ଭାରତରେ ନିରୋ

ସେପ୍ଟେମ୍ବର ୩୦ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଥିଲା। ବିଗତ ୫ ମାସ ମଧ୍ୟରେ ଏହି ହାର ୪ ଥର ବଢ଼ି ଏବେ ୫.୯୦ ପ୍ରତିଶତରେ ପହଞ୍ଚତ୍ଛି। ଫଳରେ ଗାଡ଼ି, ଘର ସହ କ୍ଷୁଦ୍ର ଋଣ ନେଇଥିବା ବ୍ୟକ୍ତିମାନେ ସୁଧ ବାବଦକୁ ଆହୁରି ଅଧିକ ଅର୍ଥ ଦେବା ଥୟ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିପାରୁ ନ ଥିବା ଆର୍‌ବିଆଇ କ୍ଷୁଦ୍ର ଓ ମଧ୍ୟମ ବର୍ଗ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦିବାରେ ଲାଗିଛି। ପୁଣି କୁହାଯାଉଛି ଆଗକୁ ରେପୋ ରେଟ୍‌ ଆହୁରି ବୃଦ୍ଧି ପାଇବ। ଏବେ ଭାରତୀୟ ମୁଦ୍ରାର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ। ଏଭଳି ସ୍ଥଳେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି ସଂକ୍ରାନ୍ତ ନିଷ୍ପତ୍ତି ବଜାରକୁ ଏକ ସକାରାତ୍ମକ ବାର୍ତ୍ତା ଦେବ। ସେହି ସକାରାତ୍ମକ ବାର୍ତ୍ତାଟି କ’ଣ ତାହା ଉପରେ ସେ ସ୍ପଷ୍ଟ ମତ ରଖିନାହାନ୍ତି, ବରଂ କହିଛନ୍ତି ଯେ, ଗତ ଜୁଲାଇ ଯାଏ ଯେଉଁ ଫରେନ୍‌ ପୋର୍ଟଫୋଲିଅ ଇନ୍‌ଭେଷ୍ଟର୍ସ(ଏଫ୍‌ପିଆଇ)ମାନେ ଭାରତର ପୁଞ୍ଜିବଜାର ଛାଡ଼ି ପଳାଇ ଯାଇଥିଲେ, ଗତ ଦୁଇ ମାସ ହେବ କୁଆଡ଼େ ଫେରିବା ଆରମ୍ଭ କରିଛନ୍ତି। ଏହା କହିବା ସହିତ ସେ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଭାରତ ଏବେ ଏକ ବଳିଷ୍ଠ ଅର୍ଥନୈତିକ କାରବାରର ଯୁଗକୁ ପ୍ରବେଶ କରୁଛି।
ଭାରତୀୟ ଅର୍ଥନୀତି ବାସ୍ତବରେ ଦୁର୍ଦ୍ଦିନ ଦେଇ ଗତି କରୁଛି। ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏଭଳି ସୁନେଲୀ ସ୍ବପ୍ନ ଦେଖାଇବାର ପ୍ରଚେଷ୍ଟା ନିଶ୍ଚିତ ଭାବେ କୌତୂହଳପ୍ରଦ ମନେହେଉଥିବା ବେଳେ ଅନ୍ୟପଟେ ପ୍ରବଳ ଦୁଃଖର ସମ୍ମୁଖୀନ ହେଉଥିବା ଦେଶବାସୀଙ୍କ ମନୋବଳ ବଢ଼େଇବାର ଏକ ବିଚିତ୍ର ପ୍ରୟାସ। ଓଡ଼ିଆରେ ଗୋଟେ କଥା ଅଛି-‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି’। ସୀତାରାମନଙ୍କ ଉକ୍ତିକୁ ଦେଖିଲେ ସେ ଅପ୍ରାସଙ୍ଗିକ ଓ ଅବାସ୍ତବ କଥା କହି ଦେଶବାସୀ ବୋକା ବୋଲି ପ୍ରମାଣ କରିଦେବାକୁ ଚାହୁଁଛନ୍ତି। ସେହିପରି ନିକଟରେ ଇରାନୀୟ-ଆମେରିକୀୟ ଅର୍ଥନୀତିଜ୍ଞ ନୌରିଏଲ୍‌ ରୌବିନି ଭବିଷ୍ୟବାଣୀ କରିଥିଲେ ଯେ, ଚଳିତବର୍ଷ ଶେଷ ଆଡ଼କୁ ଆମେରିକା ତଥା ବିଶ୍ୱ ଅର୍ଥନୀତି ‘ଦୀର୍ଘକାଳୀନ ଓ ଅସ୍ବାଭାବିକ ମାନ୍ଦାବସ୍ଥା’ ଦେଇ ଗତି କରିବ। ନୌରିଏଲ୍‌ଙ୍କ କହିବାର ପୃଷ୍ଠଭୂମିକୁ ନେଇ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଭାରତର ଅର୍ଥନୀତି କିଭଳି ରହିବ ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି, ‘ଆମ ପାଖରେ ବଡ଼ ଅର୍ଥନୈତିକ ଧକ୍‌କାକୁ ସାମ୍ନା କରିବା ଲାଗି ଉପାୟ ରହିଛି ଓ ବୃହତ୍‌ ଅର୍ଥନୈତିକ ସ୍ଥିରତା ହେଉଛି ପ୍ରାରମ୍ଭିକ ଲକ୍ଷ୍ୟ। ତାଙ୍କ କହିବା ଅନୁଯାୟୀ ଯଦି ଦେଶ ପାଖରେ ସେଭଳି ଅସ୍ତ୍ର ଅଛି ତାହାକୁ କାହିଁକି ଓ କାହା ପାଇଁ ସାଇତି ରଖିଛନ୍ତି? ଏଠାରେ ଅର୍ଥମନ୍ତ୍ରୀ ହୁଅନ୍ତୁ ବା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ସମସ୍ତେ ସରକାରଙ୍କୁ ବଞ୍ଚାଇବା ଲାଗି ଦୁର୍ବାର ପ୍ରୟାସ କରୁଛନ୍ତି। ଠିକ୍‌ କାର୍ଯ୍ୟ ବା ଉଚିତ ପଦକ୍ଷେପ ନ ନେଇ କଥାରେ ବାକ୍‌ଚାତୁରି ମାରି ଦେଶବାସୀଙ୍କୁ ଅଧିକ ଦିନ ବୋକା କରି ରଖି ହେବ ନାହିଁ। ତଥାପି ଅନେକ ଲୋକଙ୍କୁ ଏପର୍ଯ୍ୟନ୍ତ ବୋକା କରି ରଖାଯାଇପାରିଛି, ଯାହାକି ସରକାରଙ୍କ ଅନ୍ୟତମ ସଫଳତା। ଜନସାଧାରଣଙ୍କ ମଧ୍ୟରୁ ଅନେକେ ଅର୍ଥନୈତିକ ଜଟିଳ ଶବ୍ଦ ବା ସଂଜ୍ଞାକୁ ବୁଝିବାରେ ଅକ୍ଷମ। କିନ୍ତୁ ସେମାନେ ନିଜ ବ୍ୟକ୍ତିଗତ ଜୀବନରେ ଭୋଗୁଥିବା ଆର୍ଥିକ କଷ୍ଟକୁ କଦାପି ଭୁଲିପାରିବେ ନାହିଁ। କାରଣ ଉପଭୋକ୍ତା ଦୈନନ୍ଦିନ ସାମଗ୍ରୀ ଚଢ଼ା ଦରରେ କିଣୁଥିବା ଜଣେ ଭୁକ୍ତଭୋଗୀ। ତାଙ୍କୁ ଇଆଡ଼ୁସିଆଡ଼ୁ କହି ବୁଝାଇଲେ ଆର୍ଥିକ ସୁଧାର ଆସି ନ ପାରେ।
ଏଠାରେ ବିମୁଦ୍ରୀକରଣ ସମୟକୁ ନେଇ ସାମାନ୍ୟ ଆଲୋଚନା କରାଯାଇପାରେ। ଦୁର୍ନୀତି ଓ ନକଲି ନୋଟ୍‌ କାରବାରକୁ ରୋକିବା ଲାଗି ଦୁଇଟି ବଡ଼ କାଗଜ ନୋଟ୍‌କୁ ସେତେବେଳେ ବଜାରରୁ ହଟାଇ ନିଆଗଲା। କୁହାଗଲା ଟିକସ ଫାଙ୍କି ପର୍ଯ୍ୟାପ୍ତ ନଗଦ ଅର୍ଥ ରଖିଥିବା ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବାରେ ଏହି ଅର୍ଥନୈତିକ ନୂତନ ଅସ୍ତ୍ରଟି ମଧ୍ୟ କାମ ଦେବ। ହେଲେ ସ୍ଥିତି ଏମିତି ହେଲା ଯେ ଗରିବ, କ୍ଷୁଦ୍ର ଓ ଖୁଚୁରା ବେପାରୀ ଯେଉଁମାନେ ବ୍ୟାଙ୍କ ନ ଯାଇ ବର୍ଷବର୍ଷ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି ବଡ଼ ଟଙ୍କା ସଞ୍ଚତ୍ ରଖିଥିଲେ, ସେସବୁ ପାଣିରେ ପଡ଼ିଲା। ବିମୁଦ୍ରୀକରଣ ଦିଗରେ କାର୍ଯ୍ୟ କରିଥିବା ବ୍ୟକ୍ତିମାନେ ଭଲ ଭାବେ ଜାଣିଥିଲେ ଯେ, ଧନୀମାନେ ସେମାନଙ୍କ ଅର୍ଥ ନଗଦ ଆକାରରେ ଘରେ କାଣ୍ଡି କରି ରଖି ନ ଥାଆନ୍ତି। କିନ୍ତୁ ଦେଶବାସୀଙ୍କୁ ଏକ ସ୍ବଚ୍ଛ ଅର୍ଥନୀତିର ସ୍ବପ୍ନ ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ଅବଶ୍ୟ ବିମୁଦ୍ରୀକରଣ କରାଯିବା ପଛରେ ସେତେବେଳେ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ମୁଖ୍ୟ କାରଣ ଥିଲା। ଜାଣିବା ଲୋକ ଏ ବିଷୟରେ ଭଲ ଭାବେ ଅବଗତ ଥିଲେ। କିନ୍ତୁ ଗୋଟେ ‘ଘୋ’ ସୃଷ୍ଟି କରାଯାଇ ଜନସାଧାରଣଙ୍କୁ ସୁଶାସନ ଓ ଉତ୍ତମ ଅର୍ଥନୈତିକ ପରିଚାଳନାର ବାର୍ତ୍ତା ଦିଆଯାଇଥିଲା। ସେତେବେଳେ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ଗୋଷ୍ଠୀ ପକ୍ଷରୁ ପ୍ରଚାର କରାଯାଇଥିଲା ଯେ, ଦେଶର ସୀମାନ୍ତରେ ସୈନ୍ୟମାନେ ଦେଶମାତୃକା ପାଇଁ ପ୍ରାଣବଳି ଦେଉଥିବା ବେଳେ ବ୍ୟାଙ୍କ ସାମ୍ନାରେ ଧାଡ଼ି ବାନ୍ଧି ଟଙ୍କା ବଦଳାଇବାର କଷ୍ଟ ସମସ୍ତେ ବୋହିବା ଦରକାର। ଅନେକେ ମଧ୍ୟ ସେହି ଚିନ୍ତାଧାରାକୁ ସମ୍ମାନ ଦେଇଥିଲେ। ହେଲେ ଆଜି ଅର୍ଥନୀତି ଯେଉଁ ଅବସ୍ଥାରେ ପଡ଼ିଛି, ସେହି ଲୋକମାନେ ନିଶ୍ଚୟ ବିମୁଦ୍ରୀକରଣର ଦୀର୍ଘମିଆଦୀ କ୍ଷତି ସହି ନଇଁପଡ଼ିବାକୁ ବାଧ୍ୟ ହେଉଥିବେ। ତେଣୁ ଏବେ ଯେଉଁ ରାଜନେତା ଓ ନୀତି ନିର୍ଦ୍ଧାରକମାନେ ସ୍ପଷ୍ଟ ଦିବାଲୋକରେ ଜନସାଧାରଣଙ୍କୁ ବିକାଶର ଲଣ୍ଠନ ଦେଖାଉଛନ୍ତି, ତାହା ସମ୍ରାଟ ନିରୋଙ୍କ କାହାଣୀ ମନେ ପକାଇ ଦେଉଛି। ରୋମ୍‌ ଭଳି ବୃହତ୍‌ ସାମ୍ରାଜ୍ୟ ଜଳୁଥିଲା ବେଳେ ନିରୋ ବଂଶୀବାଦନରେ ମଗ୍ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?