Posted inଜାତୀୟ

ବୋଲେରୋରେ ମଦ ଚାମ୍ବର, ଏମିତି ହେଲା ପର୍ଦ୍ଦାଫାସ

ଲକ୍ଷ୍ନୌ,୩୧ା୭: ଜଣେ ନେପାଳୀ ଯୁବକଙ୍କୁ ଉତ୍ତରପ୍ରଦେଶର ଚନ୍ଦୋଲି ପୋଲିସ ମଦ ଚାଲାଣ ଅଭିଯୋଗରେ ଗିରଫ କରିଛି। ମାତ୍ର ଯୁବକଙ୍କ ବୁଦ୍ଧିକୁ ଦେଖି ପୋଲିସର ଅକଲ ଗୁଡୁମ୍‌ ହୋଇଯାଇଥିଲା। କାରଣ ଯୁବକ ଜଣକ ଏକ ଭିନ୍ନ ତରିକାରେ ମଦ ଚୋରା ଚାଲାଣ କରୁଥିଲେ।


ଏକ ବୋଲେରୋ ଛାତରେ ଗୁପ୍ତ ଭାବରେ ଚାମ୍ବର କରି ଏଥିରେ ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଲୁଚାଇ ରଖିଥିଲେ ଏହି ଯୁବକ। ଏହି ମଦକୁ ସେ ବିହାରରେ ଚୋରାରେ ବିକ୍ରି କରୁଥିଲେ। ପୋଲିସ ଏହି ମାମଲାରେ ନେପାଳୀ ଯୁବକଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି।


ବିହାରରେ ମଦ ବିକ୍ରି ଉପରେ କଟକଣା ଥିଲେ ମଧ୍ୟ ଅନ୍ୟ ରାଜ୍ୟରୁ ଏଠାକୁ ମଦ କାରବାର ପ୍ରକ୍ରିୟା ଜାରି ରହିଛି। ଉତ୍ତରପ୍ରଦେଶ- ବିହାର ସୀମା ଅତିକ୍ରମ କରି ବିହାରରେ ମଦ କାରବାର ହେଉଥିବା ପୋଲିସ ସୂଚନା ପାଇବା ପରେ ଏହା ଉପରେ କଡ଼ା ନଜର ରଖିଥିଲା। ଉତ୍ତରପ୍ରଦେଶ -ବିହାର ସୀମା ଦେଇ ଯାଉଥିବା ଏହି ବୋଲେରୋର ପିଛା କରିଥିଲା ପୋଲିସ। ପରେ ଏହାକୁ ଜବତ କରି ଥାନାକୁ ଆଣିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବ କାହିଁକି ଦିଅନ୍ତି ଇରାନୀ ବାଚସ୍ପତି? ମୋଜତାବା ଖାମେନେଇ କିମ୍ବା ଆରାଘଚି କାହିଁକି ନୁହଁନ୍ତି? ଜାଣନ୍ତୁ…

ତେହରାନ,୯।୭: ଇରାନ-ଆମେରିକା ବିବାଦରେ ଏକ ସ୍ବତନ୍ତ୍ର ନମୁନା ଦେଖାଦେଇଛି: ଯେତେବେଳେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ କଡ଼ା ବିବୃତ୍ତି ଦିଅନ୍ତି, ସେତେବେଳେ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri