Posted inଫୁରସତ

କେବେ ନୂଆ କପଡ଼ା କିଣି ନାହାନ୍ତି

ଇଂଲଣ୍ଡ: ଅଧିକାଂଶ ଲୋକ ନୂଆ ଜିନିଷ, ନୂଆ କପଡ଼ା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ନିଜ ପିଲାଙ୍କୁ ମଧ୍ୟ ନୂଆ ଜିନିଷ ଦେଇଥାନ୍ତି। ହେଲେ ଜଣେ ମହିଳାଙ୍କ କହିବା କଥା, ସେ କେବେ ନୂଆ ଜିନିଷ ବା ନୂଆ କପଡ଼ା କିଣନ୍ତିନି। ସବୁବେଳେ ପୁରୁଣା ଜିନିଷ ହିଁ ବ୍ୟବହାର କରନ୍ତି ଏବଂ ତାଙ୍କ ପିଲାଙ୍କୁ ମଧ୍ୟ ପୁରୁଣା ଜିନିଷ ଦେଇଥାନ୍ତି। ଏମିତି କି ପୁରୁଣା ବହି ଓ ଖେଳନା ମଧ୍ୟ ଦିଅନ୍ତି। ରିପୋର୍ଟ ମୁତାବକ, ଇଂଲଣ୍ଡର ବାସିନ୍ଦା ଜେନ ବାର୍କର ପୈକରଙ୍କ କହିବା କଥା, କିଛି ନୂଆ ଜିନିଷ କିଣିବା ପୂର୍ବରୁ ସେ ପୁରୁଣା ଜିନିଷକୁ ଶେଷ ପର୍ଯ୍ୟନ୍ତ ପିନ୍ଧିଥାନ୍ତି। ଯଦି କିଛି କପଡ଼ା ଖରାପ ହୁଏ, ସେ ତାକୁ ଠିକ୍‌ କରି ନିଅନ୍ତି। ସେ ତାଙ୍କର ସମସ୍ତ କପଡ଼ାକୁ ଆଲମାରିରେ ସାଇତିକି ରଖନ୍ତି। ଯେପରି ତାକୁ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧି ହେବ। ଯଦି ତାଙ୍କୁ କୌଣସି ପାର୍ଟିରେ ଯିବାକୁ ପଡ଼େ, ତେବେ ସେ କପଡ଼ା ଭଡ଼ାରେ ନେଇଥାନ୍ତି। ସେ ଅନେକ ସମୟରେ ତାଙ୍କ ଦିବଂଗତ ମା’ଙ୍କ କପଡ଼ା ପିନ୍ଧିବାକୁ ପସନ୍ଦ କରନ୍ତି। ଏହା ତାଙ୍କୁ ତାଙ୍କ ମା’ ପାଖରେ ଥିବା ଅନୁଭବ କରାଏ। ପ୍ରକୃତରେ, ଇଂଲଣ୍ଡରେ କିଛିଦିନ ହେବ ଏକ ଆନ୍ଦୋଳନ ଚାଲିଛି; ଯେଉଁଥିରେ କପଡ଼ାର ଅଦଳବଦଳ କରାଯାଉଛି। ଲୋକଙ୍କ କହିବା କଥା, ନୂଆ କପଡ଼ା ବ୍ୟବହାର କରିବା ଅର୍ଥ ଅଧିକ କପଡ଼ା ତିଆରି କରିବା। ଏହା ଫଳରେ ପରିବେଶର କ୍ଷତି ହୋଇଥାଏ। ଯଦି ଆମେ ପୁରୁଣା ଜିନିଷକୁ ବ୍ୟବହାର କରିବା ତେବେ ପରିବେଶର କୌଣସି କ୍ଷତି ହେବନି। ଜଣେ ବ୍ୟକ୍ତିଙ୍କ ଅଦରକାରୀ ଜିନିଷ ଅନ୍ୟ ବ୍ୟକ୍ତି ପାଇଁ କାମର ଜିନିଷ ହୋଇଥାଏ। ଏହି ପ୍ରକ୍ରିୟାରେ ଲୋକେ ନିଜର ପୁରୁଣା କପଡ଼ା ଦାନ କରନ୍ତି, ଫଳରେ ଅନ୍ୟକୁ ଏହି କପଡ଼ା ମିଳିପାରିବ। ପୈକର ମଧ୍ୟ ଏହି ଆନ୍ଦୋଳନର ଅଂଶୀ। ସେଥିପାଇଁ ସେ ପୁରୁଣା କପଡ଼ା ପିନ୍ଧିବାକୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?