Posted inଖେଳ

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଶେଫାଳୀ ବର୍ମା ୬୪ ରନ୍‌ର ଦମଦାର ଇନିଂସ ଖେଳିଥିବା ବେଳେ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ମ୍ୟାଚ୍‌ରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ବଡ଼ ଇନିଂସ ଖେଳିପାରିନଥିଲେ ମଧ୍ୟ ଏକ ବଡ଼ ଅନ୍ତର୍ଜାତୀୟ ରେକର୍ଡ ନିଜ ନାମରେ କରିଛନ୍ତି।

ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ୧୦ଟି ବଲ୍‌ରେ ୧୯ ରନ୍‌ କରିଥିଲେ। ଏହି ଇନିଂସ ଅବସରରେ ସେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ରନ୍‌ କରିଥିବା ମହିଳା କ୍ରିକେଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି।ବେଟ୍ସଙ୍କୁ ଟପିବା ପାଇଁ ମନ୍ଧାନାଙ୍କୁ ମାତ୍ର ୪ ରନ୍‌ ଆବଶ୍ୟକ ଥିଲା। ଫନିତା ମାୟାଙ୍କ ବଲ୍‌ରେ ଚୌକା ମାରି ସେ ଏହି ରେକର୍ଡ ହାସଲ କରିଥିଲେ। ମନ୍ଧାନାଙ୍କ ନାମରେ ଏବେ ମୋଟ ୧୦,୭୫୬ ଅନ୍ତର୍ଜାତୀୟ ରନ୍‌ ରହିଛି।

ଅନ୍ତର୍ଜାତୀୟ ମହିଳା କ୍ରିକେଟ୍‌ରେ ସର୍ବାଧିକ ରନ୍‌ କରିବାରେ ଏବେ ମଧ୍ୟ ଭାରତର ପୂର୍ବତନ ଦିଗ୍ଗଜ ମିତାଲି ରାଜ ପ୍ରଥମ ସ୍ଥାନରେ ଅଛନ୍ତି। ମିତାଲିଙ୍କ ନାମରେ ୧୦,୮୬୮ ରନ୍‌ ରହିଛି। ମନ୍ଧାନା ଏବେ ତାଙ୍କଠାରୁ ମାତ୍ର ୧୧୨ ରନ୍‌ ପଛରେ ଅଛନ୍ତି। ତେଣୁ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ମନ୍ଧାନା ମିତାଲିଙ୍କ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଏହି ତାଲିକାରେ ସୁଜି ବେଟ୍ସ ଏବେ ତୃତୀୟ ସ୍ଥାନରେ ଥିବା ବେଳେ ଚାର୍ଲୋଟ୍‌ ଏଡୱାର୍ଡ୍ସ ଏବଂ ଷ୍ଟେଫାନି ଟେଲର ପରବର୍ତ୍ତୀ ସ୍ଥାନରେ ଅଛନ୍ତି।

ସ୍ମୃତି ମନ୍ଧାନା ଏପର୍ଯ୍ୟନ୍ତ ଭାରତ ପାଇଁ ୩୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୯ଟି ଟେଷ୍ଟରେ ୭୮୮ ରନ୍‌, ୧୨୦ଟି ଦିନିକିଆରେ ୫,୪୧୧ ରନ୍‌ ଏବଂ ୧୭୨ଟି ଟି-୨୦ରେ ୪,୫୫୭ ରନ୍‌ କରିଛନ୍ତି। ତାଙ୍କ ମୋଟ ଅନ୍ତର୍ଜାତୀୟ ରନ୍‌ ସଂଖ୍ୟା ୧୦,୭୫୬ରେ ପହଞ୍ଚିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?