ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ ଦାରିଙ୍ଗବାଡ଼ି ଗସ୍ତରେ ରହିଥିବାବେଳେ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେ ନବମ ଓ ଦଶମ ଶ୍ରେଣୀ କକ୍ଷକୁ ଯାଇ ଛାତ୍ରୀଛାତ୍ରଙ୍କୁ ପାଠ ସମ୍ପର୍କରେ ପଚାରି ବୁଝିବା ସହ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବୋର୍ଡ ପରୀକ୍ଷା ପ୍ରସ୍ତୁତି ଓ ପରୀକ୍ଷା ଚାଲିଥିବାବେଳେ ଜିଲାପାଳ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ଦଶମରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ କ୍ୟାରିୟର ସମ୍ପର୍କରେ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ। ପରେ ସେ ବିଦ୍ୟାଳୟ ପରିସର ଛାତ୍ରାବାସ, ମଧ୍ୟାହ୍ନଭୋଜନ ରୋଷଶାଳ ଓ ସ୍ମାର୍ଟ କ୍ଲାସ ରୁମ୍ ପରିଦର୍ଶନ କରିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଦାରିଙ୍ଗବାଡ଼ି ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେବାକୁ ଗସ୍ତ କରିଥିଲେ।

