କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏ୍ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଛି। ପ୍ରାରମ୍ଭିକ ଭାଷଣରେ ଅଧ୍ୟକ୍ଷ କହିଛନ୍ତି, ବିଦ୍ୟୁତ୍ ମାସକୁ ୩ ଲକ୍ଷ ଖର୍ଚ୍ଚ ହେଉଛି। ସଫେଇ କାମରେ ବିଭିନ୍ନ ଓ୍ବାର୍ଡ୍ରେ ଫି’ ଦେଉନାହାନ୍ତି। ବଗାଡ଼ରେ ପାନୀୟଜଳର ସୁବିଧା କରାଯାଇଛି। ଶ୍ମଶାନ ଘାଟ ନିର୍ମାଣ ହୋଇଛି କିଛି ଦିନ ପରେ ଉଦ୍ଘାଟନ କରାଯିବ। କେତେକ ଓ୍ବାର୍ଡରେ ଲୋକେ ଟ୍ୟାକ୍ସ ଦେଉ ନାହାନ୍ତିି। ଯାହାଫଳରେ ସହରୀକରଣ ଦିଗରେ କିମ୍ବା ଏନ୍ଏସିର ବିକାଶ କ୍ଷେତ୍ରରେ ସମସ୍ୟା ହେଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ମତପ୍ରକାଶ କରିଥିଲେ। କ୍ଷମତା ବିକେନ୍ଦ୍ର କରିବା ପାଇଁ ଏନ୍ଏସି ଗଠନ କରାଯାଇଥିଲା କିନ୍ତୁ ତୃଣମୂଳ ସ୍ତରରେ ଯେଉଁ ସମସ୍ୟା ଅଛି, ତାକୁ ଏହି ପାରିଷଦ ବୃନ୍ଦ ଦ୍ୱାରା ସମାଧାନ କରାଯାଇଥାଏ। ଏହି ଦିବସକୁ ସୁଦୃଢ କରିବା ପାଇଁ ଏନ୍ଏ୍ସିକୁ ସମସ୍ତ ଟ୍ୟାକ୍ସ ଦେବା ଉଚିତ। ନିଜ ଶାସନକୁ ବିକେନ୍ଦ୍ର କରିବା ସହ ନିଜ ସମସ୍ୟା ଦୂର କରିବା ଏନ୍ଏସିର କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।
ପରିଶେଷରେ ଏନ୍ଏସି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ସମସ୍ତ କାଉନସିଲର ଅଂଶଗ୍ରହଣ କରିଥିଲେ। ରାଜ୍ୟ ସ୍ତରୀୟ ସମାରୋହ ଭିଡିଓ କନ୍ଫ୍ରେନ୍ସ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏନ୍ଏ୍ସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ନୃସିଂହ ବେହେରା।

