ଭୁଲ୍‌ରେ ବି କାହାରିକୁ କୁହନ୍ତୁ ନାହିଁ ଏସବୁ କଥା; ନଚେତ ପରେ ପଶ୍ଚାତାପ କରିବେ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବହୁତ କଠୋର। ହେଲେ ସେ ସର୍ବଦା ଜୀବନର ସତ୍ୟତା ବିଷୟରେ ଲେଖୁଥିଲେ। ଏଗୁଡ଼ିକ ବ୍ୟକ୍ତିକୁ ସଫଳ କରିବାରେ ସହଯୋଗୀ ସାବ୍ୟସ୍ତ ହୋଇଥାଏ। ଏଣୁ ସମସ୍ତଙ୍କୁ ଏଗୁଡ଼ିକୁ ନିଜ ଜୀବନରେ ପ୍ରୟୋଗ କରିବା ଉଚିତ।
ଚାଣକ୍ୟ କୁହନ୍ତି, ବ୍ୟକ୍ତିକୁ ନିଜ ବିଷୟରେ କିଛି କଥା କାହାରିକୁ କହିବା ଉଚିତ ନୁହେଁ। କାରଣ କିଛି ଲୋକ ଏଭଳି ଥାଆନ୍ତି

ଯେଉଁମାନେ ଅନ୍ୟର ଆଗରେ ଗୋଟିଏ କଥା, ପଛରେ ଆଉ ଗୋଟିଏ କଥା କହିଥାନ୍ତି। ସେମାନେ ଆପଣଙ୍କର କଥାର ମଜା ଉଡ଼ାଇ ପାରନ୍ତି। ଏଣୁ ଆପଣଙ୍କୁ ତାଙ୍କଠାରୁ ସହାନୁଭୂତି ନ ପାଇ ଅଧିକ ଦୁଃଖ ହୋଇପାରେ। ଏଣୁ ଏସବୁ କଥାକୁ ଲୁଚାଇ ରଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

-ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ପ୍ରତି ମନୁଷ୍ୟ ଜୀବନରେ ଅନେକ ଥର ଧନ ହରାଇଥାନ୍ତି। ଟଙ୍କାପଇସା କାରୋବାରରେ କ୍ଷତି ସହିଥାନ୍ତି। ତେବେ ଏ ବିଷୟରେ ଏହାକୁ କାହାରିକୁ କହିବା ଉଚିତ ନୁହେଁ। କାରଣ କ୍ଷତିରେ ଚାଲୁଥିବା କେହି ଜାଣିଲେ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରି ନ ଥାନ୍ତି। ବରଂ ଆପଣଙ୍କଠାରୁ ଦୂରେଇ ଯାଇ ପାରନ୍ତି।

-ଚାଣକ୍ୟ କୁହନ୍ତି, ନିଜର ଦୁଃଖ କାହାରିକୁ କହିବା ଉଚିତ ନୁହେଁ। ନିଜର ଦୁଃଖ ସବୁବେଳେ ନିଜ ଭିତରେ ରଖନ୍ତୁ। କୌଣସି ଅନ୍ୟ ବ୍ୟକ୍ତିଙ୍କୁ କହିବା ଉଚିତ ନୁହେଁ। କାରଣ କେହି ଅନ୍ୟ କାହାର ଦୁଃଖରେ ଦୁଃଖି ହୋଇ ନ ଥାଏ। ସେ ସାମ୍ନାରେ ସମବେଦନା ଜଣାଇଲେ ହେଁ ଦୁଃଖର ମଜା ଉଡାଇପାରନ୍ତି।

-ଚାଣକ୍ୟ କୁହନ୍ତି, ଜୀବନସାଥୀଙ୍କ ସହ ହୋଇଥିବା ଝଗଡ଼ା, ବିବାଦ ଆଦି ବିଷୟରେ କାହାରିକୁ କହିବା ଉଚିତ ନୁହେଁ। କାରଣ ଏପରି କଲେ ଆପଣଙ୍କର କ୍ଷତି। ଲୋକମାନେ କେବଳ ଯେ ସ୍ତ୍ରୀଙ୍କ ମଜା ଉଡାଇବେ ତାହା ନୁହେଁ ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପରେ ବି ସେ ବିଷୟରେ କହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri