Posted inଜାତୀୟ

‘ଏତେ ସଂଖ୍ୟାରେ ମୃତଦେହ କେବେ ଦେଖିନାହୁଁ’

ମୋର୍‌ବି,୨ା୧୧: ଗୁଜରାଟର ମୋର୍‌ବି ଝୁଲାପୋଲ ଦୁର୍ଘଟଣା ପରେ ଏତେ ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟକ ମୃତଦେହ କେବେ ଦେଖି ନାହାନ୍ତି ବୋଲି ସହରର ଶବଦାହ ଏବଂ କବରସ୍ଥାନର କର୍ମକର୍ତ୍ତାମାନେ କହିଛନ୍ତି। ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ବ୍ରିଟିଶ ଅମଳର ଝୁଲାପୋଲ ଭୁଶୁଡ଼ି ୧୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସୁନ୍ନି ମୁସଲମାନମାନଙ୍କ ପାଇଁ ମୋର୍‌ବିର ସର୍ବବୃହତ ସମାଧିସ୍ଥଳର ସାଜିଦ ପିଲୁଦିଆ କହିଛନ୍ତି, ଏହି ଘଟଣାରେ ମୁସଲମାନ ସମ୍ପ୍ରଦାୟର ପ୍ରାୟ ୪୦ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ସୋମବାର ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଏବଂ ଅନ୍ୟ ଜଣେ ନିକଟସ୍ଥ ଶ୍ମଶାନରେ ସମାଧି ଦିଆଯାଇଛି। ୧୯୭୯ର ମାଛୁ ଡ୍ୟାମ୍‌ ଘଟଣା ପରେ ଏହା ସବୁଠାରୁ ବଡ଼ ଦୁଃଖଦ ଘଟଣା।

ପିଲୁଦିଆ କହିଛନ୍ତି, ପ୍ରଶାସନର ଅବହେଳା ଯୋଗୁ ଏସବୁ ଘଟିଛି। ସମାଧି କର୍ମୀ ୟୁସୁଫ ସମାଦା ଏବଂ ୟୁନୁସ୍‌ ଶେଖ୍‌ କହିଛନ୍ତି, ଏତେ ସଂଖ୍ୟକ ମୃତଦେହକୁ କବର ଦେବା ପାଇଁ ରବିବାର ରାତିରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ୨୫ରୁ ୩୦ କବର ଖୋଳିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ‘ଏହା ଆମ ପାଇଁ ଅତ୍ୟନ୍ତ ଅସ୍ବାଭାବିକ। ଆମେ ସାଧାରଣତଃ ମାସରେ ପ୍ରାୟ ୨୦ଟି କବର ଖୋଳୁ’। ସେ କହିଛନ୍ତି, ସାଧାରଣତଃ ପ୍ରତି ସପ୍ତାହରେ ଏହି ଶ୍ମଶାନରେ ଦୁଇ କିମ୍ବା ତିନୋଟି ମୃତଦେହ ଦାହ କରାଯାଏ। ଗତ କିଛି ଦଶନ୍ଧି ମଧ୍ୟରେ ବି ଏତେ ସଂଖ୍ୟକ ମୃତଦେହ ଦେଖିନାହୁଁ।

‘ଏକ ବିଶେଷଜ୍ଞ ଦଳ କହିଛନ୍ତି, ସମସ୍ତ ୧୩୫ ଜଣଙ୍କର ମୃତ୍ୟୁର କାରଣ ପାଣିରେ ବୁଡ଼ିବା ଏବଂ ଆଉ କେତେକ ଆହତ ଯୋଗୁ ମୃତ୍ୟୁବରଣ କରିଛନ୍ତି। ତେଣୁ ଆଉ କିଛି ଜାଣିବାକୁ ବାକି ନ ଥିଲା। ସେହି ଆଧାରରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିଲା।

ଶ୍ମଶାନର ସଂଚାଳକ ତଥା ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ୧୯୭୯ ମସିହାରେ ମାଛୁ ଡ୍ୟାମ ଦୁର୍ଘଟଣାକୁ ମନେ ପକାଇବା ପାଇଁ ଏହି ଦୁଃଖଦ ଘଟଣା ଥିଲା। ସେତେବେଳେ ମୋର୍‌ବିରେ ହଜାର ହଜାର ଲୋକ ବନ୍ୟାରେ ଭାସି ଯାଇଥିଲେ। ଏହି ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଅନ୍ୟାନ୍ୟ ଏଜେନ୍ସିମାନେ ମୃତଦେହକୁ ଘଟଣାସ୍ଥଳରୁ ଖୋଜାଖୋଜି କରିଥିଲେ। ଏହି ଘଟଣା ପରେ ଝୁଲାପୋଲ ଭୁଶୁଡ଼ିବା ସବୁଠୁ ଦୁଃଖଦାୟକ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri