ନୂଆ ବିଜ୍‌ନେସ ମଡେଲ

ଆଞ୍ଜେଲ ଗୁରିଆ

ଦୀର୍ଘ ଅବଧିତ୍ ଧରି ବିଶ୍ୱ ଅସମାନତା ବୃଦ୍ଧି, ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସବା ଓ ଶିକ୍ଷା ଉପଲବ୍ଧତାର ଅଭାବ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ବାନଗୁଡ଼ିକୁ ସାମ୍ନା କରି ଆସୁଛି। ଏବେ କୋଭିଡ୍‌-୧୯ ମହାମାରୀ ଏହି ସବୁ ଆହ୍ବାନଗୁଡ଼ିକ ଉପରେ ସଭିଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ବାଧ୍ୟ କରିଛି। ମହାମାରୀର ବହୁ ପୂର୍ବରୁ ଜଗତୀକରଣ ଓ ପ୍ରଯୁକ୍ତିଗତ ପ୍ରଗତି ଉପରେ ଜଟିଳ ପ୍ରଶ୍ନ ଉଠିଥିଲା। ବିଗତ କିଛି ଦଶନ୍ଧିରେ ଲୋକଙ୍କୁ ରୋଜଗାର ଦେବା ସହ ସେମାନଙ୍କର ମୁଖ୍ୟ ଆବଶ୍ୟକତା ପୂରଣ ପାଇଁ ନିବେଶ କରାଯାଇଛି ଓ ଏହାଦ୍ୱାରା ବିଶ୍ୱରେ ଦାରିଦ୍ର୍ୟ ମଧ୍ୟ ହ୍ରାସ ପାଇଛି। ଏହା ସତ୍ତ୍ୱେ ଅନେକଙ୍କ ପାଇଁ ଆର୍ଥିକ ସୁଯୋଗ ଦୁଷ୍ପ୍ରାପ୍ୟ ହୋଇ ରହିଯାଇଛି। ପରିଣାମ ସ୍ବରୂପ ଏଭଳି ସାମାଜିକ ବିଭାଜନ ଦୀର୍ଘମିଆଦୀ ବିିଜନେସ୍‌ , ନାଗରିକ ଓ ଅର୍ଥ ବ୍ୟବସ୍ଥାଗୁଡ଼ିକ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ହେଲେ ସାମ୍ପ୍ରତିକ ସମୟରେ ବୈଶ୍ୱିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହାମାରୀ ଏକ ଏ୍ୟତିହାସିକ ମୁହୂର୍ତ୍ତ ବୋଲି ଅନେକେ ଅନୁଭବ କରିଛନ୍ତି। ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ କିଛି ବୃହତ୍‌ ସିଦ୍ଧାନ୍ତ ପାଇଁ ବାଟ ଦେଖାଦେଇଛି। କହିବାକୁ ଗଲେ ମହାମାରୀ ସଙ୍କଟରେ ଏକ ସୁଯୋଗ ମଧ୍ୟ ରହିଛି। ମୁଖ୍ୟତଃ ଏକ ସ୍ଥାୟୀ ତଥା ପରିବେଶ ଅନୁକୂଳ, ସୁଖଦଃ ଏବଂ ସମ୍ମିଳିତ ଅର୍ଥବ୍ୟବସ୍ଥା ପାଇଁ ଏହା ଏକ ସୁଯୋଗ ଆଣିଛି। କିନ୍ତୁ ଏକ ସମ୍ମିଳିତ ଅର୍ଥବ୍ୟବସ୍ଥା ଏବଂ ସୁଖଦଃ ସମାଜ କିଭଳି ହେବା ଦରକାର? ଆମେ ଗ୍ରହଣ କରିବାକୁ ଥିତ୍ବା ଜଟିଳ ବିକଳ୍ପକୁ କେଉଁ ସିଦ୍ଧାନ୍ତଗୁଡ଼ିକ ମାର୍ଗଦର୍ଶନ କରିବ? ପ୍ରତ୍ୟେକ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି ବୋଲି ଆମେ କେମିତି ନିଶ୍ଚିତ ହେବା?
ବିଜ୍‌ନେସ ଫର୍‌ ଇନ୍‌କ୍ଲୁସିଭ ଗ୍ରୋଥ୍‌( ବି’ଫର୍‌ଆଇଜି) ହେଉଛି ଅର୍ଗାନାଇଜେସନ ଫର୍‌ ଇକୋନୋମିକ କୋ-ଅପରେଶନ ଆଣ୍ଡ୍‌ ଡେଭ୍‌ଲପମେଣ୍ଟ (ଓଇସିଡି) ଏବଂ ୩୫ଟି ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀର ଏକ ରଣନୈତିକ ଭାଗୀଦାରି ବା ମେଣ୍ଟ। ଏହା ଏକ ପ୍ରମୁଖ ଅଭିଯାନ, ଯାହା ବିଜ୍‌ନେସ ଧାରାରେ ପରିବର୍ତ୍ତନ ଆଣିବାକୁ ଚାହଁୁଛି। ୨୦୧୯ରେ ଜି-୭ ସମ୍ମିଳନୀରେ ଏହା ପ୍ରତିଷ୍ଠା କରାଯାଇଥିଲା। ଏହା ଅଧିକ ସମ୍ମିଳିତ ବିଜ୍‌ନେସ ମଡେଲ୍‌ର ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ଘରୋଇ ଓ ସରକାରୀ ସଂସ୍ଥାଗୁଡ଼ିକୁ ଏକାଠି କରିଥାଏ। ଅନ୍ୟ ଅର୍ଥରେ ଏହା ଏକ ଦୀର୍ଘମିଆଦୀ ପରିବେଶ ଅନୁକୂଳ ଆର୍ଥିକ ଢାଞ୍ଚାର ମୂଳଭିତ୍ତି। ଏଠାରେ ସମ୍ମିଳିତ କହିଲେ ଭଲ ଚାକିରି ଓ ପ୍ରଶିକ୍ଷଣ ସୁଯୋଗଗୁଡ଼ିକୁ ଉପଲବ୍ଧ କରାଇବା ତଥା ବିବଧତା, ଲିଙ୍ଗ ସମାନତା ଏବଂ ମାନବ ଅଧିକାର ପ୍ରତି ପ୍ରତିବଦ୍ଧତା ପ୍ରକାଶ କରିବାକୁ ବୁଝାଏ। ଏସବୁ ପ୍ରତିବଦ୍ଧତା କର୍ମଚାରୀ, ଉପଭୋକ୍ତା ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଅଧିକ ବିଶ୍ୱସ ଆଣିପାରିବ ଓ କମ୍ପାନୀଗୁଡ଼ିକ ସହିତ ଜଡ଼ିତ କରିବାରେ ସାହାଯ୍ୟ କରିବ। ଏହା ମଧ୍ୟ ଦୀର୍ଘକାଳୀକ ମୂଲ୍ୟ ସୃଷ୍ଟି କରିପାରିବ,ଉପଯୋଗୀ ସାବ୍ୟସ୍ତ ହେବ। କମ୍ପାନୀର ପ୍ରଦର୍ଶନ ବା ସଫଳତା କେମିତି ଆକଳନ କରାଯିବ ତାହା ବିଜ୍‌ନେସ ଫର୍‌ ଇନ୍‌କ୍ଲୁସିଭ ଗ୍ରୋଥ୍‌ ପାଇଁ ପ୍ରାଥମିକତା ହେବା ଦରକାର। ଏହାସହ ଓଇସିଡିର ସେଣ୍ଟର ଅନ୍‌ ଓ୍ବେଲ୍‌ବିଙ୍ଗ, ଇନ୍‌କ୍ଲୁଜନ, ସସ୍‌ଷ୍ଟେନବିଲିଟି ଆଣ୍ଡ୍‌ ଇକ୍ୱାଲ ଅପର୍ଚ୍ୟୁନିଟି (ଡବ୍ଲ୍ୟୁଆଇଏସ୍‌ଇ) ଓ ଏହି ମେଣ୍ଟ ମିଳିତ ଭାବେ ଅଣ ବିତ୍ତୀୟ ପ୍ରଦର୍ଶନ ମାନଦଣ୍ଡ (ଅଂଶୀଦାରଙ୍କ କଲ୍ୟାଣ ଏବଂ ପରିବେଶ ଉପରେ କମ୍ପାନୀର ପ୍ରଭାବ)କୁ କିଭଳି ବିଜ୍‌ନେସ ମଡେଲ୍‌ରେ ସାମିଲ କରାଯାଇପାରିବ ତାହା ସମୀକ୍ଷା କରୁଛନ୍ତି। ଏହି ମାନଦଣ୍ଡଗୁଡ଼ିକ ଗୃହ ଓ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଜ୍ଞାନ ଓ କୌଶଳ ଯାଏ, ସବୁକୁ ବିଚାରକୁ ନେଉଛି। ଏଗୁଡ଼ିକ କେବଳ କର୍ମଚାରୀ ଓ ଉପଭୋକ୍ତାଙ୍କ ପାଇଁ ଲାଗୁ ହେଉଛି ତାହା ନୁହେଁ, ବରଂ ଯୋଗାଣକାରୀ ଓ ସମାଜ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଉଛି।
ବର୍ଷେ କି ଦୁଇ ବର୍ଷ ହେବ ପରିବେଶ ଉପଯୋଗୀ ଅର୍ଥବ୍ୟବସ୍ଥାରେ ପୁଞ୍ଜିଯୋଗାଣ ଅଭିବୃଦ୍ଧି ପାଇଁ ବ୍ୟାପକ ପୟାସ କରାଯାଇଛିି। ବିଶ୍ୱରେ ୩୦ ଟ୍ରିଲିଅନ ଡଲାରରୁ ଅଧିତ୍କ ମୂଲ୍ୟର ସମ୍ପତ୍ତି ଏନ୍‌ଭାଇରନ୍‌ମେଣ୍ଟାଲ, ସୋସିଆଲ ଆଣ୍ଡ୍‌ ଗଭର୍ନାନ୍ସ (ଇଏସ୍‌ଜି) ବା ପରିବେଶଗତ, ସାମାଜିକ ଏବଂ ଶାସକୀୟ ମାନଦଣ୍ଡକୁ ପୂରଣ କରିଛି। ୨୦୧୬ ତୁଳନାରେ ଏହା ୩୦% ବୃଦ୍ଧି ପାଇଛି। ଇଏସ୍‌ଜିଜନିତ ନିବେଶ ବୃଦ୍ଧି ବିଶ୍ୱର ଅର୍ଥବ୍ୟବସ୍ଥାରେ ପୁଞ୍ଜି ଆବଣ୍ଟନ କ୍ଷେତ୍ରରେ ନନ୍‌ ଫାଇନାନ୍ସିଆଲ ମେଟ୍ରିକ୍ସ ବା ଅଣ ବିତ୍ତୀୟ ମାନକ ସାମିଲ କରିବା ପାଇଁ ଅର୍ଥଯୋଗାଣର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିପାଦିତ କରିଥାଏ।
ଏକ ବଳିଷ୍ଠ ସମ୍ମିଳିତ ଅର୍ଥବ୍ୟବସ୍ଥାକୁ ଫେରିବା ଏବଂ ଆମେ ସାମ୍ନା କରୁଥିବା ଆହ୍ବାନଗୁଡ଼ିକୁ ନିୟନ୍ତ୍ରଣ କରିବା ସକାଶେ ସରକାରୀ ଓ ଘରୋଇ ସହଭାଗିତା ଲୋଡ଼ା। ଏବକାର ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ହେଲେ ବିଜ୍‌ନେସ, ସରକାର ଏବଂ ସିଭିଲ ସୋସାଇଟିର ଭୂମିକା ସମ୍ପର୍କରେ ନୂତନ ସିଦ୍ଧାନ୍ତ ନେବା ଦରକାର। ଏଗୁଡ଼ିକ ଭଲ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ସରକାର କେବଳ ନୀତିନିୟମରେ ବଜାର ନିୟନ୍ତ୍ରଣ କରିବା କି ଏଥିତ୍ରୁ ଦୂରେଇ ରହିବା ଯଥେଷ୍ଟ ହେବ ନାହିଁ, ବରଂ ଏବକାର ବଜାରର ଆକାର ବଢ଼ାଇବା ସହ ନୂଆ ବଜାର ସୃଷ୍ଟି କରିବା ଉଚିତ। ପ୍ରୋତ୍ସାହନ ଯୋଗାଇ , ନିବେଶକୁ ବିପଦମୁକ୍ତ କରି, ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥାପନକୁ ସମର୍ଥନ ଯୋଗାଇ ଏବଂ ନିୟାମକ ଢାଞ୍ଚା ଦ୍ୱାରା ସରକାର ଏହା କରିବା ଉଚିତ। ପ୍ରଯୁକ୍ତି, ସ୍ବାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଘରୋଇ ସେକ୍ଟରର ଆବିଷ୍କାର ବହୁ ସମୟରେ ସରକାରଙ୍କ ବିନା ସହଯୋଗରେ ସମ୍ଭବ ହୋଇ ନ ଥାଏ। ଏଣୁ ଇଣ୍ଟରନେଟ, ଶୁଦ୍ଧ ଶକ୍ତି ଓ ଟିକା ଆବିଷ୍କାରକୁ ବାଟ ଦେଖାଇଥିତ୍ବା ମୌଳିକ ଗବେଷଣା ପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଦେଇପାରିବା। ସବୁଜ ଓ ଡିଜିଟାଲ କାରବାରକୁ ସଞ୍ଚାଳନ କରିବା ସହ ଅଧିକ ଶ୍ରମିକଙ୍କ ଜାଗାରେ ମେଶିନ ଦ୍ୱାରା କାମ କରିବାର ଧାରା ଆପଣାଇବାକୁ ଶ୍ରମିକମାନଙ୍କୁ ନୂଆ ତଥା ଅତିରିକ୍ତ ଶିକ୍ଷା ଦେବାର ଆବଶ୍ୟକତା ପଡ଼ିବ। ୟୁରୋପୀୟ ସଂଘରେ ୭୫% କମ୍ପାନୀ ୧୦ରୁ ଅଧିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ଲାଗି ପାଣ୍ଠି ଯୋଗାଇ ସାରିଲେଣି। ଅଧିକରୁ ଅଧିକ କମ୍ପାନୀ ଏବଂ ସରକାର ଏହିି ପଥ ଅନୁସରଣ କରିବା ସହ ଯେଉଁ କର୍ମଚାରୀମାନେ ପ୍ରଶିକ୍ଷଣ ନେବା ଜରୁରୀ ସେମାନଙ୍କୁ ତାହା ଯୋଗାଇ ଦେବା ଉଚିତ। ନିର୍ଦ୍ଦିଷ୍ଟ ଭାବେ କାର୍ଯ୍ୟ କରିବାର ଉପଯୁକ୍ତ କୌଶଳ ଅଭାବ ଏବଂ ଅର୍ଥାଭାବ ଥିବା ବୟସ୍କ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦେବା ଦରକାର। ଅନ୍ୟପକ୍ଷରେ, ବିଶ୍ୱ ସ୍ତରରେ ଅଧିକ ପ୍ରଭାବୀ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥା ନିଶ୍ଚିତ କରିବାରେ କମ୍ପାନୀ ମାଲିକ ବା ନିଯୁକ୍ତିଦାତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଭିନ୍ନ ଦେଶର ସରକାର ଏବଂ ନିଯୁକ୍ତିଦାତାମାନେ ଏକାଠି ଛାତ୍ରମାନେ କିଭଳି କର୍ମଭିତ୍ତିକ ଶିକ୍ଷାରୁ ଲାଭ ପାଇବେ, ସେଥିପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ହେବ। ଏହା ସ୍ଥାନୀୟ ସ୍କୁଲ୍‌ ଓ କମ୍ପାନୀ ମଧ୍ୟରେ ସହଭାଗିତା ବଢାଇ ଏବଂ ଅଧିକ ଗ୍ରହଣୀୟ ବ୍ୟବସ୍ଥା ସୃଷ୍ଟି କରି କରାଯାଇପାରିବ।
ନିଯୁକ୍ତିଦାତାମାନଙ୍କର ଏବକାର ଯୁବପିଢିଙ୍କ ପାଇଁ ମଧ୍ୟ ଦାୟିତ୍ୱ ରହିଛି। ଏକ କର୍ମଭିତ୍ତିକ ବିଶ୍ୱ ପାଇଁ ଯୋଗ୍ୟ ଭାବେ ଗଢ଼ିବାକୁ ସେମାନଙ୍କ କ୍ୟାରିୟରକୁ ମାର୍ଗଦର୍ଶନ କରିବାରେ ନିଯୁକ୍ତିଦାତାମାନେ ସକ୍ରିୟତା ପ୍ରକାଶ କରିବା ଆବଶ୍ୟକ। କମ୍ପାନୀଗୁଡ଼ିକ ମଧ୍ୟ ଲିଙ୍ଗଗତ ଅସମାନତା ଦୂର କରିବା ପାଇଁ ନିଜ ଆଡୁ କାର୍ଯ୍ୟ ଆରମ୍ଭ କରିବା ଉଚିତ। ପାରେଣ୍ଟାଲ ଲିଭ୍‌ ଓ ଶିଶୁ ଯତ୍ନ ପାଇଁ ଦରମା ଦେବାରେ ସ୍ପଷ୍ଟ ନିୟମ ଗଢିବା ଏବଂ ଚାକିରି କ୍ଷେତ୍ରରେ ଭେଦଭାବଶୂନ୍ୟ ବିଜ୍ଞାପନ ଦେବା ଦ୍ୱାରା ଏହା ସମ୍ଭବ ହୋଇପାରିବ। ଏହିସବୁ ଆଧାରଶିଳା ଉପରେ ଆମେ କୋଭିିଡ୍‌-୧୯ ମହାମାରୀ ପରେ ଏକ ସମୃଦ୍ଧ ତଥା ବିକଶିତ ଅର୍ଥନୀତି ପାଇଁ ନୂଆ ଭିତ୍ତି ସ୍ଥାପନ କରିପାରିବା। ଆମେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ ଅପ୍ରତ୍ୟାଶିତ। ପ୍ୟାରିସ ପିସ୍‌ ଫୋରମ୍‌ ଭଳି ବୈଶ୍ୱିକ ମଞ୍ଚରେ ଏ ସମ୍ପର୍କରେ ଆଲୋଚନା କରି ସମାଧାନ କରିବା ଉଚିତ। ‘ବିଲ୍ଡିଂ ବ୍ୟାକ୍‌ ବେଟର’ ସ୍ଲୋଗାନ୍‌ ଅନେକ ଗ୍ରହଣ କରିଛନ୍ତି। ଅର୍ଥାତ୍‌ ଆଗକୁ ଲୋକମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁି ରଣନୀତି ଅପଣାଇବାକୁ ଚାହଁୁଛନ୍ତି। କିନ୍ତୁ ବିଗତ ଦିନର ସମାଧାନ ପନ୍ଥାକୁ ଫେରଯିବା ଦ୍ୱାରା ଏବେ ସମ୍ମୁଖରେ ଥିବା ସମସ୍ୟାଗୁଡ଼ିକୁ ଆମେ ସମାଧାନ କରିପାରୁନାହଁୁ। ଆମେ ଭବିଷ୍ୟତକୁ ଭଲ ଭାବେ ଗଢ଼ିବା ଲାଗି ନୂଆ ବିଜ୍‌ନେସ ମଡେଲକୁ ଆପଣାଇ ଆଗେଇଯିବା ଦରକାର।
ପୂର୍ବତନ ସେକ୍ରେଟାରୀ ଜେନେରାଲ, ଓଇସିଡି


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri