Posted inଜାତୀୟ

‘ଏତେ ସଂଖ୍ୟାରେ ମୃତଦେହ କେବେ ଦେଖିନାହୁଁ’

ମୋର୍‌ବି,୨ା୧୧: ଗୁଜରାଟର ମୋର୍‌ବି ଝୁଲାପୋଲ ଦୁର୍ଘଟଣା ପରେ ଏତେ ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟକ ମୃତଦେହ କେବେ ଦେଖି ନାହାନ୍ତି ବୋଲି ସହରର ଶବଦାହ ଏବଂ କବରସ୍ଥାନର କର୍ମକର୍ତ୍ତାମାନେ କହିଛନ୍ତି। ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ବ୍ରିଟିଶ ଅମଳର ଝୁଲାପୋଲ ଭୁଶୁଡ଼ି ୧୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସୁନ୍ନି ମୁସଲମାନମାନଙ୍କ ପାଇଁ ମୋର୍‌ବିର ସର୍ବବୃହତ ସମାଧିସ୍ଥଳର ସାଜିଦ ପିଲୁଦିଆ କହିଛନ୍ତି, ଏହି ଘଟଣାରେ ମୁସଲମାନ ସମ୍ପ୍ରଦାୟର ପ୍ରାୟ ୪୦ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ସୋମବାର ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଏବଂ ଅନ୍ୟ ଜଣେ ନିକଟସ୍ଥ ଶ୍ମଶାନରେ ସମାଧି ଦିଆଯାଇଛି। ୧୯୭୯ର ମାଛୁ ଡ୍ୟାମ୍‌ ଘଟଣା ପରେ ଏହା ସବୁଠାରୁ ବଡ଼ ଦୁଃଖଦ ଘଟଣା।

ପିଲୁଦିଆ କହିଛନ୍ତି, ପ୍ରଶାସନର ଅବହେଳା ଯୋଗୁ ଏସବୁ ଘଟିଛି। ସମାଧି କର୍ମୀ ୟୁସୁଫ ସମାଦା ଏବଂ ୟୁନୁସ୍‌ ଶେଖ୍‌ କହିଛନ୍ତି, ଏତେ ସଂଖ୍ୟକ ମୃତଦେହକୁ କବର ଦେବା ପାଇଁ ରବିବାର ରାତିରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ୨୫ରୁ ୩୦ କବର ଖୋଳିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ‘ଏହା ଆମ ପାଇଁ ଅତ୍ୟନ୍ତ ଅସ୍ବାଭାବିକ। ଆମେ ସାଧାରଣତଃ ମାସରେ ପ୍ରାୟ ୨୦ଟି କବର ଖୋଳୁ’। ସେ କହିଛନ୍ତି, ସାଧାରଣତଃ ପ୍ରତି ସପ୍ତାହରେ ଏହି ଶ୍ମଶାନରେ ଦୁଇ କିମ୍ବା ତିନୋଟି ମୃତଦେହ ଦାହ କରାଯାଏ। ଗତ କିଛି ଦଶନ୍ଧି ମଧ୍ୟରେ ବି ଏତେ ସଂଖ୍ୟକ ମୃତଦେହ ଦେଖିନାହୁଁ।

‘ଏକ ବିଶେଷଜ୍ଞ ଦଳ କହିଛନ୍ତି, ସମସ୍ତ ୧୩୫ ଜଣଙ୍କର ମୃତ୍ୟୁର କାରଣ ପାଣିରେ ବୁଡ଼ିବା ଏବଂ ଆଉ କେତେକ ଆହତ ଯୋଗୁ ମୃତ୍ୟୁବରଣ କରିଛନ୍ତି। ତେଣୁ ଆଉ କିଛି ଜାଣିବାକୁ ବାକି ନ ଥିଲା। ସେହି ଆଧାରରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିଲା।

ଶ୍ମଶାନର ସଂଚାଳକ ତଥା ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ୧୯୭୯ ମସିହାରେ ମାଛୁ ଡ୍ୟାମ ଦୁର୍ଘଟଣାକୁ ମନେ ପକାଇବା ପାଇଁ ଏହି ଦୁଃଖଦ ଘଟଣା ଥିଲା। ସେତେବେଳେ ମୋର୍‌ବିରେ ହଜାର ହଜାର ଲୋକ ବନ୍ୟାରେ ଭାସି ଯାଇଥିଲେ। ଏହି ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଅନ୍ୟାନ୍ୟ ଏଜେନ୍ସିମାନେ ମୃତଦେହକୁ ଘଟଣାସ୍ଥଳରୁ ଖୋଜାଖୋଜି କରିଥିଲେ। ଏହି ଘଟଣା ପରେ ଝୁଲାପୋଲ ଭୁଶୁଡ଼ିବା ସବୁଠୁ ଦୁଃଖଦାୟକ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?