କେନ୍ଦୁଝର,୩୧।୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସାରେ, କେନ୍ଦୁଝରର ଜିଲା ଶ୍ରମ ଅଧିକାରୀ, ଆକାଶ ବିଶୋଇ ଜଣେ ବୈଦ୍ୟୁତିକ ଠିକାଦାରଙ୍କ ଠାରୁ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିଲା। ଏହାକୁ ନେଇ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଶ୍ରୀ ବିଶୋଇଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ କରାଯାଇଥିଲା। ତଲାସୀ ସମୟରେ, କେନ୍ଦୁଝରରେ ଥିବା ତାଙ୍କ ସରକାରୀ ଆବାସିକ କ୍ୱାର୍ଟରରୁ ୭,୨୯,୨୦୦ ଟଙ୍କା ନଗଦ ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଏହା ସହିତ, ପ୍ରାୟ ୩୦୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରିଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

