ଟଙ୍କା ୨ ଶହ ପାଇଁ ମାମୁଙ୍କ ମୃତ୍ୟୁର କାରଣ ସାଜିଲା ଭଣଜା

ଉମରକୋଟ, ୧୭।୧୧(ସ୍ବ.ପ୍ର.): ମାତ୍ର ୨ଶହ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କରିଛି ଭଣଜା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଧୁଙ୍ଗିଆପାଣି ଗ୍ରାମରେ। ମୃତକ ହେଲେ ଧୁଙ୍ଗିଆପାଣିର ରାଧବ ମାଝି। ପୋଲିସ ଅଭିଯୁକ୍ତ ଧନୁର୍ଜୟ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମୃତକଙ୍କ ପରିବାର ଲୋକଙ୍କ ସୂଚନାନୁଯାୟୀ, ରାଧବଙ୍କଠାରୁ ଧନୁର୍ଜୟ ୨୦୦ ଟଙ୍କା ପାଇବାର ଥିଲା। ଏହାକୁ ନେଇ ମଙ୍ଗଳବାର ରାତିରେ ଉଭୟ ମାମୁ ଓ ଭଣଜାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଧନୁର୍ଜୟ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ରାଧବଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ରାଧବଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ମୃତକଙ୍କ ଝିଅ ଓ ବୋହୂ ଅଭିଯୋଗ କରିଛନ୍ତି। ହତ୍ୟାକରି ଧନୁର୍ଜୟ ଘଟଣାସ୍ଥଳରୁ ଫେରାର ହେବା ସମୟରେ ଗ୍ରାମବାସୀ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଖବରପାଇ ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଲିସ ଏକ ମାମଲା (ନଂ. ୪୫୩/୨୧) ରୁଜୁକରି ଧନୁର୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଘର ବୁଲି ବହି ବାଣ୍ଟୁଛନ୍ତି ଶିକ୍ଷୟିତ୍ରୀ

କୋକସରା,୨୧।୪(ଡି.ଏନ୍‌.ଏ) – ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକସ୍ତରରୁ ଅଷ୍ଟମ ଶ୍ରେଣୀ ଯାଏ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ଘର ଘର ବୁଲି ଶିକ୍ଷୟିତ୍ରୀ/ଶିକ୍ଷକମାନେ ପୁସ୍ତକ ବଣ୍ଟନ...

ଆଜିଠାରୁ ଖୋଲିବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଶୁକ୍ରବାରଠାରୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଫଳରେ ଦୀର୍ଘ ଦେଢ଼ମାସ...

ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୩ା୨(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩...

ଜାନୁୟାରୀ ୨ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ରାଜନଗର,୨୦ା୧୨(ଡି.ଏନ.ଏ.): କୁମ୍ଭୀର ଗଣନା ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ଲାଗି ୧୦ ଦିନ ବନ୍ଦ ରହିବ। ୨୦୨୨ ଜାନୁୟାରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା...

୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟଖା, ପାନମସଲା ଜବତ

ଝାରସୁଗୁଡା ଅଫିସ,୨୨ା୪ – କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ତେବେ ଏହି ପରିସ୍ଥିତିରେ ଝାରସୁଗୁଡା ସହରର କେତେକ ଅସାଧୁ ବ୍ୟବସାୟୀ...

୭ ବର୍ଷ ହେଲା ରଶିରେ ବନ୍ଧା ଶୈଶବ

କୁନ୍ଦୁରା,୫ା୬(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦରମହକୁମାରୁ ୧ କି.ମି. ଦୂର କାଉଡିଆଗୁଡା ଗ୍ରାମରେ ସପରିବାର ରହନ୍ତି ବଳରାମ ପେଣ୍ଟିଆ। ସ୍ତ୍ରୀ ଲକ୍ଷ୍ମୀ, ୩ ପୁଅ...

ଏସ୍‌ସିବି ବୁଲିଲେ ଡବ୍ଲ୍ୟୁଏଚ୍‌ଓ ଟିମ୍‌: ଫନୀ କ୍ଷୟକ୍ଷତିର ଅନୁଧ୍ୟାନ, ଉଚ୍ଚସ୍ତରୀୟ ବୈଠକ

କଟକ ଅଫିସ, ୨୯।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଦୁଇଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଏସ୍‌ସିବି ମେଡିକାଲ ପରିଦର୍ଶନ କରିଛନ୍ତି। ସଂଗଠନର ନ୍ୟାଶନାଲ ପ୍ରଫେସନାଲ ଅଫିସର...

ପୁରୀ ବେଳାଭୂମିରେ ବୃହତ୍‌ ଥ୍ରୀଡି ବାଲୁକା ସାନ୍ତା କ୍ଲଜ: ଗୋ ଗ୍ରୀନ୍‌ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ

ପୁରୀ ଅଫିସ, ୨୪ା୧୨: ପବିତ୍ର ବଡ଼ଦିନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି...

Advertisement
Archives

Model This Week