ପଡ଼ିଶା ଘର

ଆପଣଙ୍କ ଘରର ଏପଟ ସେପଟ କେହି ରହୁ ନାହାନ୍ତି। ଫାଙ୍କା ପଡ଼ିଛି। ଜାଣ ଖୁବ୍‌ ଭଲ ହୋଇଛି। ଆପଣ ସହରରେ ରହୁଛନ୍ତି। ଦୁଇ ପଟର ପଡ଼ୋଶୀ ଜାଣି ଅଜଣା ଭଳି ରହୁଛନ୍ତି। ଦେଖିଲେ ବି ଦାନ୍ତ ନିକୁଟିବାକୁ କାର୍ପଣ୍ୟ ପ୍ରଦର୍ଶନ କରୁଛନ୍ତି। କଥା ଦି’ ପଦ ହେବାକୁ ଆଦୌ ଇଚ୍ଛା ନାହଁି। ଅତି ଉତ୍ତମ। ଆପଣଙ୍କ ଜୀବନ ସୁଖମୟ ହେବ। ନ ହେଲେ ଦୈନନ୍ଦିନ ଜୀବନ ଅସହ୍ୟ ହୋଇପଡ଼ିବ। ଆପଣ ତିଆରି କରିଥିବା ଘରର ଦୁଇ ପାଖ ହେଉ କି ଆଗପଛ ଯଦି ପଡ଼ୋଶୀ ଅଛନ୍ତି ଆଉ ଆପଣଙ୍କ ସହ ଭାବ ପୀରତି ବଢଉଛନ୍ତି , ତେବେ ଜାଣିରଖନ୍ତୁ ଆଗକୁ ମସ୍ତବଡ଼ କିଳାକୁ ଆମନ୍ତ୍ରଣ କରୁଛନ୍ତି। ମାନେ ବିପଦ ଆପଣଙ୍କ ଚାରିପଟେ ଘେରିହୋଇ ରହିଛି। ଏଇ ଯେଉଁଭାବ ପଡ଼ିଶା ଘର ତିଆରି କରୁଛନ୍ତି ଦିନେ ନା ଦିନେ ସବୁ ପୋଛି ନେଇଯିବେ ଅକାରଣରେ। ଏମିତି ସର୍ତକବାଣୀ ଦେଲି ବୋଲି ଆପଣମାନେ ଏବେ ନିଶ୍ଚେ ମୋ ଉପରେ କଟମଟ ହେଉଥିବେ ନ ହେଲେ ଡରି ଯାଇଥିବେ। ସେକଥା ନୁହେଁ। ଆପଣ ଟିକେ ଏଥର ଥୟ ଧରି ଭାବନ୍ତୁ। ସତରେ ଆପଣଙ୍କ ପଡ଼ୋଶୀ ଘର ଭଲ ଲୋକ କି! ଆପଣଙ୍କ ଦୁଃଖସୁଖରେ ସମଭାବ ଦେଖାଉଛନ୍ତି। ଆଜିର ପଡ଼ିଶା ଘର ବଡ଼ବିଚିତ୍ର। କାରଣ ପ୍ରଥମରୁ ହିଁ ଆପଣଙ୍କ ସହ ତାଙ୍କର ବଇରି ବୋଲି ଦେଖାଇ ଗୋଟେ ପାଚେରି ଚାରିପଟେ ଘୂରେଇ ଦେଇଥିବେ। ସୁରକ୍ଷା ବଳୟ। ତୁମର ଆମର ଯୋଡି ସୁନ୍ଦର, ହେଲେ ଟିକେ ଦୂରରେ ରହୁ ସମ୍ପର୍କ ଆମର- ଏମିତି କିଛି କହେ ଏ ପାଚେରି। ତାଙ୍କ ପାଚେରି ଡେଇଁ ଛୋଟ ପିଲାର ବଲ୍‌ ପଡ଼ିଗଲେ ବିରକ୍ତି। ରଂଗ ଦେଲାବେଳେ ଛିଟା ପଡ଼ିଲେ ପାଟିତୁଣ୍ଡ। ପାଚେରି ସାମାନ୍ୟ ଖଣ୍ଡିଆ ହୋଇଗଲେ ଆରମ୍ଭ ହେବ ମାଡଗୋଳ। ତୁମ ପ୍ରଗତିକୁ ନିଜର ସଂକୀର୍ଣ୍ଣ ମାପଦଣ୍ଡରେ ମାପି ଚାଲିଥିବା ପଡ଼ିଶା ଘର ଶେଷରେ ଉଦ୍‌ଗିରଣ କରିବେ ସବୁକିଛି। ପଡ଼ିଶା ଘର ଲୋକ ଏମିତି ଗୋଟେ ମୌକା ଖୋଜୁଥିବେ। ସାମାନ୍ୟ ଟିକେ ଭୁଲ୍‌ ହେଉ। ଶୋଧିବାକୁ ସୁଯୋଗ ମିଳୁ। ଆଉ ଥରେ ମିଳିଗଲେ ଯୁଗ ଯୁଗର କଥାକୁ ଫେଣେଇ ଫେଣେଇ ଗାଇ ଚାଲିବେ। ତୁମ ପୁଅ ଝିଅ ସ୍ତ୍ରୀ ପିଲାକୁଟୁମ୍ବ ସମସ୍ତଙ୍କର ଚରିତ୍ର ଚିତ୍ରଣ କରିବାକୁ ବି ପଛେଇବେନି। ଯଦି ଆପଣ ସେମିତି ସୁଯୋଗ ଦେଲେନି ତ ଆହୁରି ସାଂଘାତିକ। ନିତି ଘର ଭିତରେ ଥାଇ ୟା ନାମ ତା ନାମକୁ ଯୋଡି ବୁଲେଇ ବେଙ୍କଇ ତୀରମାରି ଚାଲିଥିବେ। ଆପଣ ବୁଝିପାରୁଥିବେ ଅଥଚ କହି ପାରୁ ନ ଥିବେ। ପଡ଼ୋଶୀ ଆଗରୁ ଘର କରି ଥିବେ ନିଜେ ନୂଆ ଘର ତୋଳିବାକୁ ଯାଉଥିବେ। ଆପଣଙ୍କ ଅବସ୍ଥା ବାରଣା ଦି କଡ଼ା ହୋଇଯିବ। ହସିହସି କଥା ହେଉଥିବେ। ଗଲା ପରେ ଯାବତୀୟ ଫାଲତୁ କଥା ହେବେ। ଆପଣଙ୍କ ମିସ୍ତ୍ରିମୂଲିଆକୁ ସିଧା ସିଧା ଗାଳି ଦେବେ। ଅବଶ୍ୟ ଏମିତି ପଡ଼ିଶା ଘର ଥିବା ଖୁବ୍‌ ଭଲ। ଆପଣ ସତର୍କ ହୋଇ ସବୁକାମ କରିପାରିବେ। ନିଜର ଦୋଷ ଦୁର୍ବଳତାକୁ ସହଜରେ ଜାଣିପାରିବେ। ଅନ୍ୟର ସହାୟତା ବିନା ନିଜର ଶକ୍ତିବଳରେ କେମିତି କାମ କରିହୁଏ ସେଇ ଉପାୟକୁ କରାୟତ୍ତ କରିପାରିବେ। ବାହାର କଥାରେ ମୁଣ୍ଡ ନ ପୂରେଇ ନିଜ ଘର ସଂସାର ଭିତରେ ରହିବାକୁ ସୁଯୋଗ ଦିଅନ୍ତି ଏମିତି ପଡ଼ୋଶୀ। ଏଭଳି ପଡ଼ୋଶୀଙ୍କ ଦୟାରୁ ଘରକୁ ଫେରିଲେ ନିଜ ପରିବାର ଭିତରେ ହସଖୁସିରେ କେମିତି ଚଳିହେବ ଆପଣ ବଳେ ଶିଖିଯିବେ। ଯେହେତୁ ସମୟ ବଦଳୁଛି। ଯୁଗ ବଦଳୁଛି। ବଦଳୁଛି ମଣିଷର ଚିତ୍ର ଓ ଚରିତ୍ର। ଏବେ ପଡ଼ିଶା ଘର ପାଲଟିଛି ହିତଶତ୍ରୁଙ୍କ ଉଆସ।
ଆଗରେ ଗାଁରେ ପଡ଼ିଶା ଘର ସହ ଆପଣଙ୍କର ଘର ଭିତରେ ପାଚେରି ନ ଥିଲା। ବାଡ ପୂରା ମୁକୁଳା। ଗୋବର ଲିପା ବାଡରେ ଖରାବେଳେ ସ୍ତ୍ରୀଲୋକଙ୍କ କେତେ କଥା। ଆଚାର ଓ ବଡ଼ି ପ୍ରସ୍ତୁତିବେଳେ ଦି’ ପଡ଼ୋଶୀ ଘର ସ୍ତ୍ରୀଲୋକଙ୍କ କେତେ ସହଯୋଗା। ଏ ଘରର ପିଲାଙ୍କ ଆସ୍ଥାନ ପଡ଼ିଶା ଘରେ। ପଡ଼ିଶା ଘରର ପିଲାଙ୍କ ସମୟ କଟେ ଏଇ ଘରରେ। ଅଜାଣତରେ ଗୋଟେ ସମ୍ପର୍କ ତିଆରି ହୋଇଯାଏ। କକା କିମ୍ବା ବଡବାପାଙ୍କ ସମ୍ପର୍କ ଗଢ଼ିଉଠେ। ରକ୍ତ ଅଲଗା। ଅଥଚ ସମ୍ପର୍କ ନିବିଡ଼। ବାହାର ଲୋକ କିଏ କାହାକୁ ପଦେ କହିଲେ ଦେହ ସହେନି। ଭିତରୁ ଆପେ ଆପେ କେହି ଜଣେ ପ୍ରତିବାଦ ଆରମ୍ଭ କରିଦିଏ। କାନ୍ଥ ସିନା ଦି’ ଘରକୁ ଅଲଗା କରି ରଖେ ନ ହେଲେ ଆତ୍ମା ଏକ। ଏଠି ଦୁଃଖ ଆସିଲେ ସେ ଘରେ ଚଡ଼କ ପଡ଼େ। ଏ ଘରେ ସୁଖରେ ଢେଉ ଖେଳିଲେ, ସେ ଘରେ ପ୍ଲାବନ ହୁଏ। ପଡ଼ିଶା ଘର କେବଳ ପଡ଼ିଶାଘର ନ ଥିଲା। ଗୋଟେଗଛର ଦୁଇଶାଖା ଯେମିତି। ଲୁଣତୁଣ ଦିଆନିଆ। କୁଣିଆ ମୈତ୍ରରେ ଭାବର ମାନିଆ। ଏମିତି ପଡ଼ିଶା ଘର ସମ୍ପର୍କକୁ ନେଇ ଗାଁର ବାକି ଲୋକ ଜଳି ଯାଉଥିଲେ। କେଡ଼େ ମଧୁର ଥିଲା ପଡ଼ିଶା ଘର ସମ୍ପର୍କ। ଏବେ ସହର ପରି ଗାଁର ଅବସ୍ଥା ସଂକୀର୍ଣ୍ଣ ଚିନ୍ତା, ପରିଶ୍ରୀକାତରତା, ଈର୍ଷା, ଦ୍ୱେଷ ଓ ହିଂସାରେ ଭରା ପଡ଼ୋଶୀର ସମ୍ପର୍କ। ଛାଇ ପଡ଼ିଲେ ନାହିଡେଉଁଛି। ଗାତ୍ରଖୋଦନ ଓ ସପ୍ତପୁରୁଷ ଉଦ୍ଧାରଣ ଭିତରେ ଆମ ସମ୍ପର୍କ। ପଡ଼ିଶାଘର ମୁହଁ ଦେଖିଲେ ଅଶୁଭ ବୋଲି ଆମର ଚିନ୍ତା। ମଣିଷ ଭିତରେ ଯାବତୀୟ ଖଳ ପ୍ରକୃତି ସବୁ ଡିଆଁଡେଇଁ ହେଉଛନ୍ତି। ଜନ୍ମରୁ ପିଲାଙ୍କୁ ଶିଖା ଯାଉଛି ପଡ଼ିଶା ଘରକୁ ନେଇ କେତେ କେତେ କଥା। ସେପଟେ ଯିବାକୁ ମନା। ପଡ଼ିଶାଘର ଲୋକ ଭଲ ନୁହନ୍ତି। କଥା ହେବା ମନା। ପଡ଼ିଶା ଘରକୁ ନେଇ ବିଷର ମଞ୍ଜି ଆମେ ପ୍ରଥମ ବୁଣୁଛୁ ପରସ୍ପର। ତାହା କ୍ରମଶଃ ଦ୍ରୁମ ହୋଇ ସମଗ୍ରଜୀବନକୁ ଆଚ୍ଛନ୍ନ କରିରଖୁଛି। ଗୁରୁଜନଠାରୁ ଲଘୁଜନ ପର୍ଯ୍ୟନ୍ତ ସ୍ତର ସ୍ତର ଦେଇ ପିଢ଼ି ପରେ ପିଢ଼ି ସମ୍ପର୍କରେ ଅଧୋଗତି ହୋଇଚାଲିଛି। ଗାଁଠାରୁ ସହର, ସହରଠାରୁ ରାଜ୍ୟ ଏବଂ ଦେଶ ଦେଶ ଭିତରେ, ପଡ଼ୋଶୀ ଭିତରେ ଆଉ ସୁସମ୍ପର୍କ ନାହିଁ। ମାନବିକତାର ଅଧୋପତନ ଘଟିଛି। ସାମାଜିକ ସୂତ୍ର ତୁଟି ଯାଇଛି। ମଣିଷ ଭିତରେ ଆବେଗ ଓ ସମ୍ବେଦନଶୀଳତା ମରିଯାଇଛି। ଆପଣାପଣ ହଜିଯାଇଛି। ସବୁବେଳେ ଯୁଦ୍ଧର ପରିସ୍ଥିତି । କୋଉ ମୌକାରେ କିଏ କାହାକୁ ଆକ୍ରମଣ ପ୍ରତି ଆକ୍ରମଣ କରିବ ସେଇ ଭାବନା ଭିତରେ ଆମର ବହୁ ସମୟ ଅପଚୟ ହେଉଛି। ସେଇଥିପାଇଁ କୁହାଯାଇଛି ପଡ଼ିଶା ଘର ଭଲ ହେଲେ ବଢ଼ିଆ। ଖରାପ ହେଲେ ଅଡୁଆ। ସର୍ବନାଶ ଘଟିବ ଯେବେ ହୋଇ ରହିବେ ମଝିମଝିଆ। ଏବେ ଆପଣ କେମିତି ପଡ଼ୋଶୀ ହୋଇରହିବେ ନିଜେ ଥରେ ଭାବନ୍ତୁ।

  • ଡ. ଦ୍ୱିତୀଚନ୍ଦ୍ର ସାହୁ
    ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା ମୋ: ୯୪୩୭୯୦୯୬୭୧

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?