Posted inଜାତୀୟ

ମୋଦିଙ୍କ ୧.୨ ଟ୍ରିଲିୟନ ଡଲାର ଯୋଜନା: ଚାଇନା ହାତରୁ ଛଡ଼ାଇ ଅଣାଯିବ କାରଖାନା…

ନୂଆଦିଲ୍ଲୀ,୩।୧୦ : ଚାଇନା ହାତରୁ ବିଭିନ୍ନ କାରଖାନା ଛଡ଼ାଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୧.୨ ଟ୍ରିଲିୟନ ଡଲାର ଯୋଜନା କରାଯାଇଥିବା କୁହାଯାଉଛି। ଭାରତରେ, ସମସ୍ତ ଭିତ୍ତିଭୂମି ପ୍ରକଳ୍ପର ଅଧା ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଚାଲିଛି। ସେସବୁ ମଧ୍ୟରୁ ପ୍ରତି ଚାରିରୁ ଗୋଟିଏର ଆନୁମାନିକ ବଜେଟ ଅଧିକ ହେବାରେ ଳାଗିଛି। ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଏହାର ଏକ ମାତ୍ର ସମାଧାନ ହେଉଛି ବିକଶିତ ଟେକ୍ନୋଲୋଜି।

୧୦୦ ଟ୍ରିଲିୟନ ଟଙ୍କା (୧.୨ ଟ୍ରିଲିୟନ ଡଲାର)ର ମେଗା ପ୍ରୋଜେକ୍ଟ ଗତି ଶକ୍ତି ଅଧୀନରେ ଗତିର ଶକ୍ତି ପାଇଁ ମୋଦିଙ୍କ ପ୍ରଶାସନ ଏକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରୁଛନ୍ତି। ଯାହା ୧୬ ମନ୍ତ୍ରଣାଳୟକୁ ଏକତ୍ର କରିଛି। ପୋର୍ଟାଲ ନିବେଶକ ଏବଂ କମ୍ପାନୀଗୁଡିକୁ ପ୍ରକଳ୍ପର ଡିଜାଇନ, ବାଧାମୁକ୍ତ ଅନୁମୋଦନ ଏବଂ ଖର୍ଚ୍ଚର ସହଜ ଆକଳନ ପାଇଁ ଏକ ଓ୍ବାନ-ଷ୍ଟପ ସମାଧାନ ପ୍ରଦାନ କରିବ।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଲଜିଷ୍ଟିକ୍ସର ସ୍ବତନ୍ତ୍ର ସଚିବ ଅମ୍ରିତ ଲାଲ ମୀନା ନୂଆଦିଲ୍ଲୀରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହା ଦ୍ୱାରା ଧାର୍ଯ୍ୟ ସମୟ ମଧ୍ୟରେ ଏବଂ ବ୍ୟୟ ଅଟକଳରେ ପ୍ରକଳ୍ପଗୁଡ଼ିକ ସମ୍ପନ୍ନ ହୋଇ ପାରିବ। ବିଶ୍ୱର କମ୍ପାନୀଗୁଡିକ ଭାରତକୁ ସେମାନଙ୍କର ଉତ୍ପାଦନ କେନ୍ଦ୍ର ଭାବରେ ଚୟନ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ଫାଷ୍ଟ-ଟ୍ରାକିଂ ପ୍ରକଳ୍ପଗୁଡିକ ଭାରତକୁ ଏକ ସୁଯୋଗ ଦେବ। ବିଶେଷତଃ ଚାଇନା ବାହ୍ୟ ଜଗତ ପାଇଁ ପ୍ରାୟତଃ ବନ୍ଦ ହୋଇ ରହିଛି ଏବଂ କମ୍ପାନୀଗୁଡିକ ଚାଇନା-ପ୍ଲସ-ଓ୍ବାନ ନୀତି ଆପଣେଇଛନ୍ତି। ଅନ୍ୟ ଦେଶକୁ ଏହାର ବ୍ୟବସାୟ ତଥା ଯୋଗାଣକୁ ବିସ୍ତାର କରିବାକୁ ଚାଇନା ଏଭଳି କରୁଛି। ଫଳରେ ଭାରତ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ପରିବହନ କମ୍ପାନୀ ର୍କିନି ଇଣ୍ଡିଆର ଅଂଶୀଦାର ଅଂଶୁମାନ ସିହ୍ନା କହିଛନ୍ତି, ଚାଇନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ଏହା ହେଉଛି ଏକମାତ୍ର ଉପାୟ। ଭାରତର ଗତି ଶକ୍ତି ଯୋଜନା ଯୋଗୁ ଚାଇନା ହାତରୁ ବହୁ ନିବେଶକ କମ୍ପାନୀ ସହଜରେ ଭାରତ ମୁହାଁ ହୋଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri