Posted inଜାତୀୟ

ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୪ ଆତଙ୍କବାଦୀ। ଦକ୍ଷିଣ କଶ୍ମୀରର ଗୋପାଲପୋରା ଓ ପୋମବାଇ ଗାଁରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ଆତଙ୍କବାଦୀ ସଂଗଠନ ରେଜିଷ୍ଟାନ୍ସ ଫୋର୍ସ (ଟିଆର୍‌ଏଫ୍‌) କମାଣ୍ଡର ଅଫାକ୍‌ ସିକନ୍ଦର।

ଗତ ସୋମବାର ଶ୍ରୀନଗରର ହାଇଡରପୋରା ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ସହ ନିହତ ହୋଇଥିଲେ ଦୁଇ ସାଧାରଣ ନାଗରିକ। ପୋଲିସ ଉଭୟଙ୍କୁ ଆତଙ୍କବାଦୀଙ୍କ ସହାୟକ କହୁଥିବା ବେଳେ ଏହାକୁ ମୃତକଙ୍କ ପରିବାର ସଦସ୍ୟ ଖଣ୍ଡନ କରିବାରୁ ବିବାଦ ସୃଷ୍ଟି ହୋଇଛି। ଅନ୍ତିମ ସଂସ୍କାର ପାଇଁ ସେମାନେ ମୃତକଙ୍କ ମୃତଦେହ ଦାବି କରିଥିଲେ। କିନ୍ତୁ ଆଇନ ଓ ଶୃଙ୍ଖଳା ପରିସ୍ଥିତି କାରଣରୁ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇ ପାରିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ସେହି ଏନ୍‌କାଉଣ୍ଟର ପୂର୍ବରୁ ଲସ୍କର-ଇ-ତୋଇବା (ଏଲ୍‌ଇଟି)ର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ୨ଟି ଆଇଇଡି ବୋମା ମିଳିଥିଲା। ଫଳରେ ଉପତ୍ୟାକାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ରୋକା ଯାଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ବଡ ଖବର, ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଥରୁର

ନୂଆଦିଲ୍ଲୀ,୨ ।୯: କଂଗ୍ରେସର ସଙ୍କଟ ଶେଷ ହେଉନାହିଁ । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଟଣାଭିଡା ଆରମ୍ଭ ହୋଇଗଲାଣି । ସମସ୍ତ ଅସ୍ତୁଷ୍ଟ ନେତାଙ୍କ...

ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ: ଭାଜପା ନେତା

ଲକ୍ଷ୍ନୌ,୨।୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ। ସେ କହିଛନ୍ତି, ଅଖିଳେଶ ପାକିସ୍ତାନ...

ହରିୟାଣାରେ ଜାରି ହେଲା କୋଭିଡ ଗାଇଡ୍‌ଲାଇନ୍‌

ହରିୟାଣା,୩।୪: ଦେଶରେ ପୁଣି ଥରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ହରିୟାଣାରେ ବର୍ଦ୍ଧିତ କରୋନା ମାମଲା ସରକାରଙ୍କ ଚିନ୍ତା ବଢ଼ାଇଛି।...

ରିଜିଜୁଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା: କହିଲେ ବିଫଳ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୫ : ଗୁରୁବାର ସକାଳେ କିରେନ ରିଜିଜୁଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଆଇନ ମନ୍ତ୍ରଣାଳୟର ହଟାଯାଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।...

ଗଳାକାଟି ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ…

ବିଜାପୁର, ୨୯।୬ : ଛତିଶଗଡର ବିଜାପୁର ଜିଲାରେ ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ମାଓପ୍ରବଣ ଗାଁର ସରପଞ୍ଚଙ୍କୁ ତୀକ୍ଷ୍‌ଣ ଅସ୍ତ୍ରରେ ଗଳା କାଟି...

ଧାର୍ମିକ-ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ନିଷ୍ପତ୍ତି ରାଜ୍ୟ ଅନୁସାରେ ହେବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୮।୮ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଦୋହରାଇଛନ୍ତି ଯେ ଧାର୍ମିକ ତଥା ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ମାନ୍ୟତା ରାଜ୍ୟ ଅନୁଯାୟୀ ନିଷ୍ପତ୍ତି...

ପ୍ରବଳ ବର୍ଷା: ସ୍କୁଲରେ ଫଶିରହିଛନ୍ତିି ୩୫୦ ଛାତ୍ରୀଛାତ୍ର, ୫୦ ଶିକ୍ଷକ

ଜୟପୁର,୧୫।୯:ରାଜସ୍ଥାନର ଚିତୌଡଗଡରେ ଜିଲାରେ ଦୁଇଦିନ ହେଲା ଲଗାତାର ବର୍ଷା ହେଉଛି।ଫଳରେ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍କୁଲ ଏବଂ ଅଫିସ୍‌ରେ ପାଣି ପଶିଯାଇଛି। ଫଳରେ ଜିଲାର...

ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ଲିଭର ଉପହାର ଦେଲେ ପତ୍ନୀ

ଥିରୁଭାନନ୍ତପୁରମ,୧୫।୨: ପ୍ରେମର ପ୍ରତୀକ ଭାବେ ଭାଲେଣ୍ଟାଇନ୍ସ ଡେ’କୁ ଜଣାଯାଏ। ପ୍ରେମୀଯୁଗଳମାନେ ଏହି ଦିନକୁ ବେଶ୍‌ ଉଲ୍ଲାସ ସହ ପାଳନ କରିବା ସହ ନିଜର ମନର ଭାବନାକୁ...

Advertisement
Archives

Model This Week