ଭୁଲ୍‌ରେ ବି କାହାରିକୁ କୁହନ୍ତୁ ନାହିଁ ଏସବୁ କଥା; ନଚେତ ପରେ ପଶ୍ଚାତାପ କରିବେ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବହୁତ କଠୋର। ହେଲେ ସେ ସର୍ବଦା ଜୀବନର ସତ୍ୟତା ବିଷୟରେ ଲେଖୁଥିଲେ। ଏଗୁଡ଼ିକ ବ୍ୟକ୍ତିକୁ ସଫଳ କରିବାରେ ସହଯୋଗୀ ସାବ୍ୟସ୍ତ ହୋଇଥାଏ। ଏଣୁ ସମସ୍ତଙ୍କୁ ଏଗୁଡ଼ିକୁ ନିଜ ଜୀବନରେ ପ୍ରୟୋଗ କରିବା ଉଚିତ।
ଚାଣକ୍ୟ କୁହନ୍ତି, ବ୍ୟକ୍ତିକୁ ନିଜ ବିଷୟରେ କିଛି କଥା କାହାରିକୁ କହିବା ଉଚିତ ନୁହେଁ। କାରଣ କିଛି ଲୋକ ଏଭଳି ଥାଆନ୍ତି

ଯେଉଁମାନେ ଅନ୍ୟର ଆଗରେ ଗୋଟିଏ କଥା, ପଛରେ ଆଉ ଗୋଟିଏ କଥା କହିଥାନ୍ତି। ସେମାନେ ଆପଣଙ୍କର କଥାର ମଜା ଉଡ଼ାଇ ପାରନ୍ତି। ଏଣୁ ଆପଣଙ୍କୁ ତାଙ୍କଠାରୁ ସହାନୁଭୂତି ନ ପାଇ ଅଧିକ ଦୁଃଖ ହୋଇପାରେ। ଏଣୁ ଏସବୁ କଥାକୁ ଲୁଚାଇ ରଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

-ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ପ୍ରତି ମନୁଷ୍ୟ ଜୀବନରେ ଅନେକ ଥର ଧନ ହରାଇଥାନ୍ତି। ଟଙ୍କାପଇସା କାରୋବାରରେ କ୍ଷତି ସହିଥାନ୍ତି। ତେବେ ଏ ବିଷୟରେ ଏହାକୁ କାହାରିକୁ କହିବା ଉଚିତ ନୁହେଁ। କାରଣ କ୍ଷତିରେ ଚାଲୁଥିବା କେହି ଜାଣିଲେ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରି ନ ଥାନ୍ତି। ବରଂ ଆପଣଙ୍କଠାରୁ ଦୂରେଇ ଯାଇ ପାରନ୍ତି।

-ଚାଣକ୍ୟ କୁହନ୍ତି, ନିଜର ଦୁଃଖ କାହାରିକୁ କହିବା ଉଚିତ ନୁହେଁ। ନିଜର ଦୁଃଖ ସବୁବେଳେ ନିଜ ଭିତରେ ରଖନ୍ତୁ। କୌଣସି ଅନ୍ୟ ବ୍ୟକ୍ତିଙ୍କୁ କହିବା ଉଚିତ ନୁହେଁ। କାରଣ କେହି ଅନ୍ୟ କାହାର ଦୁଃଖରେ ଦୁଃଖି ହୋଇ ନ ଥାଏ। ସେ ସାମ୍ନାରେ ସମବେଦନା ଜଣାଇଲେ ହେଁ ଦୁଃଖର ମଜା ଉଡାଇପାରନ୍ତି।

-ଚାଣକ୍ୟ କୁହନ୍ତି, ଜୀବନସାଥୀଙ୍କ ସହ ହୋଇଥିବା ଝଗଡ଼ା, ବିବାଦ ଆଦି ବିଷୟରେ କାହାରିକୁ କହିବା ଉଚିତ ନୁହେଁ। କାରଣ ଏପରି କଲେ ଆପଣଙ୍କର କ୍ଷତି। ଲୋକମାନେ କେବଳ ଯେ ସ୍ତ୍ରୀଙ୍କ ମଜା ଉଡାଇବେ ତାହା ନୁହେଁ ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପରେ ବି ସେ ବିଷୟରେ କହିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri