ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮

ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ଜଳବାୟୁ ସମ୍ପର୍କ ଭାଙ୍ଗିବାରେ ଲାଗିଛି। ‘ନେଚର କମ୍ୟୁନିକେଶନ୍ସ’ ଜର୍ନାଲରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଗବେଷକଙ୍କ ଅନୁସାରେ, ପ୍ରଶାନ୍ତ ମହାସାଗରର ବାୟୁମଣ୍ଡଳୀୟ ପ୍ରବାହ ଏବଂ ଭାରତୀୟ ମହାସାଗରର ତାପମାତ୍ରା ମଧ୍ୟରେ ଥିବା ସମ୍ପର୍କ ଗତ କିଛି ଦଶନ୍ଧି ମଧ୍ୟରେ ନାଟକୀୟ ଭାବେ ବଦଳିଯାଇଛି। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ଉତ୍ତାପ ବା ବାୟୁମଣ୍ଡଳୀୟ ପରିବର୍ତ୍ତନ ଘଟିଲେ, ତାହାର ପ୍ରଭାବ ବାୟୁମଣ୍ଡଳ ମାଧ୍ୟମରେ ବହୁ ହଜାର କିଲୋମିଟର ଦୂରରେ ଥିବା ଭାରତୀୟ ମହାସାଗର ଉପରେ ପଡ଼ିଥାଏ। ଏହି ଦୁଇ ମହାସାଗରର ସମ୍ପର୍କ ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆ ଭଳି ଜନବହୁଳ ଅଞ୍ଚଳରେ ବର୍ଷା ଓ ପାଣିପାଗ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ବୃଦ୍ଧି ଯୋଗୁ ୧୯୫୦ ମସିହା ପରଠାରୁ ଭାରତୀୟ ମହାସାଗରର ତାପମାତ୍ରା ପ୍ରତି ଦଶନ୍ଧିରେ ପ୍ରାୟ ୦.୧ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଉଛି। ଅପରପକ୍ଷରେ, ୧୯୮୦ ଦଶକରୁ ପ୍ରଶାନ୍ତ ମହାସାଗରର ବାୟୁମଣ୍ଡଳୀୟ ସଂଚାଳନ ଅଧିକ ଶକ୍ତିଶାଳୀ ହୋଇଛି।
ଫଳରେ ଏହି ଦୁଇ ମହାସାଗର ମଧ୍ୟରେ ଥିବା ସାଧାରଣ ସମ୍ପର୍କ ଓଲଟପାଲଟ ହୋଇଯାଇଛି ଏବଂ ଭାରତୀୟ ମହାସାଗର ଆଉ ପୂର୍ବପରି ପ୍ରଶାନ୍ତ ମହାସାଗରର ସଙ୍କେତକୁ ଅନୁସରଣ କରୁନାହିଁ।
‘ଉଡ୍ସ ହୋଲ୍‌ ଓସେନୋଗ୍ରାଫିକ ଇନ୍‌ଷ୍ଟିଚ୍ୟୁଶନ’ର ଜଳବାୟୁ ବୈଜ୍ଞାନିକ କ୍ୟାରୋଲିନ ଉମେନ୍‌ହୋଫର୍‌ କହିଛନ୍ତି, ମାନବକୃତ ପ୍ରଦୂଷଣ ଓ ବିଶ୍ୱ ଉତ୍ତାପ ବୃଦ୍ଧି ଯୋଗୁ ପ୍ରଶାନ୍ତ ମହାସାଗରର ପ୍ରାକୃତିକ ପ୍ରଭାବ ଭାରତୀୟ ମହାସାଗର ଉପରୁ ହ୍ରାସ ପାଉଛି। ‘ୟୁନିଭର୍ସିଟି ଅଫ୍‌ କୋଲୋରାଡୋ ବୋଲଡର୍‌’ର ମୁଖ୍ୟ ଗବେଷକ ଶନ ୱାଙ୍ଗ ଏବଂ ତାଙ୍କ ଟିମ୍‌ ସମୁଦ୍ରର କୋରାଲ (ଶୈବାଳ/ପ୍ରବାଳ), ବୃକ୍ଷର ବଳୟ ଏବଂ ଗୁମ୍ଫାର ଆକ୍ୱାଟିକ ରେକର୍ଡ ସାହାଯ୍ୟରେ ୧୬୩୧ରୁ ୧୯୯୦ ମସିହା ପର୍ଯ୍ୟନ୍ତ (ପ୍ରାୟ ୪୦୦ ବର୍ଷର) ଜଳବାୟୁ ଇତିହାସ ଗବେଷଣା କରିଥିଲେ। ୧୮୧୦ରୁ ୧୮୫୦ ମସିହା ମଧ୍ୟରେ ଅନେକ ଆଗ୍ନେୟଗିରି ଉଦ୍‌ଗିରଣ (ଯେପରିକି ୧୮୧୫ରେ ଇଣ୍ଡୋନେସିଆର ମାଉଣ୍ଟ ତାମ୍ବୋରା ଆଗ୍ନେୟଗିରି ଉଦ୍‌ଗିରଣ) ଯୋଗୁ ଏହି ସମ୍ପର୍କ କିଛି ସମୟ ପାଇଁ ଦୁର୍ବଳ ହୋଇଥିଲା। କିନ୍ତୁ ବର୍ତ୍ତମାନର ସ୍ଥିତି ୧୯୪୫ରୁ ୨୦୨୫ ମଧ୍ୟରେ ଯେଉଁ ସ୍ତରରେ ପହଞ୍ଚିଛି, ତାହା ଗତ ୧୦୦୦ ବର୍ଷ ମଧ୍ୟରେ ସବୁଠାରୁ ଅସାଧାରଣ। ଦୁଇ ମହାସାଗର ମଧ୍ୟରେ ଥିବା ସ୍ଥିର ସମ୍ପର୍କ ଦ୍ୱାରା ବୈଜ୍ଞାନିକମାନେ ଆଗୁଆ ବର୍ଷା, ଖରା ଓ ଜଳବାୟୁ ଆକଳନ (ପୂର୍ବାନୁମାନ) କରିପାରୁଥିଲେ। ଏହି ସମ୍ପର୍କ ଭାଙ୍ଗିଯିବା ଫଳରେ ଭବିଷ୍ୟତରେ ଜଳସମ୍ପଦ ପରିଚାଳନା, କୃଷି ଓ ଜଳବାୟୁ ବିପଦ ଆକଳନ କରିବା ଅତ୍ୟନ୍ତ ଜଟିଳ ହୋଇପଡ଼ିବ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri