Posted inଫୁରସତ

ମଧ୍ୟପ୍ରଦେଶରେ ଜନ୍ମ ନେଲା ହାତ, ଗୋଡ଼ ନ ଥିବା ଝିଅ

ଭୋପାଳ, ୨୭।୬- ମଧ୍ୟପ୍ରଦେଶର ଭିଦିଶା ଜିଲାରେ ଜନ୍ମ ନେଇଥିବା ଏକ ଶିଶୁ କନ୍ୟାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜନ୍ମ ନେଇଥିବା ଏହି ଶିଶୁ କନ୍ୟାଟିର ହାତ ଓ ଗୋଡ଼ ନ ଥିବା ଜଣାପଡ଼ିଛି। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ଖବର ପାଲଟିଛି। ଶନିବାର ସ୍ଥାନୀୟ ସାକଲୋନ୍‌ ଗ୍ରାମର ଜଣେ ୨୮ ବର୍ଷୀୟା ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରି ଘରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। କିନ୍ତୁ ଯେତେବେଳେ ପରିବାର ଲୋକ କନ୍ୟାକୁ ଦେଖିଥିଲେ ପୁରା ସ୍ତବ୍ଧ ହୋଇଯାଇଥିଲେ। ନବଜାତ କନ୍ୟାର ନା ଥିଲା ହାତ ନା ଗୋଡ଼। ଏହି ଘଟଣା ଜଣାପଡ଼ିବା ପରେ ଶିଶୁ କନ୍ୟାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ବ୍ଲକ ମେଡିକାଲ ଅଫିସର ଡାକ୍ତର ପ୍ରମୋଦ ଦିଓ୍ବାନ କହିଛନ୍ତି, ଶିଶୁ କନ୍ୟାକୁ ମେଡିକାଲ ଆଣିବା ପାଇଁ ଆମେ ମହିଳାଙ୍କ ଘରକୁ ଜଣେ ଏଏନ୍‌ଏମ୍‌ ଓ ଆଶାକର୍ମୀଙ୍କୁ ପଠାଇଥିଲୁ। କିନ୍ତୁ ସେମାନଙ୍କ ପରିବାର ନବଜାତ କନ୍ୟାକୁ ଚେକ୍‌ ଅପ୍‌ କରିବା ପାଇଁ ମେଡିକାଲ ଆଣିବା ଲାଗି ପ୍ରସ୍ତୁତ ନାହାନ୍ତି। ସେହିଭଳି ‘ତାଙ୍କ ସ୍ତ୍ରୀ ହାତ ଓ ଗୋଡ଼ ନ ଥିବା ଏକ ଶିଶୁକନ୍ୟା ପ୍ରସବ କରିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି’ବୋଲି ମହିଳାଙ୍କ ସ୍ବାମୀ କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ, ଡାକ୍ତର ସୁରେଶ ଅଗ୍ରଓ୍ବାଲଙ୍କ କହିଛନ୍ତି, ଏହା ଏକ ଜନ୍ମଗତ ବିକୃତି। ପ୍ରତି ଲକ୍ଷେ କେସ୍‌ରେ ଏଭଳି ଗୋଟିଏ ଘଟଣା ଘଟିଥାଏ। ଏଠାରେ ଉଲ୍ଲେଖଯୋଗ୍ୟ, ୪ ଡିସେମ୍ବର ୧୯୮୨ ମସିହାରେ ଅଷ୍ଟ୍ରେଲିଆରେ ଏଭଳି ଜଣେ ଶିଶୁପୁତ୍ର ଜନ୍ମଗ୍ରହଣ କରିଥିଲା। ନିକ୍‌ ନାମକ ଏହି ଶିଶୁ ଏବେ ବଡ଼ ହୋଇ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି। ନିକ୍‌ କେତେବେଳେ ଫୁଟ୍‌ବଲ ତ ପୁଣି ଗଲ୍ଫ ଖେଳୁଛନ୍ତି। ପୁଣି କେତେବେଳେ ସୁଇମିଂ କରୁଛନ୍ତି। ସେହିଭଳି ଇଣ୍ଡୋନେସିଆରେ ୧୧ ବର୍ଷର ଜଣେ ଏଭଳି ବାଳକ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?