ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ ପାଳିପୋଷି ବଡ଼ କଲେ। ତେବେ ଦେବେନ୍ଦ୍ର ୮ ବର୍ଷ ବୟସରେ ଶିଶୁ ଶ୍ରମିକ ପାଲଟିଗଲେ ଏବଂ ରାସ୍ତାରେ ବେଲୁନ୍‌ ବିକି ରୋଜଗାର କଲେ। ଏଭଳି ସ୍ଥିତିରେ ଦେବେନ୍ଦ୍ର ଶିକ୍ଷାରୁ ବଞ୍ଚିତ ହେବା ସହ ରାସ୍ତାରେ ବେଲୁନ୍‌ ବିକିବା ସମୟରେ ହିଂସାର ସମ୍ମୁଖୀନ ହୋଇଥିଲେ। ସମୟକ୍ରମେ ନିଜର ଓ ଭଉଣୀର ଜୀବନ ଜୀବିକାର ସୁରକ୍ଷା ନିଶ୍ଚିତ କରିବା ସକାଶେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଆଯାଉଥିବା ସୁରକ୍ଷା ପଦକ୍ଷେପରେ ସ୍ବେଚ୍ଛାସେବୀ ଭାବେ କାମ ଆରମ୍ଭ କରିଥିଲେ। ଏହିଠାରୁ ତାଙ୍କ ଜନସେବକ ହେବାର ପ୍ରବଳ ଇଚ୍ଛା ଆସିଥିଲା, ତାହାକୁ ସେ ସାକାର କରିଛନ୍ତି। ୨୦୧୦ରେ ସେ ଲାଡ୍‌ଲି ଫାଉଣ୍ଡେଶନ ଗଠନ କରି ବିପଜ୍ଜନକ ସ୍ଥିତିରେ ରହୁଥିବା ଝିଅ ଓ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କାମ ଆରମ୍ଭ କରିଥିଲେ। ଏହା ବାଲ୍ୟ ବିବାହକୁ ରୋକିବା ସହ ବାଳିକା ଶିକ୍ଷା ଉପରେ କାମ କରୁଛି। ଲାଡ୍‌ଲି ଫାଉଣ୍ଡେଶନ ମଧ୍ୟ କମ୍ପ୍ୟୁଟର ଲାବ କରି ଲକ୍ଷାଧିକ ପିଲାଙ୍କୁ ଶିକ୍ଷା ଦେଇସାରିଲାଣି। ଏହା ଏବେ ଭାରତ ତଥା ଭାରତ ବାହାରେ କାର୍ଯ୍ୟ ଜାରି ରଖିଛି। ଦେବେନ୍ଦ୍ରଙ୍କ ସ୍ତ୍ରୀ ପାଙ୍ଖୁରୀ ସିଂଘଲ ଏହି କାର୍ଯ୍ୟରେ ଦେବେନ୍ଦ୍ରଙ୍କୁ ସହଯୋଗ କରୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri