ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତ ଅଞ୍ଚଳ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ମଶା ଅନେକ ରୋଗର ମୂଳ କାରଣ। ବିଭିନ୍ନ ଡାକ୍ତରୀ ତଥ୍ୟକୁ ଆଧାର କଲେ ଜଣାଯାଏ ଯେ, ବିଶ୍ୱରେ ପ୍ରତିବର୍ଷ ୧ ମିଲିୟନ ଲୋକ ବିଭିନ୍ନ ମଶାବାହିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ଆମ ଦେଶରେ ମଶାବାହିତ ରୋଗ ବିଭିନ୍ନ ସମୟରେ ଲୋକଙ୍କ ପାଇଁ କାଳ ସାଜୁଛି। ବିଶେଷକରି ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଭଳି ରୋଗ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି। ମାଈ ଏନୋଫିଲିସ୍‌ ମଶା ମ୍ୟାଲେରିଆ ରୋଗ, ଏଡିସ୍‌ ମଶା ଡେଙ୍ଗୁ ଓ କ୍ୟୁଲେକ୍ସ ମଶା ଫାଇଲେରିଆ ରୋଗର ବାହକ ।
ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି, ମାତ୍ର ପ୍ରଭାବିତ ଅଞ୍ଚଳ ବଢ଼ୁଛି। ଅର୍ଥାତ୍‌ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଡେଙ୍ଗୁ ରୋଗୀ ବାହାରୁଥିଲେ। ମାତ୍ର ଏବେ ରୋଗୀଙ୍କ ସଂଖ୍ୟା କମୁଛି, ହେଲେ ବିଭିନ୍ନ ଅଞ୍ଚଳରୁ ଖେଳେଇ ହୋଇ ରୋଗୀ ମେଡିକାଲକୁ ଆସୁଛନ୍ତି। ସମଗ୍ର ବିଶ୍ୱରେ ୧୨୮ଟି ଦେଶ ଡେଙ୍ଗୁ ପ୍ରବଣ। ୨୦୧୫ରେ ବିଶ୍ୱରେ ୩୯୦ ମିଲିୟନ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସୂଚନାଥାଉ କି ଡେଙ୍ଗୁ ରୋଗୀ ସଂଖ୍ୟାରେ ଗତବର୍ଷ ଓଡ଼ିଶା ଭାରତରେ ଦ୍ୱିତୀୟ ସ୍ଥାନରେ ରହିଛି। ଫାଇଲେରିଆ ରୋଗକୁ ସମୂଳେ ବିନାଶ କରିବା ପାଇଁ ସରକାର ମାସ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ ବ୍ୟବସ୍ଥା କରିଥିଲେ। ଅର୍ଥାତ୍‌ ଫାଇଲେରିଆ ରୋଗର ନିରାକରଣ ପାଇଁ ଚଳାଇଥିବା ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ମଧ୍ୟ ଚାଲୁରହିଛି। କଟକରେ ଦୁଇବର୍ଷ ହେବ ବନ୍ଦ ରହିଛି। କିନ୍ତୁ ଡେଙ୍ଗୁ ମୃତ୍ୟୁରେ ସମଗ୍ର ଦେଶରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି। ନ୍ୟାଶନାଲ ଭେକ୍ଟର ବର୍ନ ଡିଜିଜ୍‌ କଣ୍ଟ୍ରୋଲ ପ୍ରୋଗ୍ରାମ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି। ଜୁଲାଇ ସୁଦ୍ଧା ଏନ୍‌ଭିବିଡିସିପି ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ ଡେଙ୍ଗୁ ୧୫୦୯୯ ରୋଗୀ ଆକ୍ରାନ୍ତ ହୋଇଥିବାବେଳେ ୨୬ଜଣଙ୍କର ମୃତ୍ୟୁ ଘଟିଛି। କେରଳରେ ସର୍ବାଧିକ ୪୦୬୦ ରୋଗୀ ଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଓଡ଼ିଶାରେ ମୋଟ ୨୬୮୩ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୬ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ତଥ୍ୟରେ ଦର୍ଶାଯାଇଛି। ପରବର୍ତ୍ତୀ ସମୟରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ସବୁପରେ ବି ଲୋକେ ସଚେତନ ହେବା ବଡ଼ କଥା। କାରଣ ଗୋଟିଏ ଡେଙ୍ଗୁ ମଶା ୪୪୨ ମିଟରରୁ ଅଧିକ ବାଟ ଉଡ଼ିପାରିବନି। ମାତ୍ର ଜଣେ ଡେଙ୍ଗୁ ରୋଗୀ ବମ୍ବେରୁ ଓଡ଼ିଶା, ମାଡ୍ରାସରୁ ଦିଲ୍ଲୀ ଯିବାରେ କିଛି ବି ଅସୁବିଧା ନାହିଁ। ତେଣୁ ଜଣେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ନିଜେ ଯଦି ସଚେତନ ହୋଇଯିବ ତେବେ ଅନ୍ୟମାନେ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା କମ୍‌।
ଆସନ୍ତୁ ପ୍ରଥମେ ଜାଣିବା ଡେଙ୍ଗୁ କିପରି ବ୍ୟାପେ? ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ। ଏଡିସ୍‌ ମଶା ଦ୍ୱାରା ଏହା ବ୍ୟାପିଥାଏ। ଏହି ମଶା ପରିଷ୍କାର ପାଣିରେ ଅଣ୍ଡା ଦେଇଥାଏ। ଟାୟାର, ନଡ଼ିଆ ଶଡ଼େଇ, ଭଙ୍ଗା ଟିଣ ଓ ପ୍ଲାଷ୍ଟିକ ପାତ୍ର, ଏସି, କୁଲର, ଫ୍ରିଜ୍‌ ରହୁଥିବା ସ୍ଥାନରେ ଏହି ମଶା ଅଣ୍ଡା ଦେଇଥାଏ। ଏସି, କୁଲର, ଫ୍ରିଜ୍‌ରେ ରହୁଥିବା ପାଣିକୁ ନିୟମିତ ବ୍ୟବଧାନରେ ସଫା କରାଯିବା ଦରକାର। ଯେଉଁ ସ୍ଥାନଗୁଡ଼ିକରେ ପାଣି ଜମୁଛି ସେଗୁଡ଼ିକୁ ସଫା କରିଦେଲେ ଏହି ମଶା ଆଉ ବଂଶ ବିସ୍ତାର କରିପାରିବ ନାହିଁ। ସେହିପରି ମଶାଜନିତ କାରଣରୁ ଆଉ ଗୋଟିଏ ରୋଗ ହେଉଛି ଚିକୁନ୍‌ ଗୁନିଆ। ଚିକୁନ୍‌ ଗୁନିଆର ଅର୍ଥ ଡବ୍‌ଲିଂ ଅଫ୍‌ ଅର୍ଥାତ୍‌ ଗଣ୍ଠି ଦରଜ ଦ୍ୱାରା ଚାଲି ନ ପାରିବା। ଏହା ଡେଙ୍ଗୁ ପରି ଏକ ଜ୍ୱର, ଯାହା କି ଗ୍ରୁପ୍‌-୬ ଭୂତାଣୁ ଦ୍ୱାରା ହୋଇଥାଏ। ଡେଙ୍ଗୁ ପରି ଜଣାପଡ଼େ। କଫି ରଙ୍ଗର ବାନ୍ତି ହୁଏ। ନାକରୁ ରକ୍ତ ପଡ଼ିବା ସହ ଗଣ୍ଠି ଫୁଲିଯାଏ। ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଥଣ୍ଡାପାଣି ପାରାସିଟାମଲ ଦ୍ୱାରା ଜ୍ୱର କମାଯାଇପାରିବ। କାଶ ପାଇଁ ଔଷଧ ଓ ଜଳ ଶୁଷ୍କତା ପାଇଁ ଓଆରଏସ୍‌ ଦ୍ରବଣ ଓ ସାଲାଇନ ଦିଆଯାଇପାରେ। ଆସ୍ପିରିନ୍‌ ଓ ଷ୍ଟେରଏଡ୍‌ ଏଥିପାଇଁ ମନା। ବିଶ୍ରାମ ନେବା ଓ ଶୋଇବା ମଧ୍ୟ ଜରୁରୀ। ଏହା ସାଧାରଣତଃ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ହୋଇଥାଏ। ଖରାଦିନେ ଏହା କ୍ୱଚିତ୍‌ ହୁଏ। ତେବେ ଡେଙ୍ଗୁର ପ୍ରମୁଖ ଲକ୍ଷଣ ହେଉଛି- ଡେଙ୍ଗୁ ହେଲେ ଶରୀରର ତାପମାତ୍ରା ଅତ୍ୟଧିକ ବଢ଼ିଯାଏ। ଆଣ୍ଠୁ ଓ ଗଣ୍ଠି ଦରଜ ହୋଇଥାଏ। ଆଖି ଲାଲ ଦେଖାଯାଇଥାଏ। ଏହା ସାଧାରଣତଃ ୭ଦିନ ପର୍ଯ୍ୟନ୍ତ ରହିଥାଏ। ତେଣୁ ରୋଗୀ ଔଷଧ ଖାଇବା ସହ ପ୍ରଚୁର ପାଣି ପିଇବା ଦରକାର।
ସେହିପରି କିଛି ସଚେତନତାର କଥା ମଧ୍ୟ ଜାଣନ୍ତୁ। ସାଧାରଣତଃ ଦିନରେ ଏହି ମଶା କାମୁଡ଼ିଥାଏ। ଦିନରେ ବିଶ୍ରାମ ନେଲାବେଳେ ମଶାରି ଟଙ୍ଗେଇ ବିଶ୍ରାମ କରିବା ଉଚିତ। ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବା ଭଳି ପୋଷାକ ପିନ୍ଧିବା ଦରକାର। ଜ୍ୱର ହେବାମାତ୍ରେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ରକ୍ତ ପରୀକ୍ଷା କରାଇବା ଆବଶ୍ୟକ। ମ୍ୟାଲେରିଆ ପାଇଁ ଆଟିସୋନେଟ ଅବ୍ୟର୍ଥ ଔଷଧ ଭଳି କାମ ଦେଉଛି। ପ୍ରାଥମିକ ଅବସ୍ଥାରେ ମ୍ୟାଲେରିଆ ଧରାପଡ଼ିଗଲେ ରୋଗୀ ବିପଦ ମୁକ୍ତ ଏବଂ ଡେଙ୍ଗୁକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଭୟ ରହିଛି ତାହା ରହିବା ଅନାବଶ୍ୟକ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri