନ ଥିଲା। ଏହା କେବଳ ମୋଦିଜୀ ହିଁ ଚିନ୍ତା କରିପାରନ୍ତି। ଆଜି ମୋଦି ସରକାରରେ ନୂଆ ରେଳ ଚଳାଚଳ, ରେଳ ଲାଇନ୍‌ ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ରେଳ ଷ୍ଟେଶନ କରିବାର କଳ୍ପନାକୁ ବାସ୍ତବରେ ସାକାର କରାଯାଇଛି। ସେହିପରି ପୂର୍ବତଟ ରେଳପଥ ପକ୍ଷରୁ ୩ଟି ଷ୍ଟେଶନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା। ଖୋର୍ଦ୍ଧା ଷ୍ଟେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ। ସେହିପରି ଲିଙ୍ଗରାଜ ଷ୍ଟେଶନରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।
ସୂଚନଯୋଗ୍ୟ, ୫୦୮ ଷ୍ଟେଶନର ପୁନର୍ବିକାଶ ପାଇଁ ବିଭାଗ ପକ୍ଷରୁ ୨୫ ହଜାର କୋଟି ବ୍ୟୟ ଅଟକଳ ରଖାଯାଇଛି। ତେବେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ପୂର୍ବତଟ ରେଳପଥର ୫୭ ରେଳ ଷ୍ଟେଶନ ମଧ୍ୟରୁ ଏବେ ଓଡ଼ିଶାର ୨୫ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ମୋଟ ୫୩୧.୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ୨୫ଟି ଷ୍ଟେଶନ ମଧ୍ୟରେ ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ମେରାମଣ୍ଡଳି , ବାଲୁଗାଁ, ଲିଙ୍ଗରାଜ ଷ୍ଟେଶନ ରୋଡ୍‌, ତାଳଚେର ରୋଡ୍‌, ଖୋର୍ଦ୍ଧା ରୋଡ୍‌, କଣ୍ଟାବାଞ୍ଜି, ବରଗଡ ରୋଡ୍‌, ହୀରାକୁଦ, ରେଢାଖୋଲ, ବରପାଲି , ମୁନିଗୁଡା , ବଲାଙ୍ଗୀର , ହରିଶଙ୍କର ରୋଡ୍‌, ଭବାନୀପାଟଣା, ଖରିଆର୍‌ ରୋଡ୍‌ , ଦାମନଯୋଡି, ବଡବିଲ , ରାଜଗାଙ୍ଗପୁର , ବାରିପଦା ଓ ଜଳେଶ୍ୱର ଷ୍ଟେଶନକୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?