ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି। ”ସ୍ବାମୀ ବିବେକାନନ୍ଦ ଏପରି ଏକ ସମାଜ ଗଠନ କରିବାକୁ କଳ୍ପନା କରିଥିଲେ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ପାଇପାରୁଥିବ, ସାମାଜିକ ନ୍ୟାୟ, ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ଜାତି, ଗୋଷ୍ଠୀ, ଧର୍ମ ନିର୍ବିଶେଷରେ ମାନବ ସେବା। ଏକ ସମାଜର ଉନ୍ନତ ସାମାଜିକ ବ୍ୟବସ୍ଥାରେ ଆମକୁ ସାଧାରଣତଃ ଶିକ୍ଷାପାଇଁ ବିଦ୍ୟାଳୟଟିଏ, ଉଚ୍ଚଶିକ୍ଷା ପାଇଁ ମହାବିଦ୍ୟାଳୟ ବା ବିଶ୍ୱ ବିଦ୍ୟାଳୟଟିଏ, ସ୍ବାସ୍ଥ୍ୟ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟିଏ, ସରକାରୀ କାର୍ଯ୍ୟ ପାଇଁ ଦପ୍ତର, ବ୍ୟାଙ୍କ ତଥା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନର ଅବସ୍ଥିତି, ଉନ୍ନତ ରାସ୍ତାଘାଟ, ଜଳଯୋଗାଣ, ଦୋକାନ ବଜାର, ମଲ୍‌ ଇତ୍ୟାଦି ଉପଲବ୍ଧ ବା ଦୃଶ୍ୟମାନ ହୋଇଥାଏ। ଏଇଠି ପ୍ରଶ୍ନ ଆସେ, ଯଦି ସମାଜରେ ସ୍ଥୂଳବସ୍ତୁର ଭୌତିକ ଅବସ୍ଥିତିକୁ ଦୃଶ୍ୟ ସମାଜ ବା ସ୍ଥୂଳ ସମାଜ କୁହାଯାଏ, ତା’ ହେଲେ ଅଦୃଶ୍ୟ ସମାଜ କ’ଣ ? ଅଦୃଶ୍ୟ ସମାଜ ଏକ ସାମାଜିକ ବ୍ୟବସ୍ଥା ଯାହା ସ୍ଥୂଳ ବସ୍ତୁ ପରିବର୍ତ୍ତେ ସୂକ୍ଷ୍ମବସ୍ତୁ ଯଥା- ଆଧ୍ୟାତ୍ମିକତା, ବୌଦ୍ଧିକତା ବା ବିଚାରଶୀଳତାକୁ ବୁଝାଇଥାଏ। ତା’ ଛଡ଼ା, ସାମାଜିକ ଜୀବନର ଅନ୍ୟାନ୍ୟ ଅଭୌତିକ ଦୃଷ୍ଟିକୋଣଗୁଡ଼ିକ ଯଥା ମଣିଷର ଭାବନା, ଭାବପ୍ରବଣତା, ଅନୁଭୂତି, ଆମତ୍ିକତା ଏବଂ ଗଭୀର ଚିନ୍ତାଧାରାଗୁଡ଼ିକୁ ଧରି ନିଆଯାଇପାରେ ଅଦୃଶ୍ୟ ସମାଜ, ଯାହାର ସମାଜରେ ଭୌତିକ ଉପସ୍ଥିତି ନାହିଁ; ଅଛି ଖାଲି ନୈତିକ ମୂଲ୍ୟବୋଧ ଓ ଆଧ୍ୟାମତ୍ିକ ମାନବବାଦ। ଆସନ୍ତୁ ଅଦୃଶ୍ୟ ସମାଜ ପ୍ରସଙ୍ଗଟିର କିଞ୍ଚତ୍ତ ଦର୍ଶନଭିତ୍ତିକ ଭାବଧାରା, ଅନୁଭୂତି ଇତ୍ୟାଦିକୁ ଆଲୋଚନାର ପରିସରକୁ ନେବା।
ସାମାଜିକ ଜୀବନାଦର୍ଶନରେ ପ୍ରଥମ ଉପାଦାନଟି ହେଉଛି ମଣିଷର ଶୃଙ୍ଖଳାଜ୍ଞାନ, ଯାହାର ଭୌତିକ ସ୍ଥିତିନାହିଁ। ମାତ୍ର ମାନସିକ ସ୍ତରରେ ସମାଜର ପ୍ରତ୍ୟେକ ବ୍ୟକ୍ତି ପାଖରେ ରହିବା ଉଚିତ। ଆମେ ଜାଣୁ, ବିଶୃଙ୍ଖଳିତ ବ୍ୟକ୍ତିକୁ ନେଇ ଗଢ଼ି ଉଠିଥିବା ସମାଜ ଦିନେ ନା ଦିନେ ଭୁଶୁଡ଼ି ପଡ଼େ। ତେଣୁ ପ୍ରତ୍ୟେକ ମନୁଷ୍ୟ ପ୍ରଥମେ ଶୃଙ୍ଖଳିତ ହେବା ଉଚିତ। ଦ୍ୱିତୀୟ ଅଦୃଶ୍ୟ ତଥା ଅଭୌତିକ ସାମାଜିକ ଉପାଦାନଟି ହେଲା ସହଯୋଗିତା ଓ ସହଭାଗିତା। ସମାଜରେ ସହଯୋଗିତାର ମୂଲ୍ୟବୋଧ ସମସ୍ତଙ୍କୁ ଜଣାନାହିଁ। ସମାଜ ବା ଦେଶ ପାଇଁ ଯେକୌଣସି ବିକାଶମୁଖୀ କାର୍ଯ୍ୟକରିବା ଆଗରୁ ପରସ୍ପର ମଧ୍ୟରେ ସହଯୋଗର ଆବଶ୍ୟକତା ଅପରିହାର୍ଯ୍ୟ। ବିନା ସହଯୋଗିତା ଓ ସହଭାଗିତା, ଜାତିର ଉନ୍ନତି ଅସମ୍ଭବ। ସମାଜ ବା ଜାତିର ଉନ୍ନତି କରିବାକୁ ଗଲେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ, ସମାଜରେ ଦୃଶ୍ୟମାନ ହେଉ ନ ଥିବା ବିଷୟଟି ହେଲା ପରୋପକାରିତା ଓ ସହାନୁଭୂତି। ସମାଜ ହେଉ ବା ଦେଶ ବ୍ୟକ୍ତିର ବ୍ୟକ୍ତି ପ୍ରତି ସହାନୁଭୂତି ଓ ପରୋପକାର ମନୋବୃତ୍ତି ଅତ୍ୟନ୍ତ ଜରୁରୀ। କାରଣ ଯାହା ବିନା ବ୍ୟକ୍ତି ମଧ୍ୟରେ ସାମାଜିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ। ଫଳରେ ସମାଜରେ ଅଶାନ୍ତି ଓ ବିଶୃଙ୍ଖଳା ଉପୁଜିଥାଏ। ମନେକରନ୍ତୁ, ରାସ୍ତାରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେ କ୍ଷେତ୍ରରେ ସେଇ ବାଟ ଦେଇ ଯାଉଥିବା ବ୍ୟକ୍ତିବିଶେଷଙ୍କର ଆହତ ଲୋକଟି ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଉଚିତ। ବ୍ୟକ୍ତିଟିକୁ ହସ୍ପିଟାଲ ପର୍ଯ୍ୟନ୍ତ ନେଇଯିବା ଆମମାନଙ୍କର କର୍ତ୍ତବ୍ୟ। ପରୋପକାରିତା ଓ ସହାନୁଭୂତିର ବ୍ୟତିକ୍ରମରେ ମଣିଷ ମଣିଷ ଭିତରେ ଘୃଣାଭାବ ଜାତ ହୋଇଥାଏ। ମଣିଷ ପ୍ରେମ, ସ୍ନେହ, ଶ୍ରଦ୍ଧା ସବୁକିଛି ଭୁଲିଯାଏ। ଏ ପ୍ରକାର ସ୍ଥିତି ସମାଜ ପ୍ରତି ହାନିକାରକ ହୋଇଯାଏ। ଅଦୃଶ୍ୟ ସମାଜର ପରବର୍ତ୍ତୀ ଅଭୌତିକ ଉପାଦାନ ହେଲା ନିର୍ଭୀକତା ଓ ଦାମ୍ଭିକତା; ଯାହା ମଣିଷ ଆହରଣ କରିବା ଅନିବାର୍ଯ୍ୟ। ନିର୍ଭୀକ ଓ ଦାମ୍ଭିକ ପରି ଅଦୃଶ୍ୟ ସମାଜବାଦ ବା ସୂକ୍ଷ୍ମ ସମାଜବାଦର ଗୁଣଗୁଡ଼ିକୁ ଆପଣେଇବା ଦ୍ୱାରା ମଣିଷ ମାନସିକ ସ୍ତରରେ ଦୃଢ଼ ହୋଇଥାଏ। ଗୋଷ୍ଠୀ, ଜାତି, ଧର୍ମ, ବିବାଦ ଅଦୃଶ୍ୟରେ ଏକ ସାମାଜିକ ବ୍ୟାଧି ଭାବେ ସମାଜରେ ଜନ୍ମ ନେଇଥାଏ। ମାତ୍ର ଆମମାନଙ୍କୁ ଏସବୁ ବିବାଦଠାରୁ ଦୂରେଇ ରହି ଦେଶର ମଙ୍ଗଳକାମନାରେ ବ୍ରତୀ ହେବାକୁ ପଡ଼ିବ।
ସିଡିଏ, କଟକ
ମୋ:୭୦୦୮୬୫୦୬୯୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?