ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି

ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪) ଆନ୍ଧ୍ରର ଶ୍ରୀକାକୁଲମ ଜିଲା ପାର୍ବତୀପୁରମର ତାଙ୍କ ସ୍ବାମୀ ସନ୍ତୋଷ ସାହୁ(୪୬), ପୁଅ ସ୍ପନ୍ଦନ ସାହୁ(୧୮), ଝିଅ ସ୍ୟାନା କୁମାରୀ ସାହୁ(୧୩)ଙ୍କ ମୃତ୍ୟୁ ଘଟିଛି। ସେ ଦିଗପହଣ୍ଡି ବଡ଼ଦାଣ୍ଡ ସାହିର ଉପେନ୍ଦ୍ର ସାହୁଙ୍କ ଭାଣିଜୀ ସୁରଭିଙ୍କୁ ବିବାହ କରିଥିଲେ। ଦିଗପହଣ୍ଡିସ୍ଥିତ ମାମୁଘରେ ତାଙ୍କ ନିର୍ବନ୍ଧ ଭୋଜି ହୋଇଥିଲା। ବିଶାଖାପାଟଣାର ଏକ ହୋଟେଲରେ ତାଙ୍କ ବିବାହ ଉତ୍ସବ କରାଯାଇଥିଲା। ସେମାନେ ଲଣ୍ଡନର ସ୍ଥାୟୀ ବାସିନ୍ଦା ଅଟନ୍ତି। ସନ୍ତୋଷ ଲଣ୍ଡନରେ ଏକ ଆଇଟି କମ୍ପାନୀର ମାଲିକ ଅଟନ୍ତି। ପୁଅ ସ୍ପନ୍ଦନ ଲଣ୍ଡନର ଗୁଇଲଡ଼ଫୋର୍ଡସ୍ଥିତ ରୟାଲ ଗ୍ରାମର ସ୍କୁଲର ମନସ୍ତତ୍ତ୍ୱ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗର ଏ – ଲେଭଲ କୋର୍ସରେ ଅଧ୍ୟୟନ କରୁଥିଲେ। ସେ ବିଶ୍ୱବିଦ୍ୟାଳୟର ହକି ଓ କ୍ରିକେଟ ଟିମ୍‌ର ସଦସ୍ୟ ଥିଲେ। ସନ୍ତୋଷ ପରିବାର ସହ ଗତ ୫ ତାରିଖରେ ଲଣ୍ଡନରୁ ମୁମ୍ବାଇସ୍ଥିତ ଶ୍ବଶୁର ଘରକୁ ଆସିଥିଲେ। ସେଠାରେ କିଛିଦିନ ରହିବା ପରେ ଗତ ୧୯ ତାରିଖରେ ରାମକୃଷ୍ଣ ଅଧିକାରୀଙ୍କ ମାଲିକାନାରେ ଚାଲିଥିବା ଏକ ଟ୍ରାଭେଲ ଏଜେନ୍ସି ଜରିଆରେ ପ୍ରାୟ ୩୩ ପର୍ଯ୍ୟଟକ ଟିମ୍‌ରେ ମାନସସରୋବର ବୁଲିବାକୁ ଯାଇଥିଲେ। ଗତ ବୁଧବାର ସକାଳ ପ୍ରାୟ ସାଢେ ୮ ଟାରେ ସେମାନେ ନେପାଳର ରୁସୁଓ୍ବାଗଢ଼ି ଠାରେ ଥିବା ହୋଟେଲ୍‌ରେ ଜଳଖିଆ ଖାଉଥିବା ବେଳେ ସନ୍ତୋଷ ତାଙ୍କ ପରିବାର ସଦସ୍ୟଙ୍କ ସହ ବନ୍ୟା ପାଣିରେ ଭାସି ଯାଇଥିବା ଜଣାପଡିଛି। ମନ୍ମଥ ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟରରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିବା ପରେ ମୁମ୍ବାଇରେ ରହୁଥିଲେ। ପୁଅ ଜିତେନ୍ଦ୍ର ପାଢ଼ୀ ଓ ଝିଅ ସୁରଭିଙ୍କ ବାଲ୍ୟଜୀବନ ମୁମ୍ବାଇରେ କଟିଥିଲା। ସେଠାରେ ହିଁ ସୁରଭି ପାଠ ପଢୁଥିଲେ। ସୁରଭି ପାର୍ବତୀପରମର ଅବସରପ୍ରାପ୍ତ ରେଞ୍ଜର ସୁବାସ ସାହୁଙ୍କ ବଡ଼ପୁଅ ସନ୍ତୋଷଙ୍କୁ ବିବାହ କରିବା ପରେ ଲଣ୍ଡନରେ ରହୁଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଆସନ୍ତା ୨ ଦିନ ଯାଏ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୩୧ା୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ସୋମବାର ଭୋର ୫ଟା ୩୦ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆସନ୍ତା…

ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ଘରୁ ତଲାସୀ ବେଳେ ମିଳିଲା ୭.୨୯ ଲକ୍ଷ ଟଙ୍କା, ୩୦୦ ଗ୍ରାମ ସୁନା ଗହଣା

କେନ୍ଦୁଝର,୩୧।୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସାରେ, କେନ୍ଦୁଝରର ଜିଲା ଶ୍ରମ ଅଧିକାରୀ, ଆକାଶ ବିଶୋଇ ଜଣେ ବୈଦ୍ୟୁତିକ ଠିକାଦାରଙ୍କ ଠାରୁ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri