ପାଟଣାରେ ‘ନଜର ଓଡ଼ିଶା’ ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ ଲୋକାର୍ପିତ

ପାଟଣା, ୩୧ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆନନ୍ଦେଶ୍ୱର ଶିବମନ୍ଦିର କଲ୍ୟାଣମଣ୍ଡପରେ ରବିବାର ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ ‘ନଜର ଓଡ଼ିଶା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ବରିଷ୍ଠ ଖବରଦାତା ନୃସିଂହ ନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ‘ନଜର ଓଡ଼ିଶା’ର ଲୋଗୋ ଉନ୍ମୋଚନ କରିଥିଲେ।
ଏହି ଅବସରରେ ବିଧାୟକ ନାଏକ କହିଥିଲେ, ଗଣମାଧ୍ୟମ ପ୍ରତିନିଧିମାନେ ପାଟଣା ଅଞ୍ଚଳର ବିକାଶ ପାଇଁ ନିର୍ଭୀକ ଓ ନିରପେକ୍ଷ ଭାବେ ଖବର ପରିବେଷଣ କରିବା ଆବଶ୍ୟକ। ଏଥିସହ ଲୋକଙ୍କ ବୃହତ୍ତର ସ୍ବାର୍ଥ ସମ୍ବଳିତ ଖବରକୁ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ, ବଡ଼ପାଟଣା ସରପଞ୍ଚ ବିନତୀ ବାନରା, ସାମାଜିକ କର୍ମୀ ଅଜୟ କୁମାର ଦାଶ, ସନାତନ ଦାଶ ଓ ଲକ୍ଷ୍ମଣ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।
‘ନଜର ଓଡ଼ିଶା’ର ମୁଖ୍ୟ ପରିଚାଳକ ଯୁବ ଖବରଦାତା ବିଜୟରତ୍ନ ପତି ଓ ପ୍ରତିଷ୍ଠାତା ସମ୍ପାଦକ ପାର୍ଥସାରଥୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବରେ ବରିଷ୍ଠ ଖବରଦାତା କିଶୋର ଚନ୍ଦ୍ର ମହାନ୍ତ, ସନ୍ତୋଷ କୁମାର ପତି, ସାମାଜିକ କର୍ମୀ ଯୁଗଳ କିଶୋର ଦାଶ, ଶିବନାରାୟଣ ମିଶ୍ର, ଯତୀନ୍ଦ୍ର ସେଠୀ, ଭୂତ ମହାନ୍ତ, ଖବରଦାତା କାମିନୀକାନ୍ତ ଦ୍ୱିବେଦୀ, ରଞ୍ଜନ କୁମାର ବାରିକ, ଦଶରଥ ବାରିକ, ନିଶିକାନ୍ତ ବେହେରା, ରତୀରଞ୍ଜନ ମହାନ୍ତ, ଜିତେନ୍ଦ୍ର ସେଠୀ, ରବୀନ୍ଦ୍ର କୁମାର ପୃଷ୍ଟି, ଉଗ୍ରସେନ ପୃଷ୍ଟୀ, ବିଜୟ କୁମାର କାରୁଆଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ଘରୁ ତଲାସୀ ବେଳେ ମିଳିଲା ୭.୨୯ ଲକ୍ଷ ଟଙ୍କା, ୩୦୦ ଗ୍ରାମ ସୁନା ଗହଣା

କେନ୍ଦୁଝର,୩୧।୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସାରେ, କେନ୍ଦୁଝରର ଜିଲା ଶ୍ରମ ଅଧିକାରୀ, ଆକାଶ ବିଶୋଇ ଜଣେ ବୈଦ୍ୟୁତିକ ଠିକାଦାରଙ୍କ ଠାରୁ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri