Posted inଜାତୀୟ

ମୋଦିଙ୍କ ୧.୨ ଟ୍ରିଲିୟନ ଡଲାର ଯୋଜନା: ଚାଇନା ହାତରୁ ଛଡ଼ାଇ ଅଣାଯିବ କାରଖାନା…

ନୂଆଦିଲ୍ଲୀ,୩।୧୦ : ଚାଇନା ହାତରୁ ବିଭିନ୍ନ କାରଖାନା ଛଡ଼ାଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୧.୨ ଟ୍ରିଲିୟନ ଡଲାର ଯୋଜନା କରାଯାଇଥିବା କୁହାଯାଉଛି। ଭାରତରେ, ସମସ୍ତ ଭିତ୍ତିଭୂମି ପ୍ରକଳ୍ପର ଅଧା ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଚାଲିଛି। ସେସବୁ ମଧ୍ୟରୁ ପ୍ରତି ଚାରିରୁ ଗୋଟିଏର ଆନୁମାନିକ ବଜେଟ ଅଧିକ ହେବାରେ ଳାଗିଛି। ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଏହାର ଏକ ମାତ୍ର ସମାଧାନ ହେଉଛି ବିକଶିତ ଟେକ୍ନୋଲୋଜି।

୧୦୦ ଟ୍ରିଲିୟନ ଟଙ୍କା (୧.୨ ଟ୍ରିଲିୟନ ଡଲାର)ର ମେଗା ପ୍ରୋଜେକ୍ଟ ଗତି ଶକ୍ତି ଅଧୀନରେ ଗତିର ଶକ୍ତି ପାଇଁ ମୋଦିଙ୍କ ପ୍ରଶାସନ ଏକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରୁଛନ୍ତି। ଯାହା ୧୬ ମନ୍ତ୍ରଣାଳୟକୁ ଏକତ୍ର କରିଛି। ପୋର୍ଟାଲ ନିବେଶକ ଏବଂ କମ୍ପାନୀଗୁଡିକୁ ପ୍ରକଳ୍ପର ଡିଜାଇନ, ବାଧାମୁକ୍ତ ଅନୁମୋଦନ ଏବଂ ଖର୍ଚ୍ଚର ସହଜ ଆକଳନ ପାଇଁ ଏକ ଓ୍ବାନ-ଷ୍ଟପ ସମାଧାନ ପ୍ରଦାନ କରିବ।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଲଜିଷ୍ଟିକ୍ସର ସ୍ବତନ୍ତ୍ର ସଚିବ ଅମ୍ରିତ ଲାଲ ମୀନା ନୂଆଦିଲ୍ଲୀରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହା ଦ୍ୱାରା ଧାର୍ଯ୍ୟ ସମୟ ମଧ୍ୟରେ ଏବଂ ବ୍ୟୟ ଅଟକଳରେ ପ୍ରକଳ୍ପଗୁଡ଼ିକ ସମ୍ପନ୍ନ ହୋଇ ପାରିବ। ବିଶ୍ୱର କମ୍ପାନୀଗୁଡିକ ଭାରତକୁ ସେମାନଙ୍କର ଉତ୍ପାଦନ କେନ୍ଦ୍ର ଭାବରେ ଚୟନ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ଫାଷ୍ଟ-ଟ୍ରାକିଂ ପ୍ରକଳ୍ପଗୁଡିକ ଭାରତକୁ ଏକ ସୁଯୋଗ ଦେବ। ବିଶେଷତଃ ଚାଇନା ବାହ୍ୟ ଜଗତ ପାଇଁ ପ୍ରାୟତଃ ବନ୍ଦ ହୋଇ ରହିଛି ଏବଂ କମ୍ପାନୀଗୁଡିକ ଚାଇନା-ପ୍ଲସ-ଓ୍ବାନ ନୀତି ଆପଣେଇଛନ୍ତି। ଅନ୍ୟ ଦେଶକୁ ଏହାର ବ୍ୟବସାୟ ତଥା ଯୋଗାଣକୁ ବିସ୍ତାର କରିବାକୁ ଚାଇନା ଏଭଳି କରୁଛି। ଫଳରେ ଭାରତ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ପରିବହନ କମ୍ପାନୀ ର୍କିନି ଇଣ୍ଡିଆର ଅଂଶୀଦାର ଅଂଶୁମାନ ସିହ୍ନା କହିଛନ୍ତି, ଚାଇନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ଏହା ହେଉଛି ଏକମାତ୍ର ଉପାୟ। ଭାରତର ଗତି ଶକ୍ତି ଯୋଜନା ଯୋଗୁ ଚାଇନା ହାତରୁ ବହୁ ନିବେଶକ କମ୍ପାନୀ ସହଜରେ ଭାରତ ମୁହାଁ ହୋଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri