ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତ ଅଞ୍ଚଳ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ମଶା ଅନେକ ରୋଗର ମୂଳ କାରଣ। ବିଭିନ୍ନ ଡାକ୍ତରୀ ତଥ୍ୟକୁ ଆଧାର କଲେ ଜଣାଯାଏ ଯେ, ବିଶ୍ୱରେ ପ୍ରତିବର୍ଷ ୧ ମିଲିୟନ ଲୋକ ବିଭିନ୍ନ ମଶାବାହିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ଆମ ଦେଶରେ ମଶାବାହିତ ରୋଗ ବିଭିନ୍ନ ସମୟରେ ଲୋକଙ୍କ ପାଇଁ କାଳ ସାଜୁଛି। ବିଶେଷକରି ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଭଳି ରୋଗ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି। ମାଈ ଏନୋଫିଲିସ୍‌ ମଶା ମ୍ୟାଲେରିଆ ରୋଗ, ଏଡିସ୍‌ ମଶା ଡେଙ୍ଗୁ ଓ କ୍ୟୁଲେକ୍ସ ମଶା ଫାଇଲେରିଆ ରୋଗର ବାହକ ।
ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି, ମାତ୍ର ପ୍ରଭାବିତ ଅଞ୍ଚଳ ବଢ଼ୁଛି। ଅର୍ଥାତ୍‌ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଡେଙ୍ଗୁ ରୋଗୀ ବାହାରୁଥିଲେ। ମାତ୍ର ଏବେ ରୋଗୀଙ୍କ ସଂଖ୍ୟା କମୁଛି, ହେଲେ ବିଭିନ୍ନ ଅଞ୍ଚଳରୁ ଖେଳେଇ ହୋଇ ରୋଗୀ ମେଡିକାଲକୁ ଆସୁଛନ୍ତି। ସମଗ୍ର ବିଶ୍ୱରେ ୧୨୮ଟି ଦେଶ ଡେଙ୍ଗୁ ପ୍ରବଣ। ୨୦୧୫ରେ ବିଶ୍ୱରେ ୩୯୦ ମିଲିୟନ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସୂଚନାଥାଉ କି ଡେଙ୍ଗୁ ରୋଗୀ ସଂଖ୍ୟାରେ ଗତବର୍ଷ ଓଡ଼ିଶା ଭାରତରେ ଦ୍ୱିତୀୟ ସ୍ଥାନରେ ରହିଛି। ଫାଇଲେରିଆ ରୋଗକୁ ସମୂଳେ ବିନାଶ କରିବା ପାଇଁ ସରକାର ମାସ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ ବ୍ୟବସ୍ଥା କରିଥିଲେ। ଅର୍ଥାତ୍‌ ଫାଇଲେରିଆ ରୋଗର ନିରାକରଣ ପାଇଁ ଚଳାଇଥିବା ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ମଧ୍ୟ ଚାଲୁରହିଛି। କଟକରେ ଦୁଇବର୍ଷ ହେବ ବନ୍ଦ ରହିଛି। କିନ୍ତୁ ଡେଙ୍ଗୁ ମୃତ୍ୟୁରେ ସମଗ୍ର ଦେଶରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି। ନ୍ୟାଶନାଲ ଭେକ୍ଟର ବର୍ନ ଡିଜିଜ୍‌ କଣ୍ଟ୍ରୋଲ ପ୍ରୋଗ୍ରାମ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି। ଜୁଲାଇ ସୁଦ୍ଧା ଏନ୍‌ଭିବିଡିସିପି ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ ଡେଙ୍ଗୁ ୧୫୦୯୯ ରୋଗୀ ଆକ୍ରାନ୍ତ ହୋଇଥିବାବେଳେ ୨୬ଜଣଙ୍କର ମୃତ୍ୟୁ ଘଟିଛି। କେରଳରେ ସର୍ବାଧିକ ୪୦୬୦ ରୋଗୀ ଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଓଡ଼ିଶାରେ ମୋଟ ୨୬୮୩ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୬ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ତଥ୍ୟରେ ଦର୍ଶାଯାଇଛି। ପରବର୍ତ୍ତୀ ସମୟରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ସବୁପରେ ବି ଲୋକେ ସଚେତନ ହେବା ବଡ଼ କଥା। କାରଣ ଗୋଟିଏ ଡେଙ୍ଗୁ ମଶା ୪୪୨ ମିଟରରୁ ଅଧିକ ବାଟ ଉଡ଼ିପାରିବନି। ମାତ୍ର ଜଣେ ଡେଙ୍ଗୁ ରୋଗୀ ବମ୍ବେରୁ ଓଡ଼ିଶା, ମାଡ୍ରାସରୁ ଦିଲ୍ଲୀ ଯିବାରେ କିଛି ବି ଅସୁବିଧା ନାହିଁ। ତେଣୁ ଜଣେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ନିଜେ ଯଦି ସଚେତନ ହୋଇଯିବ ତେବେ ଅନ୍ୟମାନେ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା କମ୍‌।
ଆସନ୍ତୁ ପ୍ରଥମେ ଜାଣିବା ଡେଙ୍ଗୁ କିପରି ବ୍ୟାପେ? ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ। ଏଡିସ୍‌ ମଶା ଦ୍ୱାରା ଏହା ବ୍ୟାପିଥାଏ। ଏହି ମଶା ପରିଷ୍କାର ପାଣିରେ ଅଣ୍ଡା ଦେଇଥାଏ। ଟାୟାର, ନଡ଼ିଆ ଶଡ଼େଇ, ଭଙ୍ଗା ଟିଣ ଓ ପ୍ଲାଷ୍ଟିକ ପାତ୍ର, ଏସି, କୁଲର, ଫ୍ରିଜ୍‌ ରହୁଥିବା ସ୍ଥାନରେ ଏହି ମଶା ଅଣ୍ଡା ଦେଇଥାଏ। ଏସି, କୁଲର, ଫ୍ରିଜ୍‌ରେ ରହୁଥିବା ପାଣିକୁ ନିୟମିତ ବ୍ୟବଧାନରେ ସଫା କରାଯିବା ଦରକାର। ଯେଉଁ ସ୍ଥାନଗୁଡ଼ିକରେ ପାଣି ଜମୁଛି ସେଗୁଡ଼ିକୁ ସଫା କରିଦେଲେ ଏହି ମଶା ଆଉ ବଂଶ ବିସ୍ତାର କରିପାରିବ ନାହିଁ। ସେହିପରି ମଶାଜନିତ କାରଣରୁ ଆଉ ଗୋଟିଏ ରୋଗ ହେଉଛି ଚିକୁନ୍‌ ଗୁନିଆ। ଚିକୁନ୍‌ ଗୁନିଆର ଅର୍ଥ ଡବ୍‌ଲିଂ ଅଫ୍‌ ଅର୍ଥାତ୍‌ ଗଣ୍ଠି ଦରଜ ଦ୍ୱାରା ଚାଲି ନ ପାରିବା। ଏହା ଡେଙ୍ଗୁ ପରି ଏକ ଜ୍ୱର, ଯାହା କି ଗ୍ରୁପ୍‌-୬ ଭୂତାଣୁ ଦ୍ୱାରା ହୋଇଥାଏ। ଡେଙ୍ଗୁ ପରି ଜଣାପଡ଼େ। କଫି ରଙ୍ଗର ବାନ୍ତି ହୁଏ। ନାକରୁ ରକ୍ତ ପଡ଼ିବା ସହ ଗଣ୍ଠି ଫୁଲିଯାଏ। ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଥଣ୍ଡାପାଣି ପାରାସିଟାମଲ ଦ୍ୱାରା ଜ୍ୱର କମାଯାଇପାରିବ। କାଶ ପାଇଁ ଔଷଧ ଓ ଜଳ ଶୁଷ୍କତା ପାଇଁ ଓଆରଏସ୍‌ ଦ୍ରବଣ ଓ ସାଲାଇନ ଦିଆଯାଇପାରେ। ଆସ୍ପିରିନ୍‌ ଓ ଷ୍ଟେରଏଡ୍‌ ଏଥିପାଇଁ ମନା। ବିଶ୍ରାମ ନେବା ଓ ଶୋଇବା ମଧ୍ୟ ଜରୁରୀ। ଏହା ସାଧାରଣତଃ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ହୋଇଥାଏ। ଖରାଦିନେ ଏହା କ୍ୱଚିତ୍‌ ହୁଏ। ତେବେ ଡେଙ୍ଗୁର ପ୍ରମୁଖ ଲକ୍ଷଣ ହେଉଛି- ଡେଙ୍ଗୁ ହେଲେ ଶରୀରର ତାପମାତ୍ରା ଅତ୍ୟଧିକ ବଢ଼ିଯାଏ। ଆଣ୍ଠୁ ଓ ଗଣ୍ଠି ଦରଜ ହୋଇଥାଏ। ଆଖି ଲାଲ ଦେଖାଯାଇଥାଏ। ଏହା ସାଧାରଣତଃ ୭ଦିନ ପର୍ଯ୍ୟନ୍ତ ରହିଥାଏ। ତେଣୁ ରୋଗୀ ଔଷଧ ଖାଇବା ସହ ପ୍ରଚୁର ପାଣି ପିଇବା ଦରକାର।
ସେହିପରି କିଛି ସଚେତନତାର କଥା ମଧ୍ୟ ଜାଣନ୍ତୁ। ସାଧାରଣତଃ ଦିନରେ ଏହି ମଶା କାମୁଡ଼ିଥାଏ। ଦିନରେ ବିଶ୍ରାମ ନେଲାବେଳେ ମଶାରି ଟଙ୍ଗେଇ ବିଶ୍ରାମ କରିବା ଉଚିତ। ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବା ଭଳି ପୋଷାକ ପିନ୍ଧିବା ଦରକାର। ଜ୍ୱର ହେବାମାତ୍ରେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ରକ୍ତ ପରୀକ୍ଷା କରାଇବା ଆବଶ୍ୟକ। ମ୍ୟାଲେରିଆ ପାଇଁ ଆଟିସୋନେଟ ଅବ୍ୟର୍ଥ ଔଷଧ ଭଳି କାମ ଦେଉଛି। ପ୍ରାଥମିକ ଅବସ୍ଥାରେ ମ୍ୟାଲେରିଆ ଧରାପଡ଼ିଗଲେ ରୋଗୀ ବିପଦ ମୁକ୍ତ ଏବଂ ଡେଙ୍ଗୁକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଭୟ ରହିଛି ତାହା ରହିବା ଅନାବଶ୍ୟକ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri