ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ ବିସ୍ତାରିତ ହୋଇଛି। ଏହି ସମ୍ପର୍କ କେବଳ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତା ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଏହା ଏବେ ସ୍ବାଧୀନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଭବିଷ୍ୟତର ସହଭାଗୀ ଦୃଷ୍ଟିକୋଣ ଉପରେ ଆଧାରିତ ଏକ ସ୍ବତନ୍ତ୍ର ରଣନୀତିକ ଭାଗୀଦାରିରେ ପରିବର୍ତ୍ତିତ ହୋଇଛି।
ସମ୍ପ୍ରତି ସମଗ୍ର ବିଶ୍ବର ବ୍ୟବସ୍ଥା ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଥିବା ସମୟରେ, ଭାରତ ଓ ଇଟାଲୀ ସମ୍ପର୍କ ଉଚ୍ଚ ରାଜନୈତିକ ଏବଂ ସଂସ୍ଥାଗତ ସ୍ତରରେ କ୍ରମାଗତ ଆଲୋଚନାଠାରୁ ଆଗକୁ ବଢ଼ୁଛି। ଏହି ସମ୍ପର୍କ ଏବେ ଏକ ନୂଆ ଓ ଅଧିକ ବ୍ୟାପକ ସ୍ତରରେ ପହଞ୍ଚତ୍ଛି। ଏଥିରେ ଦୁଇ ଦେଶର ଆର୍ଥିକ ଶକ୍ତି, ସାମାଜିକ ସୃଜନଶୀଳତା ଏବଂ ହଜାର ହଜାର ବର୍ଷ ପୁରୁଣା ସଭ୍ୟତାଗତ ଐତିହ୍ୟ ସାମିଲ ରହିଛି।
ଏକବିଂଶ ଶତାବ୍ଦୀରେ ନବସୃଜନ କ୍ଷମତା, ଶକ୍ତି ପରିବର୍ତ୍ତନ ପରିଚାଳନା ଏବଂ ରଣନୀତିକ ଆତ୍ମନିର୍ଭରଶୀଳତାକୁ ମଜଭୁତ କରିବା ଉପରେ ଦେଶର ସମୃଦ୍ଧି ଓ ସୁରକ୍ଷା ନିର୍ଭର କରିଥାଏ।
ଆମ ସହଯୋଗ ଏହି ସହଭାଗୀ ଦୃଷ୍ଟିକୋଣକୁ ଦର୍ଶାଇଥାଏ। ଏହି ଉଦ୍ଦେଶ୍ୟ ନେଇ ଆମେ ଆମ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର ତଥା ବିବିଧ କରିବା ଲାଗି ସଂକଳ୍ପ ନେଇଛୁ, ଯାହାଫଳରେ ନୂଆ ଲକ୍ଷ୍ୟ ହାସଲ କରାଯାଇପାରିବ ଏବଂ ଦୁଇ ଦେଶର ସହଯୋଗୀ ସାମର୍ଥ୍ୟକୁ ଉନ୍ନତ ଢଙ୍ଗରେ ଉପଯୋଗ କରାଯାଇପାରିବ। ଡିଜାଇନ କ୍ଷମତା, ଉନ୍ନତ ଉତ୍ପାଦନ କୌଶଳ ଏବଂ ବିଶ୍ବସ୍ତରୀୟ ସୁପର କମ୍ପ୍ୟୁଟର୍‌ ପ୍ରଯୁକ୍ତିବିଦ୍ୟା ଇଟାଲୀକୁ ଏକ ଶିଳ୍ପ ମହାଶକ୍ତିରେ ପରିଣତ କରିଛି। ଆମେ ଏହାକୁ ଭାରତର ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ଇଞ୍ଜିନିୟରିଂ ପ୍ରତିଭା, ବ୍ୟାପକ କ୍ଷମତା, ନବସୃଜନ ଏବଂ ୧୦୦ରୁ ଅଧିକ ୟୁନିକର୍ନ ତଥା ୨ ଲକ୍ଷ ଷ୍ଟାର୍ଟଅପ୍‌ ଆଧାରିତ ଉଦ୍ୟୋଗ ଇକୋସିଷ୍ଟମ ସହ ଯୋଡ଼ି ଏକ ଶକ୍ତିଶାଳୀ ସନ୍ତୁଳନ ସୃଷ୍ଟି କରିବାକୁ ଚାହୁଁଛୁ। ଏହା କେବଳ ଏକ ସାଧାରଣ ସମନ୍ବୟ ନୁହେଁ, ବରଂ ସହଭାଗୀ ମୂଲ୍ୟ ସୃଷ୍ଟି ଯେଉଁଥିରେ ଆମ ଦୁଇ ଦେଶର ଶିଳ୍ପ ସାମର୍ଥ୍ୟ ପରସ୍ପରକୁ ଅଧିକ ସୁଦୃଢ଼ କରିବ।
ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଉଭୟ ଦିଗରେ ବାଣିଜ୍ୟ ଓ ନିବେଶ ବଢ଼ାଇବାର ମାର୍ଗ ଖୋଲିଥାଏ। ୨୦୨୯ ସୁଦ୍ଧା ଭାରତ ଓ ଇଟାଲୀ ମଧ୍ୟରେ ବ୍ୟବସାୟିକ କାରବାରକୁ ୨୦ ବିଲିୟନ ୟୁରୋଠାରୁ ଆଗକୁ ବଢ଼ାଇବା ଲାଗି ଆମେ ଲକ୍ଷ୍ୟ ରଖୁଛୁ। ଏଥିରେ ପ୍ରତିରକ୍ଷା ଓ ଏରୋସ୍ପେସ, ସ୍ବଚ୍ଛ ପ୍ରଯୁକ୍ତିବିଦ୍ୟା, ଯନ୍ତ୍ରାଂଶ, ଯାନବାହନ ସରଞ୍ଜାମ, ରସାୟନ, ଔଷଧ, ବୟନ, କୃଷି-ଖାଦ୍ୟ କ୍ଷେତ୍ର ଏବଂ ପର୍ଯ୍ୟଟନ ସମେତ ଅନେକ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯିବ। ମେଡ୍‌ ଇନ୍‌ ଇଟାଲୀ ସବୁବେଳେ ସାରା ବିଶ୍ବରେ ଉତ୍କୃଷ୍ଟତାର ପ୍ରତୀକ ଭାବେ ଖ୍ୟାତି ଅର୍ଜନ କରିଛି। ଆଜି ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମର ଉଚ୍ଚ ଗୁଣବତ୍ତା ଆଧାରିତ ଲକ୍ଷ୍ୟ ସହ ଏହାର ସ୍ବାଭାବିକ ତାଳମେଳ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ, ଭାରତ ପାଇଁ ଉତ୍ପାଦନରେ ଇଟାଲୀୟ କମ୍ପାନୀଗୁଡ଼ିକର ଆଗ୍ରହ ବୃଦ୍ଧି ପାଇବା ଏବଂ ଇଟାଲୀରେ ଭାରତୀୟ ଉଦ୍ୟୋଗଗୁଡ଼ିକର ପ୍ରଭାବ ମଜଭୁତ ହେବା ଏକ ସକାରାତ୍ମକ ସଂକେତ ଦେଉଛି। ବର୍ତ୍ତମାନ ଦୁଇ ପକ୍ଷକୁ ମିଶାଇଲେ ୧୦୦୦ରୁ ଅଧିକ ଉଦ୍ୟୋଗ ଉଭୟ ଦେଶରେ କାର୍ଯ୍ୟ କରୁଛନ୍ତି। ଏହା ଆମ ଯୋଗାଣ ଶୃଙ୍ଖଳର ଏକୀକରଣକୁ ଆହୁରି ଅଧିକ ମଜଭୁତ କରିବ।
ବୈଷୟିକ ନବସୃଜନ ଆମ ଭାଗୀଦାରିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଧାର। ଆଗାମୀ ଦଶନ୍ଧିରେ ବିଶ୍ବରେ ଏକ ବଡ଼ ବୈଷୟିକ ପରିବର୍ତ୍ତନ ଦେଖାଦେବ। ଏଥିରେ କୃତ୍ରିମ ବୁଦ୍ଧିମତ୍ତା, କ୍ୱାଣ୍ଟମ କମ୍ପ୍ୟୁଟିଂ, ଅତ୍ୟାଧୁନିକ ଉତ୍ପାଦନ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଡିଜିଟାଲ ମୌଳିକ ଭିତ୍ତିଭୂମି ଭଳି କ୍ଷେତ୍ରରେ ଦ୍ରୁତ ପ୍ରଗତି ହେବ। ଭାରତରେ ଦ୍ରୁତ ଗତିରେ ବଢୁଥିବା ନବସୃଜନ ପରିବେଶ ଏବଂ ବହୁସଂଖ୍ୟକ କୁଶଳୀ ପେସାଦାର ତଥା ଇଟାଲୀର ଉନ୍ନତ ଶିଳ୍ପ କ୍ଷମତା ଏସବୁ କ୍ଷେତ୍ରରେ ଦୁଇ ଦେଶର ସହଯୋଗକୁ ସ୍ବାଭାବିକ ଏବଂ ରଣନୀତିକ କରିଥାଏ। ଦୁଇ ଦେଶର ବିଶ୍ବବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ବର୍ଦ୍ଧିତ ଭାଗୀଦାରି ମଧ୍ୟ ଏହାକୁ ଆହୁରି ମଜଭୁତ କରିବ।
ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିଶ୍ବର ଅନେକ ଦେଶ, ବିଶେଷକରି ଗ୍ଲୋବାଲ ସାଉଥ୍‌ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିଛି। ମୁଖ୍ୟତଃ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଜି ଆମ ସମାଜ ଏବଂ ବିଶ୍ବ ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଭାରତ ଓ ଇଟାଲୀ ଦୀର୍ଘ ସମୟ ଧରି ଏ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଉଛନ୍ତି, ଯାହାଫଳରେ ଏଆଇର ବିକାଶ ଉତ୍ତରଦାୟୀ ଏବଂ ମାନବ କୈନ୍ଦ୍ରିକ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ଭାରତ ଓ ଇଟାଲୀ ଏଆଇକୁ ସମାବେଶୀ ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି। ବିଶେଷ କରି ଗ୍ଲୋବାଲ ସାଉଥ ଦେଶଗୁଡ଼ିକରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଜରେ ଉପଲବ୍ଧ ବହୁଭାଷୀ ଜ୍ଞାନକୌଶଳ ଜରିଆରେ ଏଆଇ ସାମାଜିକ ଓ ଡିଜିଟାଲ ବ୍ୟବଧାନକୁ ଅଧିକ ବଢ଼ାଇବା ପରିବର୍ତ୍ତେ ଭରଣା କରିପାରିବ। ମଣିଷକୁ ପ୍ରଯୁକ୍ତି ପ୍ରୟୋଗର କେନ୍ଦ୍ରରେ ରଖିବା ଲାଗି ଭାରତର ‘ମାନବକୈନ୍ଦ୍ରିକ’ ଦୃଷ୍ଟିକୋଣ ଏବଂ ମାନବବାଦୀ ପରମ୍ପରା ଉପରେ ଆଧାରିତ ଇଟାଲୀର ମାନବକୈନ୍ଦ୍ରିକ ଏଲ୍ଟୋର-ଏଥିକ୍ସ ଅବଧାରଣାକୁ ଆମେ ଆଗକୁ ବଢ଼ାଉଛୁ। କୃତ୍ରିମ ବୁଦ୍ଧିମତ୍ତାକୁ ସାମାଜିକ ସଶକ୍ତୀକରଣ ମାଧ୍ୟମରେ ପରିଣତ କରିବା ଆମ ଭାଗୀଦାରିର ଉଦ୍ଦେଶ୍ୟ। ଭାରତର ବିଶାଳ ଡିଜିଟାଲ କ୍ଷମତାକୁ ଇଟାଲୀର ନୈତିକ ଏବଂ ଔଦ୍ୟୋଗିକ ବିଶେଷଜ୍ଞତା ସହ ଯୋଡ଼ିବାକୁ ଆମେ ଲକ୍ଷ୍ୟ ରଖୁଛୁ, ଯାହାଫଳରେ ପ୍ରଯୁକ୍ତିବିଦ୍ୟା ମାନବ ମର୍ଯ୍ୟାଦାକୁ ରକ୍ଷା କରିବାରେ ବିନିଯୋଗ ହୋଇପାରିବ। ସୁରକ୍ଷିତ ଡିଜିଟାଲ ସହଯୋଗ, କ୍ଷମତା-ନିର୍ମାଣ ଏବଂ ମଜଭୁତ ସାଇବର ଭିତ୍ତିଭୂମି ସହ ଜଡ଼ିତ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା ଜରିଆରେ ଆମେ ଏକ ଖୋଲା, ବିଶ୍ବସନୀୟ ଏବଂ ସମାନ ଡିଜିଟାଲ ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଥରେ ପ୍ରତ୍ୟେକ ଦେଶ ଏଆଇକୁ ଉପଯୋଗ କରିପାରିବେ ଏବଂ ଏଥିରୁ ଲାଭ ପାଇପାରିବେ। ଏହି ଦୃଷ୍ଟିକୋଣକୁ ଆଧାର କରି ଇଟାଲୀ ଅଧ୍ୟକ୍ଷତାରେ ଜି-୭ ବୈଠକ ଏବଂ ୨୦୨୬ରେ ନୂଆଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଳନୀର ନିଷ୍କର୍ଷ ପ୍ରସ୍ତୁତ କରାଯାଇଥିଲା। ଏଆଇକୁ ମଣିଷ ଦ୍ବାରା ଏବଂ ମଣିଷ ପାଇଁ ସୃଷ୍ଟି କରାଯାଇଥିବା ଏକ ପ୍ରଯୁକ୍ତିବିଦ୍ୟା ଭାବରେ ସ୍ବୀକାର କରିବାର ଅର୍ଥ ହେଉଛି ଏହା ସ୍ପଷ୍ଟ କରିବା ଯେ ପ୍ରଯୁକ୍ତିବିଦ୍ୟା ମଣିଷର ସ୍ଥାନ ଗ୍ରହଣ କରିପାରିବ ନାହିଁ କିମ୍ବା ସେମାନଙ୍କର ମୌଳିକ ଅଧିକାରକୁ ଦୁର୍ବଳ କରିପାରିବ ନାହିଁ। ଜନମତକୁ ପ୍ରଭାବିତ କରିବା କିମ୍ବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଲାଗି ମଧ୍ୟ ଏହାର ଉପଯୋଗ କରାଯିବା ଉଚିତ ନୁହେଁ। ବ୍ୟାପକ ଭାବେ ପରସ୍ପର ସହ ଜଡ଼ିତ ବିଶ୍ବରେ ସ୍ବାଧୀନତା ଏବଂ ମାନବ ମର୍ଯ୍ୟାଦାକୁ ରକ୍ଷା କରିବା ଲାଗି ଆମର ଦୃଷ୍ଟିକୋଣ ଏହି ଆହ୍ବାନ ଉପରେ ଆଧାରିତ।
ଆମ ସହଯୋଗ ମହାକାଶ କ୍ଷେତ୍ରରେ ମଧ୍ୟ ବିସ୍ତାରିତ। ମହାକାଶ ଗବେଷଣା ଏବଂ ଉପଗ୍ରହ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ସେହିପରି ମହାକାଶ ଇଞ୍ଜିନିୟରିଂରେ ଇଟାଲୀର ଉତ୍କର୍ଷ ରହିଛି। ଏହା ମିଳିତ ପ୍ରକଳ୍ପ ଏବଂ ନୂତନ ପିଢ଼ିର ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରେ।
ରାଷ୍ଟ୍ରଗୁଡ଼ିକର ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ଓ ସ୍ଥିରତା ଅତ୍ୟନ୍ତ ଜରୁରୀ। ତେଣୁ, ଇଟାଲୀ ଓ ଭାରତ ପ୍ରତିରକ୍ଷା, ସୁରକ୍ଷା ଏବଂ ରଣନୀତିକ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସେମାନଙ୍କର ସହଯୋଗକୁ ଆହୁରି ମଜଭୁତ କରିବାକୁ ଚାହାନ୍ତି। ଆମ ସହଯୋଗ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗର ସୁରକ୍ଷା ସୁନିଶ୍ଚିତ କରିବା ତଥା ଆତଙ୍କବାଦ, ଅନ୍ତର୍ଜାତୀୟ ଅପରାଧ ନେଟୱର୍କ, ନିଶାଦ୍ରବ୍ୟ ଚୋରା କାରବାର, ସାଇବର ଅପରାଧ ଏବଂ ମାନବ ତସ୍କରି ଭଳି ସମସ୍ୟାର ମୁକାବିଲାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।
ଶକ୍ତି ହେଉଛି ଆମ ସହଭାଗୀତାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ବିଶ୍ବରେ ବିବିଧ ଶକ୍ତି ଉତ୍ସ ଦିଗରେ ହେଉଥିବା ପରିବର୍ତ୍ତନ ଲାଗି ନବସୃଜନ, ନିବେଶ ଏବଂ ସହଯୋଗ ଆବଶ୍ୟକ। ଭାରତ ଓ ଇଟାଲୀ ଅକ୍ଷୟ ଶକ୍ତିଠାରୁ ଆରମ୍ଭ କରି ହାଇଡ୍ରୋଜେନ ପ୍ରଯୁକ୍ତି ଏବଂ ସ୍ମାର୍ଟ ଗ୍ରୀଡ୍‌ଠାରୁ ଆରମ୍ଭ କରି ସୁଦୃଢ଼ ଭିତ୍ତିଭୂମି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ସବୁଜ ହାଇଡ୍ରୋଜେନ ରପ୍ତାନିର ବିଶ୍ବସ୍ତରୀୟ କେନ୍ଦ୍ର ହେବା ପାଇଁ ଭାରତର ପ୍ରୟାସରେ ଅପାର ସମ୍ଭାବନା ରହିଛି। ଏହା ଇଟାଲୀର ଉନ୍ନତ ଅକ୍ଷୟ ଶକ୍ତି ଭିଭିଭୂମି ଏବଂ ୟୁରୋପ ଲାଗି ଏକ ଶକ୍ତି ପ୍ରଦେଶ ଦ୍ବାର ରୂପେ ଏହାର ରଣନୀତିକ ଭୂମିକା ସହ ସମ୍ପୂର୍ଣ୍ଣ ମେଳ ଖାଉଛି। ଏହି ପରିପ୍ରେକ୍ଷୀରେ, ଭାରତ ନେତୃତ୍ୱରେ ହେଉଥିବା ପ୍ରମୁଖ ପ୍ରୟାସ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍‌ଏ), ବିପର୍ଯ୍ୟୟ ପ୍ରତିରୋଧୀ ଭିଭିଭୂମି ପାଇଁ ମେଣ୍ଟ (ସିଡିଆର୍‌ଆଇ) ଏବଂ ଗ୍ଲୋବାଲ ବାୟୋଫୁଏଲ୍ସ ଆଲାଏନ୍ସ (ଜିବିଏ)ରେ ଅନ୍ୟ ଦେଶ ସହ ଆମ ସହଯୋଗ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ଭୌତିକ, ଡିଜିଟାଲ ଏବଂ ମାନବୀୟ ସମ୍ପର୍କର ଖିଅରେ ଆମେ ପରସ୍ପର ସହ ବାନ୍ଧି ହୋଇ ରହିଛୁ। ଭାରତ ଓ ଇଟାଲୀ ଉଭୟ ଭାରତ-ପ୍ରଶାନ୍ତ ମହାସାଗର ଏବଂ ଭୂମଧ୍ୟସାଗର କ୍ଷେତ୍ର ଭଳି ବିଶ୍ବ ଅର୍ଥବ୍ୟବସ୍ଥାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର କେନ୍ଦ୍ରରେ ରହିଛନ୍ତି। ଏବେ ଏହି କ୍ଷେତ୍ରଗୁଡ଼ିକୁ ଭିନ୍ନ ଭିନ୍ନ ନୁହେଁ, ବରଂ ପରସ୍ପର ସହ ଜଡ଼ିତ ଅଞ୍ଚଳ ରୂପରେ ଦେଖାଯାଉଛି। ବାସ୍ତବରେ ଏକ ନୂଆ ‘ଭାରତ-ଭୂମଧ୍ୟସାଗର (ଇଣ୍ଡୋ-ମେଡିଟେରେନିୟାନ) କ୍ଷେତ୍ର ବିକଶିତ ହେଉଥିବା ଆମେ ଦେଖୁଛୁ। ଏହି କ୍ଷେତ୍ର ବାଣିଜ୍ୟ କାରବାର, ପ୍ରଯୁକ୍ତିବିଦ୍ୟା, ଶକ୍ତି, ଡାଟା ଏବଂ ବିଚାରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ କରିଡର୍‌ ଯାହା ଭାରତ ମହାସାଗରକୁ ୟୁରୋପ ସହ ଯୋଡ଼ିଥାଏ। ପରସ୍ପର ସହ ଜଡ଼ିତ ଏହି କ୍ଷେତ୍ରରେ ଆମ ସମ୍ପର୍କ ସ୍ବାଭାବିକ ଭାବେ ଏକ ସ୍ବତନ୍ତ୍ର ରଣନୀତିକ ଭାଗୀଦାରି ରୂପେ ବିକଶିତ ହେଉଛି। ଏପରି ଭାଗୀଦାରି ଦୁଇଟି ମହାଦେଶକୁ ଯୋଡ଼ିଥାଏ ଏବଂ ନୂଆ ବିଶ୍ବ ପରିସ୍ଥିତିକୁ ଆକାର ଦେଇଥାଏ।
ଏହି ପରିପ୍ରେକ୍ଷୀରେ, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମ୍‌ଇସି) ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା। ଏହାର ଲକ୍ଷ୍ୟ ହେଉଛି, ଆଧୁନିକ ପରିବହନ ଓ ଭିଭିଭୂମି, ଡିଜିଟାଲ ନେଟୱର୍କ, ଶକ୍ତି ବ୍ୟବସ୍ଥା ଏବଂ ଦୃଢ଼ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଆମ କ୍ଷେତ୍ରଗୁଡ଼ିକୁ ସଂଯୋଗ କରିବା। ଭାରତ ଓ ଇଟାଲୀ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ପାଇଁ ଅନ୍ୟ ଅଂଶୀଦାର ଦେଶମାନଙ୍କ ସହିତ ମିଶି କାମ କରିବାକୁ ସଂକଳ୍ପବଦ୍ଧ ଅଛନ୍ତି।
ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କ ଏବଂ ଲମ୍ବା ସାଂସ୍କୃତିକ ସଂଲଗ୍ନତା ଆଧାରରେ ଆମେ ଆମ ସହଭାଗୀ ସମସ୍ୟାର ସମାଧାନ କରିପାରିବା। ଭାରତୀୟ ସଂସ୍କୃତିରେ ଧର୍ମର ବିଚାର ସେହି ଉତ୍ତରଦାୟୀ ଭାବନାକୁ ଦର୍ଶାଇଥାଏ ଯାହା ଆମ କାର୍ଯ୍ୟକୁ ମାର୍ଗଦର୍ଶନ କରିବା ଉଚିତ। ସେହିପରି ବସୁଧୈବ କୁଟୁମ୍ବକମ୍‌ ଅର୍ଥାତ୍‌ ‘ସାରା ବିଶ୍ବ ଏକ ପରିବାର’ର ସିଦ୍ଧାନ୍ତ ବର୍ତ୍ତମାନ ପରସ୍ପର ସହ ଜଡ଼ିତ ଡିଜିଟାଲ ଯୁଗରେ ଆହୁରି ଅଧିକ ପ୍ରାସଙ୍ଗିକ ପ୍ରତୀୟମାନ ହେଉଛି।
ଏହି ମୂଲ୍ୟବୋଧ ନବଜାଗରଣ କାଳରେ ସୃଷ୍ଟି ହୋଇଥିବା ଇଟାଲୀର ମାନବତାବାଦୀ ପରମ୍ପରା ସହ ମଧ୍ୟ ମେଳ ଖାଉଛି। ଏହି ପରମ୍ପରା ପ୍ରତ୍ୟେକ ବ୍ୟକ୍ତିଙ୍କ ମର୍ଯ୍ୟାଦା ଏବଂ ସଂସ୍କୃତିର ସେହି ଶକ୍ତି ଉପରେ ଗୁରୁତ୍ୱାରୋପ କରିଥାଏ ଯାହା ସମାଜ ଓ ଲୋକମାନଙ୍କୁ ଏକଜୁଟ କରିପାରେ। ସେଥିପାଇଁ ଲୋକମାନଙ୍କୁ କେନ୍ଦ୍ରରେ ରଖି ଭାରତ-ଇଟାଲୀ ସମ୍ପର୍କକୁ ଅଧିକ ସୁଦୃଢ଼, ଆଧୁନିକ ଏବଂ ଭବିଷ୍ୟ ଉନ୍ମୁଖୀ ଆଧାର ପ୍ରଦାନ କରିବା ଆମ ସହଭାଗୀ ଦୃଷ୍ଟିକୋଣର ଉଦ୍ଦେଶ୍ୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?