ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌ ଥିଲା, ସେତେବେଳେ ସରକାର ତୈଳ ବିପଣନ କମ୍ପାନୀ ଉପରେ ମୂଲ୍ୟ ହ୍ରାସ ପାଇଁ ସେଭଳି ଚାପ କାହିଁକି ପକାଉ ନ ଥିଲେ ବୋଲି ଏବେ ପ୍ରଶ୍ନ ହେବା ସ୍ବାଭାବିକ। ଏହା ସରକାରଙ୍କ ନୀତିଗତ ତ୍ରୁଟିକୁ ଦର୍ଶାଉଛି।

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୧୯ ମେ’ରେ ୯୬ ଟଙ୍କା ୭୦ ପଇସାରେ ପହଞ୍ଚତ୍ଛି, ଅର୍ଥାତ୍‌ ଏହା ୯୭ ଟଙ୍କା ନିକଟବର୍ତ୍ତୀ ହୋଇଗଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ବୃଦ୍ଧି ପାଇବା ଯୋଗୁ ଭାରତରେ ଗୋଟିଏ ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ଦୁଇ ଥର ବୃଦ୍ଧି କରାଯାଇ ଲିଟର ପିଛା ୩ ଟଙ୍କା ୯୦ ପଇସା ବଢ଼ାଇ ଦିଆଗଲାଣି। ଉଲ୍ଲେଖଯୋଗ୍ୟ, ଭାରତ ତା’ର ଇନ୍ଧନ ଚାହିଦାର ୮୫ ପ୍ରତିଶତରୁ ଅଧିକ ଆମଦାନୀ କରିବାକୁ ପଡ଼ୁଛି। ତେଣୁ ଭାରତରେ ଥିବା ବୈଦେଶିକ ମୁଦ୍ରା ଭଣ୍ଡାର ଦିନକୁ ଦିନ କମିବାରେ ଲାଗିଛି। ଘରୋଇ ଅର୍ଥନୈତିକ ଚାପକୁ ମୁକାବିଲା କରିବା ଲାଗି ଭାରତ ସରକାର ଧୀରେ ଧୀରେ ତୈଳ ଦର ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ଫଳରେ ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେବାରେ ଲାଗିଛି। ଏହିସବୁ କାରଣ ଯୋଗୁଁ ପାଇକାରୀ ଏବଂ ଖୁଚୁରା ବଜାରରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ର ବଡ଼ ପ୍ରଭାବ ପଡ଼ିଲାଣି। ଯଦି ହିସାବ ଦେଖାଯାଏ, ତେବେ ପାଇକାରୀ ମୂଲ୍ୟସୂଚୀ (ଡବ୍ଲ୍ୟୁପିଆଇ) ମାର୍ଚ୍ଚ ୨୦୨୬ରେ ଥିଲା ୩.୮୮ ପ୍ରତିଶତ।
ଏହା ଏପ୍ରିଲରେ ବଢ଼ି ହେଲା ୮.୩ ପ୍ରତିଶତ। ସେହିପରି ଖାଉଟି ମୂଲ୍ୟସୂଚୀ ଏପ୍ରିଲରେ ୩.୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମାର୍ଚ୍ଚରେ ଥିଲା ୩.୪୦ ପ୍ରତିଶତ। ପନିପରିବା, ଖାଇବା ତେଲ, ଡାଲିଜାତୀୟ ଶସ୍ୟ, ପ୍ୟାକେଜ ଖାଦ୍ୟ ଓ ଦୁଗ୍‌ଧଜାତୀୟ ଖାଦ୍ୟ ମୂଲ୍ୟ ବଢ଼ିବା ପରେ ଏବେ ଖାଉଟି ମୁଦ୍ରାସ୍ଫୀତି ୩.୪୮ରେ ପହଞ୍ଚତ୍ଛି। ଏହା ମାର୍ଚ୍ଚରେ ଥିଲା ୩.୪ ପ୍ରତିଶତ।
ଉପରୋକ୍ତ ସଙ୍କେତ ଦର୍ଶାଉଛି ଯେ, ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ସାମଗ୍ରିକ ଭାବେ ନୈରାଶ୍ୟଜନକ ହେବାକୁ ଯାଉଛି ଏବଂ ସାଧାରଣ ନାଗରିକଙ୍କ ପାଇଁ ଏକ ଆହ୍ବାନପୂର୍ଣ୍ଣ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି। ଇନ୍ଧନଜନିତ ଏହି କ୍ରମାଗତ ମହଙ୍ଗା ମାଡ଼ ପରିବହନ ଏବଂ ଯୋଗାଣ ଶୃଙ୍ଖଳ ଉପରେ ଏକ ଟିକସ ଭଳି କାମ କରୁଛି, ଯାହାଫଳରେ ଆଗକୁ ଉଭୟ ପାଇକାରୀ ଏବଂ ଖୁଚୁରା ବଜାରରେ ଆହୁରି ବଡ଼ ପ୍ରଭାବ ପଡ଼ିବା ନିଶ୍ଚିତ। ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌ ଥିଲା, ସେତେବେଳେ ସରକାର ତୈଳ ବିପଣନ କମ୍ପାନୀ ଉପରେ ମୂଲ୍ୟ ହ୍ରାସ ପାଇଁ ସେଭଳି ଚାପ କାହିଁକି ପକାଉ ନ ଥିଲେ ବୋଲି ଏବେ ପ୍ରଶ୍ନ ହେବା ସ୍ବାଭାବିକ। ଏହା ସରକାରଙ୍କ ନୀତିଗତ ତ୍ରୁଟିକୁ ଦର୍ଶାଉଛି।
ଏହା ବ୍ୟତୀତ ଭାରତ ତା’ର ଚାହିଦା ଅନୁଯାୟୀ ତୈଳ ଉଭୟ ରୁଷିଆ ଓ ଇରାନ୍‌ଠାରୁ କିଣିପାରୁଥିଲା। ରୁଷିଆ ସହିତ ଭାରତୀୟ ଟଙ୍କାରେ ତେଲ କିଣିବା ସହିତ ଇରାନ୍‌ଠାରୁ ବାକିରେ ମଧ୍ୟ ଖର୍ଦ୍ଦି କରାଯାଇପାରୁଥିଲା। ଆମେରିକାର ଚାପ ପଡ଼ିବା ଫଳରେ ଏହି ଦୁଇ ଦେଶ ସହିତ ଅଯଥାରେ ସମ୍ପର୍କ ବିଗାଡ଼ି ଦିଆଯାଇଥିଲା, ଯାହାକି ଭାରତର ବହିର୍ବ୍ୟାପାର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ବିଫଳତା ବୋଲି କୁହାଯାଇପାରେ। ଆଜିର ପରିସ୍ଥିତିକୁ ଦେଖିଲେ କେଉଁ କାରଣରୁ ରୁଷିଆ ସହିତ ସମ୍ପର୍କ ବିଚ୍ଛିନ୍ନ କରାଗଲା ବୁଝିବା କଷ୍ଟକର। ଅବଶ୍ୟ ଇସ୍ରାଏଲ ସହିତ ଅତି ଘନିଷ୍ଠ ହୋଇ ପାରମ୍ପରିକ ବନ୍ଧୁ ଇରାନ୍‌ ସହ ବନ୍ଧୁତ୍ୱ ଭାଙ୍ଗିଦିଆଯାଇଥିଲା। ଏହିଭଳି ଅନେକ ଗଭୀର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଆଜି ଭାରତ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ସ୍ତରରେ ଅସହାୟ ଓ ବନ୍ଧୁହୀନ ହୋଇପଡ଼ିଛି।
ଅନ୍ୟପକ୍ଷରେ ଭାରତରେ ବିଦେଶୀ ପୁଞ୍ଜିନିବେଶର ସ୍ଥିତି ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭଲ ଅଛି ବୋଲି ସରକାର କହୁଥିଲେ ହେଁ ବାସ୍ତବତାକୁ ଦେଖିଲେ ଓଲଟା ଫଳ ଦୃଶ୍ୟମାନ ହେଉଛି। ବିଗତ ଆର୍ଥିକ ବର୍ଷର ଶେଷ ଆଡ଼ୁ ଓ ଚଳିତ ଆର୍ଥିକବର୍ଷରେ ବିଦେଶୀ ପୁଞ୍ଜିନିବେଶକଙ୍କ ଦ୍ୱାରା ଭାରତୀୟ ଶେୟାର ବଜାରରୁ ବିପୁଳ ପରିମାଣରେ ଅର୍ଥ ଉଠାଣ କରି ନିଆଯିବା ଯୋଗୁ ପରୋକ୍ଷରେ ଏହା ଜାତୀୟ ଅର୍ଥନୀତି ପାଇଁ ହତୋତ୍ସାହଜନକ ସ୍ଥିତିି ସୃଷ୍ଟି କରିଛି। ତେଣୁ ନୀତିଗତ ନିଷ୍ପତ୍ତିରେ ତ୍ରୁଟି ରହିଲେ ଭାରତୀୟ ଅର୍ଥନୀତି ଆଗକୁ ଆହୁରି ବିଷମ ପରିସ୍ଥିତିର ସମ୍ମୁଖୀନ ହେବା ଜଳ ଜଳ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?