Posted inଜାତୀୟ

ଶତ୍ରୁ ଉପରେ କେବେ ନ କର ଭରସା, ସେ ପାକିସ୍ତାନ ଅବା ଚାଇନା ହେଉ: ପୂର୍ବତନ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୫।୭ : ସତର୍କ ରୁହନ୍ତୁ ଶତ୍ରୁ ସବୁବେଳେ ଶତ୍ରୁ। ଶତ୍ରୁ ଉପରେ ଭରସା କରିବା ଠିକ ନୁହେଁ। ସେ ପାକିସ୍ତାନ ହେଉ ଅବା ଚାଇନା। ତୁଷାର ଶିଖରରେ ନିୟୋଜିତ ସଶସ୍ତ୍ର ବାହିନୀକୁ ପୂର୍ବତନ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ ଏହି ବାର୍ତ୍ତା ଦେଇଛନ୍ତି। ୧୯୯୯ କାରଗିଲ ଯୁଦ୍ଧ ସମୟରେ ସେନା ମୁଖ୍ୟ ଥିବା ଜେନେରାଲ ମଲିକ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯଦି ଆଜି ଯୁଦ୍ଧ ଆରମ୍ଭ ହୁଏ, ତେବେ ଭାରତ କାରଗିଲ ଅପେକ୍ଷା ଭଲ ଭାବେ ପ୍ରସ୍ତୁତ ହୋଇ ରହିଛି।

ସେ କହିଛନ୍ତି କାରଗିଲ ଯୁଦ୍ଧରୁ ତାଙ୍କର ସବୁଠାରୁ ବଡ ଶିକ୍ଷା ହେଉଛି ଶତ୍ରୁକୁ ବିଶ୍ୱାସ କରାଯାଇପାରିବ ନାହିଁ ତାହା ବନ୍ଧୁତ୍ୱର ଅବା ରାଜନୈତିକ ପ୍ରଦର୍ଶନ ହେଉ। ଫେବୃଆରୀ ୧୯୯୯ ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସ୍ବାକ୍ଷରିତ ଲାହୋର ଘୋଷଣାନାମାକୁ ଜେନେରାଲ ମଲିକ ସ୍ମରଣ କରିଥିଲେ, ଯେଉଁଥିରେ ପରମାଣୁ ଦୌଡ଼ ସହିତ ଉଭୟ ଅଣ-ପାରମ୍ପାରିକ ତଥା ପାରମ୍ପାରିକ ବିବାଦରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ଦାୟିତ୍ୱ ରହିଥିଲା।

ଚୁକ୍ତିନାମା ସ୍ବାକ୍ଷର କରିବାରେ ବନ୍ଧୁତ୍ୱର ରାଜନୈତିକ ପ୍ରଦର୍ଶନ ଥିଲେ ମଧ୍ୟ ତୁମର ଶତ୍ରୁକୁ କେବେବି ବିଶ୍ୱାସ କର ନାହିଁ ବୋଲି ଘଟଣା କାରଗିଲ ଯୁଦ୍ଧ ପୂର୍ବରୁ ଘଟିଥିଲା। ଉଭୟ ଦେଶ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। କିଛି ମାସ ମଧ୍ୟରେ, ସେମାନେ ଆମ ଅଞ୍ଚଳକୁ ମୁଜାହିଦ୍ଦିନ କିମ୍ବା ଜିହାଦୀମାନଙ୍କ ସହିତ ନୁହେଁ, ବରଂ ପାକିସ୍ତାନୀ ସେନା ସହିତ ଅନୁପ୍ରବେଶ କରିଥିଲେ।

ସେ କହିଛନ୍ତି ଚାଇନା ହେଉ କି ପାକିସ୍ତାନ ହେଉ ସୁରକ୍ଷା ବାହିନୀ ସଜାଗ ରହିବା ଉଚିତ। ମୁଁ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ ଦେଖିଛି। ତେଣୁ, ଅସ୍ତ୍ରବିରତିରେ କିଛି ଫରକ ପଡ଼ିବ ନାହିଁ, ଆମକୁ ଏଲଏସି ତଥା ଏଲଓସି ଉପରେ ସତର୍କ ରହିବାକୁ ପଡିବ ।

କାରଗିଲ ଯୁଦ୍ଧ ଏହାର ପ୍ରମାଣ ଭାରତୀୟ ସେନାର ଶତ୍ରୁକୁ ଘଉଡାଇବା ପାଇଁ କ୍ଷମତା ଏବଂ ଦକ୍ଷତା ଅଛି। ଯଦି ଆଜି ଯୁଦ୍ଧ ପରିସ୍ଥିତି ଉପୁଜେ, ତେବେ ଆମେ ଯୁଦ୍ଧ କରିବାକୁ ପ୍ରସ୍ତୁତ, ଆମେ ଅଧିକ ସୁସଜ୍ଜିତ ଏବଂ ଭଲ ଭାବେ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?